ଆର୍ମି କ୍ୟାମ୍ପ ହସପିଟାଲରେ ପଶି ଓ୍ଵାର୍ଡ ବୁଲୁଛି ହାତୀ, ଭିଡିଓ ଭାଇରଲ

ହସପିଟାଲରେ ହାତୀ । ହାତୀର ଏମିତି କ’ଣ ହେଲା ଯେ, ସେ ନିଜେ ନିଜେ ହସପିଟାଲକୁ ଚାଲିଆସିଲା। ଆପଣ ହୁଏତ ଏହାକୁ ପଢି କିଛି ବୁଝିପାରୁନଥିବେ। ଘଟଣା ହେଉଛି, ଟ୍ଵିଟରରେ ଏକ ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି। ଆପଣ ଅନେକ ଭାଇରଲ ଭିଡିଓ ନିଶ୍ଚିତ ଦେଖିଥିବେ। ସାପ, ବେଙ୍ଗ, କୁମ୍ଭୀର, ହାତୀ ଏମାନଙ୍କୁ ନେଇ ଅନେକ ଭିଡିଓ ଭାଇରଲ ହୋଇଥାଏ। ହାତୀ ଜଙ୍ଗଲର ସବୁଠାରୁ ବଡ ଜନ୍ତୁ। ଏହା ଯେତିକି ଶାନ୍ତି ସେତିକି ଭୟଙ୍କର। ବେଳେ ହାତୀର ଏମିତି କିଛି କାର୍ଯ୍ୟକଳାପ ରହିଥାଏ ଯାହାକୁ ଦେଖିଲେ ଆପଣ ଭୟ କରିବେ ନିଶ୍ଚିତ।

ହେଲେ ଏବେ ଯେଉଁ ଭିଡିଓ ଭାଇରଲ ହେଉଛି, ସେଥିରେ ଦେଖିବାକୁ ମିଳିଛି କି, ହାତୀଟି ହସପିଟାଲରେ ପଶି ଏତେତେଣେ ବୁଲୁଛି। ସେ ହସପିଟାଲ ଭିତରେ କ’ଣ କରୁଛି, ତାହାକୁ ନେଇ ଆମ ମନରେ ପ୍ରଶ୍ନ ରହିଛି। ହାତୀ କିପରି ହସପିଟାଲ ଭିତରକୁ ଆସିଲା ଆଉ ହସପିଟାଲ ଆସି ଏତେ ତେଣେ କ’ଣ ଖୋଜୁଛି, ଆପଣ ଏହି ଭିଡିଓରୁ ନିଶ୍ଚିତ ଅନୁମାନ କରିପାରୁଥିବେ।

ଭାଇରଲ ହେଉଥିବା ଭିଡିଓଟି ହେଉଛି ପଶ୍ଚିମବଙ୍ଗ ଜଲପାଇଗୁଡି ବିନାଗୁରୀ ଆର୍ମି କ୍ୟାମ୍ପ ହସପିଟାଲର। ଏହାର ଫଟୋ ଟ୍ଵିଟରରେ ଆଇଏଫଏସ ସୁଶାନ୍ତ ନନ୍ଦ ସେୟାର କରିଛନ୍ତି। ଏହି ଭିଡିଓରେ ହାତୀଟି ହସପିଟାଲରେ ପଶି କିଛି ନ ଭାଙ୍ଗି ଏ ରୁମରୁ ସେ ରୁମ ଘୁରି ବୁଲୁଛି। ହେଲେ ହାତୀଟିି କାହିଁକି ଏମିତି ବ୍ୟବହାର କରୁଛି, ତାହା କେହି ବି ଜାଣିପାରୁନଥିଲେ। ଯାହାର ଭିଡିଓ ଓ ଫଟୋ ଭାଇରଲ ହେବାରେ ଲାଗିଛି।

ସେହିପରି ଏହି ଭିଡିଓ ତମାଲ ଶାହା ନାମକ ଏକ ଆକାଉଣ୍ଟରୁ ଭିଡିଓକୁ ଟ୍ଵିଟ୍‌ କରାଯାଇଛି।

ଦେଖନ୍ତୁ ଭିଡିଓ :

ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଏହାକୁ ନେଇ ବିଭିନ୍ନ କମେଣ୍ଟ ମଧ୍ୟ ମିଳୁଛି। କିଏ ହାତୀର କ’ଣ ହେଇଛି ବୋଲି ପଚାରୁଥିବା ବେଳେ ଆଉ କିଏ ଏହାର ତଦନ୍ତ ପାଇଁ କହୁଛି।

 

Also Read : ଦୁନିଆର ସବୁଠାରୁ ଲମ୍ବା କାକୁଡି ଫଳାଇଲେ ଏହି ବ୍ୟକ୍ତି, ଗିନିଜ ଓ୍ଵାଲର୍ଡ ରେକର୍ଡରେ ପାଇଲା ସ୍ଥାନ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.