ଅଜବ ନିଶା : ଭିକ ମାଗି ହେଲିକପ୍ଟର କିଣିବାକୁ ଚାହୁଁଛନ୍ତି ଝୁନଝୁନ ବାବା, ପେଟିଏମରେ ମାଗୁଛନ୍ତି ଭିକ

ନୂଆଦିଲ୍ଲୀ :  ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ନିଶା ଥାଏ । ହେଲେ ଏହି ବାବାଙ୍କର ନିଶା ଏମିତି ଅଜବ ଯେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ନ ହୋଇ ରହିପାରିବେ ନାହିଁ । ବାବା ଜଣଙ୍କର ଘର ଦ୍ୱାର ଜମି ବାଡି ସବୁ କିଛି ଅଛି, ହେଲେ ନିଶା ଏକ ହେଲିକପ୍ଟର କିଣିବା । ତାହା ପୁଣି ଭିକ ମାଗି । ବାବା ଏହି ସବୁ ସମ୍ପତ୍ତି ଭିକ ମାଗି ହାସଲ କରିଛନ୍ତି । ଯେଉଁଥିପାଇଁ ସେ ମୁକ୍ତ କଣ୍ଠରେ କୁହନ୍ତି ।

ଆଜିର ସମୟରେ ସବୁ କିଛି ଡିଜିଟାଲ ହେଉଛି । ଅଧିକାଂଶ ବ୍ୟକ୍ତି ଟଙ୍କା ଦେଣ ନେଣ ପାଇଁ ଅନଲାଇନ ବ୍ୟବସ୍ଥା ଆପଣାଉଛନ୍ତି । ଏମିତିରେ ଭିକାରୀ ବି କୌଣସି ଗୁଣରେ ପଛରେ ନାହାଁନ୍ତି । ସେମାନଙ୍କର ଭିକ ମାଗିବା ତରିକା ବି ଡିଜିଟାଲ ହୋଇଗଲାଣି ।

ମଧ୍ୟପ୍ରଦେଶ ସାଗର ଜିଲ୍ଳା ସୁରଖି ବିଧାନସଭା ଅଞ୍ଚଳରେ ରହୁଥିବା ଝୁନଝୁନ ବାବାଙ୍କ ଭିକ ମାଗିବା ତରିକାକୁ ନେଇ ବେଶ ଚର୍ଚ୍ଚାରେ ସେ । ଝୁନ ଝୁନ ବାବା ଲୋକଙ୍କ ଠାରୁ ନିଜର ଭିକ ପେଟିଏମରେ ନେଇଥାନ୍ତି । ତାଙ୍କ ପେଟିଏମରେ ଭିକ ମାଗିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଭିକ ମାଗିବା ବେଳେ ବାବା କୁହନ୍ତି ଯେ ତାଙ୍କର ଘର ଦ୍ୱାର ସବୁ କିଛି ଅଛି । ହେଲେ ହେଲିକପ୍ଟର କିଣିବାର ଏକ ଦୁର୍ବାର ଇଚ୍ଛା ତାଙ୍କର ରହିଛି । ଯାହାକୁ ସେ ଫଳବତୀ କରିବାକୁ ଚାହୁଁଛନ୍ତି । ତେଣୁ ସେ ଭିକ ମାଗୁଛନ୍ତି । ଯଦି କାହା ପାଖରେ ଭିକ ଦେବାକୁ ରେଜା ପଇସା ନାହିଁ, ତେବେ ସେ ପେଟିଏମରେ ଭିକ ଦେବା ପାଇଁ ତୁରନ୍ତ ତାଙ୍କର ପୁଅର ପେଟିଏମ ନମ୍ବର ବତାଇ ଦେଇଥାନ୍ତି ।

ବାବା କୁହନ୍ତି, ତାଙ୍କର ବିଭିନ୍ନ ସ୍ଥାନରେ ଜମି ଓ ଘର ରହିଛି । ତେବେ ଏକ ହେଲିକପ୍ଟର କରିବାର ତାଙ୍କର ଇଚ୍ଛାକୁ ପୁରଣ କରିବା ପାଇଁ ସେ ଭିକ ମାଗୁଛନ୍ତି । ଭିକ ମାଗି ଯଦି ସେ ସମ୍ପତ୍ତି କରିପାରିଲେ ଏଥିରେ ଅସୁବିଧା କ’ଣ ରହିଛି ବୋଲି ବାବା କୁହନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.