ଚାଣକ୍ୟ ନୀତି : ଏମିତି ଲୋକଙ୍କ ଉପରେ ଅନ୍ଧ ବିଶ୍ୱାସ କରିବା ହୋଇପାରେ ବହୁତ ବିପଦ, ଏମାନଙ୍କ ଠାରୁ ଦୂରେଇ ରହିବାରେ ହିଁ ଭଲ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ ।

ଚାଣକ୍ୟ କହିଛନ୍ତି ଯେ ଆମ ଆଖ ପାଖର ବ୍ୟକ୍ତିଙ୍କ ଭଲ ଓ ମନ୍ଦ ପ୍ରଭାବ ଆମ ଜୀବନ ଉପରେ ପଡିଥାଏ । ତେଣୁ କାହା ଉପରେ ଭରଷା କରିବା ପୂର୍ବରୁ ଜରୁର ବିଚାର କରିବା ଦରକାର । ଅନ୍ଧ ବିଶ୍ୱାସ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ । ଆସନ୍ତୁ ଜାଣିବା ଚାଣକ୍ୟ ନୀତି ଅନୁସାରେ କେଉଁ ଲୋକଙ୍କ ଉପରେ ବିଶ୍ୱାସ କରିବାଠୁ ଦୂରରେ ରହିବା ଉଚିତ୍‌ ।

ଅସ୍ତ୍ର ରଖିଥିବା ବ୍ୟକ୍ତିଙ୍କ ଉପରେ

ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତି ନିଜ ପାଖରେ ଅସ୍ତ୍ର ରଖିଥାନ୍ତି,ଏମାନଙ୍କ ଉପରେ ଭରଷା ରଖିବା ବିପଦଠୁ କମ୍‌ କଥା ନୁହେଁ । ତେଣୁ ଏହି ଲୋକଙ୍କ କଥାରେ ଯଦି ସହଜରେ ଆସିବା କଥା ନୁହେଁ କିମ୍ବା ଏମାନଙ୍କ ସହ ଶତ୍ରୁତା କରିବା କଥା ନୁହେଁ । କାରଣ ଏମାନେ କ୍ରୋଧିତ ହେଲେ ଆପଣଙ୍କୁ ଆଘାତ ଦେଇ ପାରନ୍ତି । ତେଣୁ ଏମାନଙ୍କ ଠାରୁ ଦୂରରେ ରହିବା ଭଲ ।

କ୍ଷମତାଶାଳୀ ବ୍ୟକ୍ତି

ଚାଣକ୍ୟଙ୍କ ମତରେ ଏମାନେ ଶକ୍ତିଶାଳୀ ଓ କ୍ଷମତାଶାଳୀ ହୋଇଥିବାରୁ ଏମାନଙ୍କ ଉପରେ କେବେ ବି ଆଖି ବୁଜି କରି ଭରସା କରିବା କଥା ନୁହେଁ । କାରଣ ଭୁଲରେ ଯଦି ଆପଣଙ୍କ କିଛି କଥା ଏମାନଙ୍କୁ ଭଲ ନଲାଗେ, କ୍ଷମତା ଯୋଗୁ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରି ପାରନ୍ତି ।

ଲୋଭୀ ବ୍ୟକ୍ତି

ଯେଉଁ ମନୁଷ୍ୟ ଲୋଭୀ ସେ ଅନ୍ୟର କେବେ ଭଲ ଚାହାଁନ୍ତି ନାହିଁ । ନିଜର ଭଲ ପାଇଁ ସେ ମାରାତ୍ମକ ବି ହୋଇ ପାରନ୍ତି । ତେଣୁ ଚାଣକ୍ୟଙ୍କ ଅନୁସାରେ ଲୋଭୀ ଲୋକଙ୍କ ଉପରେ କେବେ ବି ଭରସା କରିବା କଥା ନୁହେଁ । ଛୋଟ ଲାଭ ପାଇଁ ଏମାନେ ଆପଣଙ୍କ ଫାଇଦା ଉଠାଇ ପାରନ୍ତି ଓ ପରେ ବିରୋଧି ସହ ମିଶି ଆପଣଙ୍କ କ୍ଷତି ମଧ୍ୟ କରି ପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.