Below header

ଜାଣନ୍ତୁ କାହିଁକି ଦେବୀ-ଦେବତାଙ୍କର ବାହନ ହୋଇଥାନ୍ତି ପଶୁ-ପକ୍ଷୀ ଏବଂ କଣ ରହିଛି ଏହାର ମାନ୍ୟତା

ହିନ୍ଦୁ ପରମ୍ପରାରେ ସମସ୍ତ ଦେବୀ-ଦେବତାଙ୍କର ଅଲଗା ଅଲଗା ବାହନ ରହିଛନ୍ତି। ଦେବୀ-ଦେବତା ମାନେ ଅଲଗା ଅଲଗା ବାହନ ଉପରେ ବିରାଜମାନ କରିଛନ୍ତି। କାହିଁକି ଦେବୀ-ଦେବତା ଙ୍କର ଅଲଗା ଅଲଗା ବାହନ ଏବଂ ପଶୁ-ପକ୍ଷୀର ବାହନ ରହିବାର ମାନ୍ୟତା କଣ ରହିଛି।ଦେବୀ-ଦେବତାଙ୍କ ସାଥିରେ ବାହନର ପୂଜା କଲେ କଣ ଲାଭ ହୋଇଥାଏ। ଏହା ବ୍ୟତୀତ ବାହନ ଉପରେ ବିରାଜମାନ କରିଥିବା ଦେବୀ-ଦେବତାଙ୍କର ପୂଜା କିଭଳି କରାଯାଏ କଣ ଆପଣ ଜାଣିଛନ୍ତି? ଆପଣ ଜାଣିଛନ୍ତି କି ଦେବୀ-ଦେବତାଙ୍କର ପଶୁ,ପକ୍ଷୀ ବାହନ କଣ ପାଇଁ ରହିଛନ୍ତି? ଶାସ୍ତ୍ର ଅନୁସାରେ ଏହାର ମାହାତ୍ମ୍ଯ ଜାଣନ୍ତୁ।

କୁହାଯାଏ ଯେ, ପଶୁ,ପକ୍ଷୀଙ୍କର ଅବସ୍ଥିତିକୁ ଗୁରୁତ୍ବ ଦେବା ପାଇଁ ଦେବୀ-ଦେବତାମାନେ ନିଜର ବାହନ ରୂପେ ଧାରଣ କରିଛନ୍ତି। ଜାଣନ୍ତୁ କଣ ରହିଛି ଏହାର ଧାରଣା। ପଶୁ-ପକ୍ଷୀମାନେ ମଧ୍ୟ ଆମ ଜୀବନରେ ବହୁତ ମହତ୍ତ୍ବପୂର୍ଣ୍ଣ ଅଟନ୍ତି। ଏହାଛଡା ପ୍ରକୃତିର ସନ୍ତୁଳନ ରଖିବା ପାଇଁ ଯେତେ ଅଧିକ ଆପଶ୍ୟକତା ମଣିଷଙ୍କର ଥାଏ ସେତେ ଅଧିକ ଆବଶ୍ୟକତା ପଶୁ-ପକ୍ଷୀଙ୍କର ମଧ୍ୟ ରହିଛି। ସେତେବେଳେ ପ୍ରକୃତିର ମଧ୍ୟ ସନ୍ତୁଳନ ହୋଇଥାଏ। ଏଥିପାଇଁ ଦେବୀ-ଦେବତାଙ୍କ ସହିତ ଗୋଟିଏ ପଶୁ,ପକ୍ଷୀଙ୍କର ବାହନ ରହିବା ଆବଶ୍ଯକ ବୋଲି କୁହାଯାଏ। ଦେବୀ-ଦେବତା ସହ ଥିବା ପଶୁପକ୍ଷୀର ବାହନ ବିଶେଷ ପ୍ରକାର ମାନସିକ ଶକ୍ତିକୁ ଦର୍ଶାଇଥାନ୍ତି।

ଭଗବାନ ଶିବଙ୍କ ପାଖରେ ଥିବା ବାହନ ଦର୍ଶାଇଥାଏ କି କେଉଁ ଭଳି ମାନସିକ ଶକ୍ତି ତାଙ୍କ ପାଖରେ ରହିଛି। ଦେବି ଦୁର୍ଗାଙ୍କର ବାହାନ ମଧ୍ୟ ଦର୍ଶାଇଥାଏ ଦେବୀଙ୍କର କିଭଳି ମାନସିକ ଶକ୍ତି ରହିଛି। ଏହାର ରାଶି ସହିତ ମଧ୍ୟ ସମ୍ବନ୍ଧ ରହିଛି। ଦେବୀ-ଦେବତାଙ୍କର ବାହନ ତାଙ୍କର  ମାନସିକ ଶକ୍ତି କିପରି ରହିଛି ଦର୍ଶାଇଥାନ୍ତି। କେଉଁ ରାଶିର ବ୍ୟକ୍ତି କେଉଁ ରାଶି ସହ ଜଡ଼ିତ ତାହା ମଧ୍ୟ ଦର୍ଶାଇଥାନ୍ତି। କୁହାଯାଏ ,କି ରାଶି ସହିତ ଜଡ଼ିତ ଥିବା ଦେବୀ-ଦେବତାଙ୍କର ପୂଜା କଲେ ଶୁଭ ହୋଇଥାଏ।

ନିଶ୍ଚୟ ପଢ଼ନ୍ତୁ : ୧୦ ଫେବୃଆରୀରେ ପଡୁଛି ବସନ୍ତ ପଞ୍ଚମୀ, ଜାଣନ୍ତୁ ସରସ୍ବତୀଙ୍କ ପୂଜା କେବେ ଓ କେମିତି ଆରମ୍ଭ ହେଲା ?

ଭଗବାନ ଶିବଙ୍କର ବାହନ ଵୃଷଭ। ଭଗବାନ ଶିବ ମାନସିକ ଶକ୍ତିକୁ ନିୟନ୍ତ୍ରୀତ କରିଥାନ୍ତି। ଵୃଷ ରାଶି ମାନସିକ ଶକ୍ତି ର ସବୁଠାରୁ ବଡ଼ ରାଶି ।ସଦି କିଛି ମାନସିକ ଶକ୍ତି ର ବ୍ୟବହାର କରିବାକୁ ଚାହୁଁଛନ୍ତି ତାହେଲେ ଭଗବାନ ଶିବ ଙ୍କୁ ଆରାଧନା କରନ୍ତୁ। ତାଙ୍କର ବାହନ ଵୃଷଭ ଏହା ଦର୍ଶାଇଥାଏ ଯେ ସେ ଵୃଷଭ ରାଶି ସହିତ ଜଡିତ ଥାନ୍ତି। ଏହା ସହିତ ଵୃଷଭ ରାଶି ମାନସିକ ଶକ୍ତିର ସବୁଠାରୁ ବଡ ରାଶି ଅଟେ। ଯଦି କୌଣସି ମାନସିକ ଶକ୍ତିରେ ପ୍ରଭାବିତ ହୋଇଥାଏ ତେବେ ତାହା ପାଇଁ ଶିବଙ୍କ ଆରାଧନା ଶୁଭ ବୋଲି କୁହାଯାଏ। ଏହିଭଳି ଭାବେ ଅନ୍ୟ ଦେବୀ-ଦେବତାଙ୍କ ସହିତ ମଧ୍ୟ ଏମିତି ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.