ପରିପାର୍ଶ୍ଵିକ ସଂକେତରୁ ଜାଣିପାରିବେ ଆପଣଙ୍କ ଆଖପାଖରେ ଆତ୍ମାର ଉପସ୍ଥିତି, ଏମାନଙ୍କୁ ଅନୁଭବ କରିବା ଅତି ସହଜ

ଆମେ ସମସ୍ତେ ଭୂତ-ପ୍ରେତ ସହ ଜଡିତ କଥା ଏବଂ କାହାଣୀ ବହି କିମ୍ବା ଟିଭିରେ ଦେଖିଛନ୍ତି, ଯାହା ଦେଖିବାକୁ ଏବଂ ଶୁଣିବାକୁ ବହୁତ ଭୟଙ୍କର ଲାଗିଥାଏ। କିନ୍ତୁ କଣ ଆପଣ କେବେ ଏହି କାହାଣୀକୁ ସତ ମାନିଛନ୍ତି ? କିଛି ଲୋକ ଏହି କଥାକୁ ବିଶ୍ୱାସ କରନ୍ତି ତ ଆଉ କେହି ଏହାକୁ ଏକ ଗୁଜବ ବୋଲି କହିଥାନ୍ତି। କିନ୍ତୁ ଏହି ସବୁ ଭିତରେ କିଛି କଥା ଏମିତି ଅଛି ଯେ ଏହି ଆତ୍ମୀୟ ଶକ୍ତିର ଅନୁଭବ ଆମକୁ ବେଳେବେଳେ ହୋଇଥାଏ ଯାହା ବିଷୟରେ ବୋଧହୁଏ ଆପଣ ଜାଣିନଥିବେ। ଜାଣନ୍ତୁ କଣ ରହିଛି ସତ୍ୟାସତ୍ୟ !

ଏବେ ଆପଣ ଏହା ଭାବୁଥିବେ ମୁଁ ତ କେବେ ଭୂତ-ପ୍ରେତ କିମ୍ବା କେଉଁ ଡାହାଣୀକୁ ଦେଖିନାହିଁ। ତେବେ ଆମେ ଆପଣଙ୍କୁ ଜଣାଇବୁ ଭୂତ ହେଉଛି ଏକ ଅତ୍ରୁପ୍ତ ଆତ୍ମା। ଏହି ଆତ୍ମା ଭିତରୁ କିଛି ଭଲ ଆତ୍ମା ରହିଥିବାବେଳେ କିଛି ଖରାପ ଆତ୍ମା ରହିଛି। ଆପଣ ଯେମିତି ଭଗବାନଙ୍କୁ ଦେଖିପାରୁନାହାନ୍ତି କେବଳ ଅନୁଭବ କରିପାରୁଛନ୍ତି ଠିକ୍‌ ସେହିଭଳି ଆତ୍ମାକୁ ମଧ୍ୟ ଅନୁଭବ କରିହେବ।

ghostଆଜି ଆମେ ଆପଣଙ୍କୁ ଜଣାଇବୁ ଆପଣଙ୍କ ଆଖପାଖରେ ହେଉଥିବା ଘଟଣା ଏବଂ ଦୁର୍ଘଟଣା ବିଷୟରେ ଯାହାଦ୍ୱାରା ଆପଣ ଜାଣିପାରିବେ ଯେ ଆପଣଙ୍କର ଆଖପାଖରେ କୌଣସି ଆତ୍ମା ଅଛି ନା ନାହିଁ। ଏହା ହେଉଛି ସେହି ସଂକେତ ଯାହା ଆତ୍ମୀୟ ଶକ୍ତିକୁ ଅନୁଭବ କରାଇଥାଏ ଯାହାଦ୍ୱାରା ଆପଣ ଏହା ଜାଣିପାରିବେ ଯେ ଆପଣଙ୍କ ପାଖରେ କିଏ ଅଛି।

