ସିରିଅଲ୍‌ ଦେଲା ପ୍ରେରଣା, ଛୋଟ ବେଳେ ମଇଁଷି ଚରାଉଥିବା ଭାନୁମତୀ ହେଲେ ଆଇଏଏସ୍‌ ଅଧିକାରୀ

ପ୍ରତିଦିନ ଆପଣମାନେ ଅନେକ ଆଇଏଏସ୍‌ ଅଧିକାରୀଙ୍କ ସଂଘର୍ଷ କାହାଣୀ ନିଶ୍ଚିତ ଭାବେ ଶୁଣୁଥିବେ। ଆଜି ମଧ୍ୟ ଆପଣଙ୍କୁ ଏପରି ଜଣେ ଯୁବତୀଙ୍କ କାହାଣୀ କହିବୁ ଯାହାଙ୍କ ଛୋଟ ବେଳର ଆର୍ଥିକ ଅବସ୍ଥା ବହୁତ ଖରାପ ରହିଥିଲା। ଆଉ ଏଥିପାଇଁ ତାଙ୍କୁ ପାଠପଢା ସହିତ ପଶୁ ଚରାଇବା ଭଳି କାମ କରିବାକୁ ପଡିଥିଲା। ଏମିତି ଅବସ୍ଥାରେ ମଧ୍ୟ ପାଠପଢି ନିଜକୁ ଜଣେ ସଫଳ ଆଇଏଏସ୍‌ ଅଧିକାରୀ ହୋଇପାରିଛନ୍ତି। ଏମିତି ଜଣେ ଯୁବତୀ ହେଉଛନ୍ତି ସି ଭାନୁମତୀ।

vanumati

କେରଳର ଇରୋଡ ଜିଲ୍ଲାରେ ଏକ ସାଧାରଣ ପରିବାରେ ଜନ୍ମଗ୍ରହଣ କରିଥିଲେ ସି. ଭାନୁମତୀ। ତାଙ୍କ ପରିବାର ପଶୁ ପାଳନ କରି ଜୀବନ ଅତିବାହିତ କରୁଥିଲେ। ଏଥିପାଇଁ ଛୋଟ ବେଳରୁ ଭାନୁମତୀ ମଇଁଷିକୁ ଖାଇବାକୁ ଦେଇଥାନ୍ତି। କେବଳ ଏତିକି ନୁହେଁ, ଏମାନଙ୍କୁ ଖାଇବା ଦେବା ସହ ଚରାଇବା ପାଇଁ ମଧ୍ୟ ନେଇଯାଆନ୍ତି। ଏହାସତ୍ତ୍ୱେ ମଧ୍ୟ ପାଠପଢାରେ ବେଶ୍‌ ଭଲ ଥିଲେ। ଏହିସବୁ କାମ ତାଙ୍କ ପଢା ଉପରେ କୌଣସି ପ୍ରଭାବ ପକାଇନଥିଲା। ପାଠପଢି, ଚାକିରି କରି ନିଜ ଘରର ସ୍ଥିତି ବଦଳାଇବାକୁ ଚାହୁଁଥିଲେ ଭାନୁମତୀ।

ଦ୍ୱାଦଶ ଶ୍ରେଣୀ ପାସ୍‌ କରିବା ପରେ ବିବାହ ପାଇଁ ଘରେ ଚାପ ପଡିଥିଲା। ତାଙ୍କର ପରିବାର ଏବଂ ସମ୍ପର୍କୀୟ ବିବାହ କରାଇବାକୁ ଚାହୁଁଥିଲେ। ଏହି ସମୟରେ ଭାନୁମତୀ ଗଙ୍ଗା, ଯମୁନା, ସରସ୍ୱତୀ ନାମକ ଏକ ସିରିଅଲ ଦେଖିଥିଲେ। ଯେଉଁ ସିରିଅଲରେ ନାୟିକା ଥିଲେ ଜଣେ ଆଇଏଏସ୍‌ ଅଧିକାରୀ। ଏହି ସିରିଅଲ ଦେଖି ଭାନୁମତୀ ନିଷ୍ପତ୍ତି ନେଇଥିଲେ କି, ସେ ଯେମିତି ହେଉ ଆଇଏଏସ୍‌ ଅଧିକାରୀ ହେବେ।

c vanumat

ଆଇଏଏସ୍‌ ଅଧିକାରୀ ହେବା ପୂର୍ବରୁ ନିଜର ପାଠ ପଢା ସାରି ଦେଇଥିଲା। ତା’ ପରେ କମ୍ପ୍ୟୁଟର ଆପ୍ଲିକେସନରେ ପିଜି କରି ଘର ଖର୍ଚ୍ଚ ପାଇଁ ଏକ ପ୍ରାଇଭେଟ ବ୍ୟାଙ୍କରେ ଚାକିରି କରିଥିଲେ। କିନ୍ତୁ ନିଜର ଲକ୍ଷ୍ୟ ଭୁଲିନଥିଲେ ଭାନୁମତୀ। ତା’ ପରେ ଭାନୁମତୀ ୟୁପିଏସ୍‌ସି ପରୀକ୍ଷା ଦେବା ପାଇଁ ନିଜକୁ ପ୍ରସ୍ତୁତ କରିନେଇଥିଲେ। ପ୍ରଥମ ଥର ଇଣ୍ଟରଭ୍ୟୁ ଦେବା ସମୟରେ ତାଙ୍କ ବାପା ଡାକ୍ତରଖାନାରେ ଆଡମିଟ୍‌ ଥିଲେ କିନ୍ତୁ ଏଥିରେ ହାର ମାନିନଥିଲେ ଭାନୁମତୀ। ବାପାଙ୍କ ଦେଖାଶୁଣା କରିବା ସହ ପରୀକ୍ଷା ମଧ୍ୟ ଦେଇଥିଲେ। ପ୍ରଥମ ଥର ଅସଫଳତାରେ ହାରି ନ ଯାଇ ଦ୍ୱିତୀୟ ଥର ମଧ୍ୟ ପରୀକ୍ଷା ଦେଇଥିଲେ। ଏଥର ଏହି ପରୀକ୍ଷାରେ ସଫଳତା ପାଇ ଜଣେ ଆଇଏସ୍‌ ଅଧିକାରୀ ଭାବେ ନିଯୁକ୍ତି ହେଲେ। ଏତେ ଦୁଃଖ କଷ୍ଟ ସତ୍ତ୍ୱେ ଭାନୁମତୀ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.