ସୋମବାର କରନ୍ତୁ ଶିବଙ୍କର ଏହି ଖାସ୍‌ ବ୍ରତ, ସବୁ କର୍ଯ୍ୟରେ ମିଳିବ ସଫଳତା

ସପ୍ତାହର ପ୍ରଥମ ଦିନ ସୋମବାରକୁ ଭଗବାନ ଭୋଳାଶଙ୍କରଙ୍କୁ ସମର୍ପିତ କରାଯାଇଛି। ଏହିଦିନ ବିଧି ବିଧାନରେ ବ୍ରତ ରଖି ପୂଜା କରିବା ଦ୍ୱାରା ଭଗବାନ ଶିବଙ୍କ ଆଶିର୍ବାଦ ମିଳିଥାଏ। ଏହାସହ ବ୍ୟକ୍ତିର ସବୁ କାର୍ଯ୍ୟରେ ସଫଳତା ମିଳିଥାଏ। ଭକ୍ତଙ୍କ ଭକ୍ତିରେ ପ୍ରସନ୍ନ ହୋଇ ଭୋଳାନାଥ ତାଙ୍କୁ ମନଲାଖି ବର ପ୍ରଦାନ କରିଥାନ୍ତି। ଏମିତିରେ କିଛି ନିୟମ ରହିଛି ଯାହାକୁ ମାନି ପୂଜା କଲେ ଶୁଭ ଫଳ ମିଳିବ।

ହିନ୍ଦୁ ଧର୍ମରେ ସପ୍ତାହର ପ୍ରତ୍ୟେକ ଦିନକୁ କୌଣସି ନା କୌଣସି ଦେବା ଦେବୀଙ୍କୁ ସମର୍ପଣ କରାଯାଇଥାଏ। ସୋମବାର ଭଗବାନ ଶିବଙ୍କୁ ପୂଜା କରିବାର ବିଶେଷ ମହତ୍ତ୍ୱ ରହିଛି। ଶିବ ପୁରାଣ ଅନୁଯାୟୀ ସୋମବାର ଦିନ କିଛି ସରଳ ଉପାୟ ଗ୍ରହଣ କରି ଶିବଙ୍କ ଅସୀମ କୃପା ପାଇପାରିବେ। ମାନ୍ୟତା ରହିଛି ଯେ ଏହି ଉପାୟକୁ କରିବା ଦ୍ୱାରା ଜୀବନର ସମସ୍ୟା ସମାପ୍ତ ହୋଇଥାଏ। ଘରେ ସୁଖ-ସମୃଦ୍ଧି ବାସ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ଗୁଡିକ କଣ।

  • ସୋମବାର ଦିନ ତମ୍ବା ପାତ୍ରରେ କ୍ଷୀର ନେଇ ଶିବଲିଙ୍ଗ ଉପରେ ଢ଼ାଳନ୍ତୁ ନାହିଁ। ଏହାଦ୍ୱାରା କ୍ଷୀର ସଂକ୍ରମିତ ହୋଇଯାଏ।
  • ଏହିଦିନ ଭଗବାନ ଶଙ୍କରଙ୍କୁ ଚନ୍ଦନ ଲେପ ଲଗାନ୍ତୁ। ଭୁଲରେ ବି ସିନ୍ଦୂର ଲଗାନ୍ତୁ ନାହିଁ।
  • ଏହାସହ ଶିବଙ୍କ ବେଢ଼ା ପରିକ୍ରମା ପୂରା କରନ୍ତୁ ନାହିଁ। ମନ୍ଦିର ଅଧାରୁ ଫେରିଯାଆନ୍ତୁ।
  • ସୋମବାର ଦିନ ବ୍ରତ ରଖିବା ଦ୍ୱାରା ଧଳା ଜିନିଷକୁ ଦାନ କରନ୍ତୁ ନାହିଁ। ଚିନି ଭଳି ଜିନିଷ ସୋମବାର ଦିନ ବାଣ୍ଟନ୍ତୁ ନାହିଁ।
  • ସୋମବାର ଭଗବାନ ଶିବଙ୍କ ବାହାନ ନନ୍ଦୀକୁ ଖାଇବାକୁ ଦିଅନ୍ତୁ। ମାନ୍ୟତା ରହିଛି ଯେ ଏହାଦ୍ୱାରା ଜୀବନର ସମସ୍ୟାକୁ ଦୂର ହୋଇ ଘରର ସୁଖ-ସମୃଦ୍ଧି ବୃଦ୍ଧି ହୋଇଥାଏ।
  • ଅବିବାହିତ ଲୋକମାନେ ପ୍ରତି ସୋମବାର ଶିବ ମନ୍ଦିରକୁ ଯାଇ ଶିବଲିଙ୍ଗ ଉପରେ କେଶର ମିଶ୍ରିତ କ୍ଷୀର ଚଢାନ୍ତୁ। ଏହା ପରେ ଦେବୀ ପାର୍ବତୀଙ୍କୁ ପୂଜା କରନ୍ତୁ। ଏହି ଉପାୟ ଦ୍ୱାରା ବିବାହରେ ଥିବା ପ୍ରତିବନ୍ଧକ ଦୁର ହୋଇଥାଏ।
lord
pc: indiapicturebudget

 

ଯଦି କେହି ସୋମବାର ଭକ୍ତି ମନରେ ଭଗବାନ ଶିବଙ୍କ ପୂଜା କରେ ସେ ଭଗବାନଙ୍କ ବିଶେଷ କୃପା ପାଇଥାଏ । ଭଗବାନ ଶିବ ଆଶୁତୋଷ ହୋଇଥିବାରୁ ସେ ଶୀଘ୍ର ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ତେବେ ପୂଜାରେ ଭୂଲ କଥାକୁ ସେ ବରଦାସ୍ତ କରନ୍ତି ନାହିଁ ।

– ଭଗବାନ ଶିବଙ୍କୁ କେତକୀ ଫୁଲ କେବେ ବି ଭୂଲରେ ଚଢ଼ାନ୍ତୁ ନାହିଁ ।
– ଏହା ସହ ତୁଳସୀ ପତ୍ର କିମ୍ବା ଶଙ୍ଖରେ ପାଣି କେବେ ବି ଚଢ଼ାନ୍ତୁ ନାହିଁ ।

– ଶିବଙ୍କ ପୂଜାରେ ହଳଦୀ ଓ କୁଙ୍କୁମ କେବେ ବି ଚଢ଼ାନ୍ତୁ ନାହିଁ ।

– ଶିବଙ୍କୁ ପୁରୁଣା ବା ବାସୀ ଫୁଲ କେବେ ବି ଚଢ଼ାନ୍ତୁ ନାହିଁ ।

– ଚାଉଳ ଅର୍ପଣ କରିପାରିବେ; ମାତ୍ର ଚାଉଳ ଭଙ୍ଗା ହୋଇ ନଥିବା ଦରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.