ନିଶ୍ଚିତ ପଢନ୍ତୁ : ‘ନର୍କର ଦ୍ୱାର’, ଏହା ଭିତରକୁ ଯିଏ ଯାଇଛି ଆଉ ଫେରିନାହିଁ

ବଲ ଜଳିବା ଏବଂ ବନ୍ଦ ହେବା

ballଏହା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଆଧ୍ୟାତ୍ମିକ ଗୁରୁ ଏବଂ ମନୋବିଜ୍ଞାନଙ୍କ ଧାରଣା ରହିଛି ଯେ ଆତ୍ମାର ବିଦ୍ୟୁତ ଉପରେ ନିୟନ୍ତ୍ରଣ ରହିଥାଏ। ବଲ ବାରମ୍ବାର ଜଳିବା ଏବଂ ଲିଭିବାରୁ ଆପଣ ଜାଣିପାରିବେ ଯେ ଆପଣଙ୍କ ଆଖପାଖରେ କିଏ ଅଛି, ଯିଏ କି ଆପଣଙ୍କୁ ତାର ଅବସ୍ଥିତିର ଅନୁଭବ କରାଇଥାଏ। ଯଦି ଆପଣଙ୍କୁ ବିଶ୍ୱାସ ହେଉନାହିଁ ତେବେ ଗୋଟେ ମୁହୁର୍ତ୍ତ ପାଇଁ ମନକୁ ଶାନ୍ତ କରି ନିଜକୁ ପ୍ରଶ୍ନ କରନ୍ତୁ ‘କିଏ ତୁମେ’ ଏବଂ ଏହା ପରେ ଯେଉଁ ଚେହେରା ସାମ୍ନାକୁ ଆସିବ ସେଥିରୁ ଜାଣିନିଅନ୍ତୁ ଆପଣ ନିଜକୁ ପଚାରିଥିବା ପ୍ରଶ୍ନର ଉତ୍ତର।

ଚାଲୁଥିବା ଘଡି ଏକ ନିଶ୍ଚିତ ସମୟରେ ଅଟକି ଯିବା

watchଆପଣ ଯଦି ନିଜ ଘଡିରେ ନୂଆ ବ୍ୟାଟେରୀ ପକାଇଛନ୍ତି ଏବଂ ଏହା ଚାଲୁ ଚାଲୁ ଏକ ନିଶ୍ଚିତ ସମୟରେ ସବୁବେଳେ ଅଟକିଯାଉଥାଏ ତେବେ ମନେ ପକାନ୍ତୁ ଏହି ସମୟରେ ଆପଣଙ୍କ ଜୀବନ ସହିତ ଜଡିତ କିଛି କଥା ରହିଛି କି। ଏହି ସମୟରେ କାହାର ଦୁର୍ଘଟଣା କିମ୍ବା ମୃତ୍ୟୁ ହୋଇଛି କି। ଏହି ସମୟରେ ସେହି ମଣିଷ ମନେ ପଡିଥାନ୍ତି ଯିଏ ଏହି ଦୁନିଆରେ ନାହାଁନ୍ତି। ତେବେ ଭାବି ନିଅନ୍ତୁ ସେହି ମଣିଷଙ୍କର ଆତ୍ମା ଆପଣଙ୍କୁ କିଛି କହିବାକୁ ଚାହୁଁଛି।

ଅଜବ ପ୍ରକାର ଶବ୍ଦ ଏବଂ ସଂଗୀତର ଧୂନ୍‌

ଯଦି ଆପଣଙ୍କୁ କେଉଁ ସ୍ଥାନରୁ ବାରମ୍ବାର ଶବ୍ଦ ଶୁଣାଯାଉଛି ଏବଂ ଯାହାକୁ ଶୁଣି ଲାଗୁଛି ଯେମିତି କେହି ଆପଣଙ୍କ ନାମ ଧରି ଡାକୁଛି। ତେବେ ଭାବିନିଅନ୍ତୁ ଆପଣଙ୍କୁ ସେହି ମଣିଷ ଡାକୁଛନ୍ତି ଯିଏ କି ଏବେ ଏହି ଦୁନିଆରେ ନାହାନ୍ତି। ଏମିତି ଶବ୍ଦ ସବୁବେଳେ ଭଲ ଆତ୍ମା ଦେଇଥାନ୍ତି।

ghosttରୁମର ତାପମାତ୍ରା ହଠାତ୍‌ ପରିବର୍ତ୍ତନ ହେବା

ଯଦି ଆପଣଙ୍କ ରୁମରେ ହଠାତ୍‌ ଗରମ କିମ୍ବା ଥଣ୍ଡା ବଢ଼ିଯାଏ ଏବଂ ଏହାର ପ୍ରଭାବ ଆପଣଙ୍କ ଶରୀର ଉପରେ ପଡିଥାଏ ତେବେ ବୁଝି ନିଅନ୍ତୁ ଆପଣଙ୍କ ବ୍ୟତୀତ ସେଠାରେ ଆହୁରି ବି କେହି ଅଛନ୍ତି।

ନିଶ୍ଚିତ ପଢନ୍ତୁ : ରାତ୍ରୀର ଅନ୍ଧକାରରେ ରାସ୍ତା ଉପରେ କଣ କରୁଥିଲେ ‘ମହାକାଶ ଯାତ୍ରୀ’ ! ଦୃଶ୍ୟ ଦେଖି ଲୋକେ ହୋଇଗଲେ ଆଶ୍ଚର୍ଯ୍ୟ, ଦେଖନ୍ତୁ…

