ବଡ଼ ବାବୁଙ୍କ ବଡ଼ ପଣିଆ, ଏସି ରୁମରେ ନବସି ରିଲିଫ୍ ସାମଗ୍ରୀ ବୋହିଲେ IAS ଅଫିସର୍

ବଡ଼ ବାବୁଙ୍କ ବଡ଼ ପଣିଆ । ଅନ୍ଯ ବାବୁମାନଙ୍କ ପରି ଏସି ରୁମରେ ଗୋଡ ଉପରେ ଗୋଡ ନପକାଇ ନିଜେ ବୋହି ନେଉଛନ୍ତି ରିଲିଫ୍ ସାମଗ୍ରୀ । ଅନ୍ୟ ମାନଙ୍କ ସହ ମିଶି ପ୍ରଭାବିତ ଅଞ୍ଚଳରେ ପହଞ୍ଚିବା ସହ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବାଣ୍ଟୁଛନ୍ତି । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ ଅଂଚଳରେ । ଆଉ ଏହି ଅଫିସର ଜଣକ ହେଉଛନ୍ତି ବ୍ରହ୍ମପୁର ମହାନଗର ନିଗମର କମିସନର ଚକ୍ରବର୍ତ୍ତୀ ସିଂ ରାଥୋର । ବଡ ବାବୁଙ୍କ ଏହି ବଡ ପଣିଆର ଏହି ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି ।

କିଛି ମାସ ତଳେ ବ୍ରହ୍ମପୁର ମହାନଗର ନିଗମର କମିଶନର ଭାବେ ନିଯୁକ୍ତି ପାଇଛନ୍ତି ଯୁବ ଆଇଏଏସ୍ ଅଫିସର୍ ଚକ୍ରବର୍ତ୍ତୀ ସିଂ ରାଠୋର । ହେଲେ ଖୁବ୍ ଅଳ୍ପ ଦିନ ମଧ୍ୟରେ ହୋଇପାରିଛନ୍ତି ଜଣେ ଲୋକପ୍ରିୟ ଅଫିସର । ଉଚ୍ଚ ଅଧିକାରୀ ମାନେ ସାଧାରଣତଃ ପ୍ରାକୃତିକ ଦୁର୍ବିପାକ ସମୟରେ କେବଳ ରିଲିଫ୍ କାମର ତଦାରଖ କରୁଥିବାର ଦେଖିବାକୁ ମିଳିଥାଏ । କିନ୍ତୁ ଚକ୍ରବର୍ତ୍ତୀ ସିଂ ରାଠୋର ରିଲିଫ୍ ସାମଗ୍ରୀ ଭର୍ତ୍ତି ହୋଇଥିବା ବସ୍ତା ଓ ପଲିଥିନ୍ ବୋହି ସୃଷ୍ଟି କରିଛନ୍ତି ଉଦାହରଣ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.