ଗ୍ରାମବାସୀଙ୍କ ଭଗବାନ ସାଜିଛନ୍ତି ମନପ୍ରୀତ୍ : ୨୨ ବର୍ଷରେ ଉଚ୍ଚତା ୨୩ଇଞ୍ଚ ଓ ଓଜନ ୬.୮୦ କିଲୋ

ଦୁନିଆରେ ଭିନ୍ନ ଭିନ୍ନ ମଣିଷ ରହିଛନ୍ତି। ସମସ୍ତଙ୍କର ଶରୀର ଗଠନ ଭିନ୍ନ ରହିବା ସହ ସମସ୍ତଙ୍କ ଚିନ୍ତାଧାରା ମଧ୍ୟ ଭିନ୍ନ ଭିନ୍ନ। ତେବେ ଜଣେ ମା ନଜରରେ ତା ଛୁଆ ସବୁବେଳେ ଶ୍ରେଷ୍ଠ । ଭଲ ପାଇବା ଦେବାରେ କୌଣସି ମା ନିଜ ସନ୍ତାନରେ ପାତରଅନ୍ତର କରନ୍ତି ନାହିଁ । ମା’ ଯିଏ ସନ୍ତାନର ରକ୍ଷା କବଚ । ଭଲ ହେଉ କି ଖରାପ ମା’ ପାଇଁ କିନ୍ତୁ ନିଜ ପିଲା ଗଳାର ହାର । ଏମିତି କିଛି କହିଥିଲେ ମନପ୍ରୀତ ସିଂଙ୍କ ମା‘ ଏକ ସାକ୍ଷାତକାରରେ। ୨୨ବର୍ଷ ବୟସର ଏହି ମନପ୍ରୀତଙ୍କ ସହ ପୁରା ଗାଁ ଅଛି ଯିଏ ତାଙ୍କୁ ଭଗବାନଙ୍କ ପରି ପୂଜା କରୁଛି। ମନପ୍ରୀତଙ୍କ ଜନ୍ମର କିଛି ମାସ ପରେ ହିଁ ତାଙ୍କ ଶରୀରର ବିକାଶ ହେବା ବନ୍ଦ ହୋଇଥିଲା । ଡାକ୍ତରଙ୍କ କହିବା ଅନୁଯାୟୀ, ତାଙ୍କର ଠିକ ହେବାର କୌଣସି ଆଶା କି ଚତ୍ମକାରର ସମ୍ଭାବନା ରହିନାହିଁ । ୨୨ ବର୍ଷରେ ତାଙ୍କ ଶରୀରର ଉଚ୍ଚତା ୨୩ଇଞ୍ଚ ଓ ଓଜନ ୬.୮୦ କିଲୋ ।

ଗ୍ରାମବାସୀ ମନପ୍ରୀତଙ୍କ ଏ ଭଳି ଶରୀରର ଗଠନ ଦେଖି ତାଙ୍କୁ ଭଗବାନଙ୍କ ସଦୃଶ୍ୟ ପୂଜା  କରୁଛନ୍ତି । ଅନେକ ଲୋକ ତାଙ୍କ ନିକଟକୁ ଆସି ତାଙ୍କ ଠାରୁ ଆର୍ଶ୍ରୀବାଦ ମଧ୍ୟ ନେଉଛନ୍ତି ।  ମନପ୍ରୀତଙ୍କର ୨୦ ବର୍ଷର ସାନ ଭଉଣୀ ଏବଂ ୮ ବର୍ଷର ସାନ ଭାଇ ଅଛନ୍ତି । ସେମାନଙ୍କ ଶରୀରର ଗଠନ ବୟସ ଅନୁଶାରେ ଠିକ୍ ଅଛି । ତେଣୁ ସମସ୍ତେ ଭାବୁଛନ୍ତି ମନପ୍ରୀତ ହେଉଛନ୍ତି ଭଗବାନ ଏବଂ ଏହା ଭାବି ସେମାନେ ତାଙ୍କର ପୂଜା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.