ସୁନ୍ଦର ବାସ୍ନା ଆସିବା

ଯଦି ଆପଣ ନିଛାଟିଆ ରାସ୍ତାରେ କେଉଁଠାରେ ବୁଲୁଛନ୍ତି ଏବଂ ଆପଣଙ୍କୁ ହଠାତ୍‌ ସେଣ୍ଟର ବାସ୍ନା ଆସୁଥାଏ ତେବେ ଆପଣ ବୁଝି ନିଅନ୍ତୁ ଯେ ଆତ୍ମାର ବାସ ରହିଛି। ଆପଣଙ୍କୁ ସେହି ସ୍ଥାନ ତୁରନ୍ତ ଛାଡିଦେବା ଉଚିତ। ନଚେତ କୌଣସି ବଡ ସମସ୍ୟାରେ ଫସିପାରନ୍ତି।

ପ୍ରଜାପତି ଉଡିବା

butterflyପ୍ରାଚୀନ କାଳରୁ ଧାରଣା ରହିଛି ଯେ ପ୍ରଜାପତିଙ୍କ ସମ୍ବନ୍ଧ ସେହି ପ୍ରାଣୀଙ୍କ ସହିତ ରହିଥାଏ ଯେଉଁମାନେ ମରିସାରିଥାନ୍ତି ଏବଂ ଏହି ଛୋଟ ରୂପ ସହଜରେ ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ଯିବା ପାଇଁ ସହଜ ହୋଇଥାଏ। ଯଦି କୌଣସି ମଣିଷଙ୍କ ମୃତ୍ୟୁ ହେବା ପରେ ସେହି ସ୍ଥାନରେ ପ୍ରଜାପତି ଉଡିବାର ଦେଖନ୍ତି ତେବେ ଜାଣିନିଅନ୍ତୁ ଆପଣଙ୍କର ସେହି ପ୍ରିୟର ମଣିଷ ଅନ୍ୟ ଦୁନିଆକୁ ଯିବା ପାଇଁ ପ୍ରସ୍ତୁତ ହୋଇସାରିଛି।

ଏହାସହ ପଢନ୍ତୁ : ମୃତ୍ୟୁର ଦ୍ୱୀପ : ଯିଏ ଥରେ ଯାଏ ଆଉ ଫେରେନା, ଜାଣନ୍ତୁ ଏହା ପଛର ଭୟଙ୍କର କାହାଣୀ. . .

ମରିଯାଇଥିବା ଲୋକଙ୍କ ଚେହେରାକୁ ବାରମ୍ବାର ସ୍ୱପ୍ନରେ ଦେଖିବା

ସବୁବେଳେ ସ୍ୱପ୍ନରେ ଆମକୁ କୌଣସି ସମ୍ପର୍କୀୟ ବନ୍ଧୁଙ୍କ ଚେହେରା ଦେଖାଯାଉଥିଲେ ଏହାର ଅର୍ଥ ହେଉଛି ତାଙ୍କ ଆତ୍ମା ଆପଣଙ୍କୁ କୌଣସି କଥା ଜଣାଇବାକୁ ଚାହୁଁଛି।

spiritଛାଇ ଦେଖିବା

ଆପଣ କୌଣସି କାମ କରୁଥିବାବେଳେ କିମ୍ବା ବସିଥିବାବେଳେ ଆପଣଙ୍କ ପାଖ ଦେଇ କେହି ଯିବାଭଳି ଆପଣ ଅନୁଭବ କରିଥିବେ। କିମ୍ବା ଆପଣ ତେରଛେଇ ଚାହିଁଲେ ଆପଣଙ୍କୁ କୌଣସି ଛାଇ ଦେଖାଯାଇଥାଏ ଏବଂ ସେହି ଛାଇ ଆପଣ ସିଧା ଚାହିଁଲେ ଦେଖାଯାଏ ନାହିଁ ଗାୟବ ହୋଇଯାଏ ତେବେ ଏହି ସବୁ କଥା ଏହାର ସଂକେତ ଦେଇଥାଏ ଯେ ଆପଣଙ୍କ ସହିତ କେହି ସମ୍ପର୍କ କରିବାକୁ ଚାହୁଁଛି।

ଏକୁଟିଆ ରହିଥିବା ସମୟରେ କାହାର ଛୁଇଁବାର ଅନୁଭବ ହେବା

ଯେତେବେଳେ ଆପଣଙ୍କ ପାଖରେ କେହି ନଥିବେ କିନ୍ତୁ ହଠାତ୍‌ ଏମିତି ଅନୁଭବ ହେବ ଯେ କେହି ଆପଣଙ୍କୁ ଛୁଇଁବାକୁ ଚେଷ୍ଟା କରୁଛି। କେବେକେବେ ଏହି ଅନୁଭବ ହଠାତ୍‌ ପାଦ ଯନ୍ତ୍ରଣାରୁ ମଧ୍ୟ ହୋଇଥାଏ। ଏହାର ଅର୍ଥ ହେଉଛି ଆପଣଙ୍କର କେହି ନିଜର ଆପଣଙ୍କ ପାଖରେ ଅଛନ୍ତି ଯିଏ କି ଏହି ଦୁନିଆରେ ଏବେ ନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.