ଭାରତର ଏହି ସ୍ଥାନରେ ରହିଛି ବିଦ୍ୱାନ ରାବଣଙ୍କ ପ୍ରସିଦ୍ଧ ମନ୍ଦିର, ଥରେ ଯାଇ ବୁଲି ଆସନ୍ତୁ

ଚଳିତ ବର୍ଷ ବିଜୟାଦଶମୀ ଅକ୍ଟୋବର ୫ ତାରିଖରେ ପାଳନ ହେବାକୁ ଯାଉଛି । ଯାହାକୁ ଅସତ୍ୟ ଉପରେ ସତ୍ୟ ଵିଜୟର ପର୍ବ ମଧ୍ୟ କୁହାଯାଏ । ତେଣୁ କରି ଏହା ନାମ ବିଜୟାଦଶମୀ ହୋଇଛି । ମା’ ଦୁର୍ଗାଙ୍କର ନବ ଦିନାତ୍ମକ ନବରାତ୍ର ପର୍ବ ପାଳନ ପରେ ମହାଦଶମୀ ପର୍ବ ପାଳନ ହୋଇଥାଏ । ବିଶ୍ୱାସ ଅଛିକି ଏହି ଦିନ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ରାବଣର ବଦ୍ଧ କରି ମା’ ସୀତାଙ୍କୁ ମୁକୁଳେଇ ଆଣିଥିଲେ । ଅସୁର କୂଳରେ ଜନ୍ମ ନେଇଥିଲେ ମଧ୍ୟ ଅସୁରରାଜ ରାବଣ ପ୍ରବଳ ପ୍ରତାପୀ ହେବା ସହ ବିଦ୍ୱାନ ମଧ୍ୟ ଥିଲେ ।

ଖାଲି ସେତିକି ନୁହେଁ ରାବଣ ମହାଦେବ ଶିବଙ୍କର ଏକ ବଡ ଭକ୍ତ ମଧ୍ୟ ଥିଲେ । କିନ୍ତୁ ମା’ ସୀତାଙ୍କର ହରଣ କରିବା ପରେ ସାରା ସଂସାର ତାଙ୍କୁ ରାକ୍ଷସର ପରିଚୟ ଦେଇଥିଲା । ପରେ ତାଙ୍କ ବିଦ୍ୱାନତାକୁ ସମ୍ମାନ ଜଣାଇ ଭାରତର ବହୁ ସ୍ଥାନରେ ରାବଣର ମନ୍ଦିର ଗଢା ଯାଇଛି । ଏହି ସ୍ଥାନ ଗୁଡିକରେ ଲୋକେ ରାବଣକୁ ଭଗବାନ ରୂପେ ମାନିଥାନ୍ତି । ଖାଲି ସେତିକି ନୁହେଁ ଏହି ଜାଗା ଗୁଡିକରେ ରାବଣର ପୂଜା ମଧ୍ୟ କରାଯାଇଥାଏ । ଆଜି ଆମେ ଆପଣଙ୍କୁ ଭାରତର ସେହି ୪ଟି ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯେଉଁ ଠାରେ ରାବଣର ମନ୍ଦିର ଅଛି ଓ ସେଠାରେ ଲୋକେ ରାବଣକୁ ଦେବତା ଭଳି ପୂଜା ମଧ୍ୟ କରିଥାନ୍ତି ।

ଲଙ୍କେଶ୍ୱର ମହୋତ୍ସବ,କୋଲାର(କର୍ଣ୍ଣାଟକ):
କର୍ଣ୍ଣାଟକର କୋଲାର ସହରରେ ଲଙ୍କେଶ୍ୱର ମହୋତ୍ସବ ସମୟରେ ରାବଣର ପୂଜା ସହ ଜୁଲୁସ ଵା ପରିକ୍ରମା କରାଯାଇଥାଏ । କୋଲାରର ମାଲବଲି ତହସିଲ ଠାରେ ରାବଣଙ୍କ ଏକ ମନ୍ଦିର ମଧ୍ୟ ଅଛି । କୌଣସି ବିଶେଷ ଉତ୍ସବରେ ଏଠାରେ ରାବଣ ସହ ଭଗବାନ ଶିବଙ୍କର ମୂର୍ତ୍ତିଙ୍କୁ ମଧ୍ୟ ପରିକ୍ରମା କରାଯାଇଥାଏ । ଭଗବାନ ଶିବଙ୍କର ପରମ ଭକ୍ତ ହୋଇଥିବାରୁ ଏହି ଠାରେ ରାବଣର ମନ୍ଦିର ପ୍ରତିଷ୍ଠା କରାଯାଇଛି ।

ମନ୍ଦସୌର (ମଧ୍ୟ ପ୍ରଦେଶ):
ମନ୍ଦସୌରରେ ରାବଣର ଏହି ମନ୍ଦିର ଭାରତରେ ପ୍ରଥମେ ପ୍ରତିଷ୍ଠା ହୋଇଥିଲା । ଏହି ଠାରେ ରାବଣର ରୁଣ୍ଡି ନାମକ ଏକ ବିଶାଳ ମୂର୍ତ୍ତି ଅଛି ଯାହାକୁ କି ପୂଜା କରାଯାଇଥାଏ । ପୁରାଣ ଅନୁଯାୟୀ ରାବଣକୁ ଏହି ସ୍ଥାନର ଜ୍ୱାଇଁ ଭାବେ ମନେ କରାଯାଇଥାଏ । କାରଣ ମନ୍ଦସର ହେଉଛି ରାବଣଙ୍କ ପତ୍ନୀ ମନ୍ଦୋଦରୀଙ୍କ ବାପଘର । ଏହି ଠାରେ ମହିଳା ମାନେ ବିଶେଷ ଭାବେ ମୁଣ୍ଡରେ ଓଢଣା ଦେଇ ପୂଜା କରିଥାନ୍ତି । ମନ୍ଦୋଦରୀଙ୍କ ନାମ ଅନୁସାରେ ହିଁ ଏହି ସ୍ଥାନର ନାମ ଏହିପରି ରଖା ଯାଇଛି ।

ବୈଜନାଥ କଷବା (ହିମାଚଳ ପ୍ରଦେଶ):
ପୁରାଣ ଅନୁଯାୟୀ ଏହିଠାରେ ରାବଣ ଭଗବାନ ଶିବଙ୍କର କଠୋର ତପସ୍ୟା କରିଥିଲେ । ଏହି ଠାରେ ରାବଣର କୌଣସି ମନ୍ଦିର ନଥିଲେ ମଧ୍ୟ ରାବଣର ଏହିଠାରେ ପୂଜା କରାଯାଇଥାଏ । ଖାଲି ସେତିକି ନୁହେଁ ହିମାଚଳ ପ୍ରଦେଶର ଏହି ସ୍ଥାନରେ ରାବଣର କୌଣସି ପୁତାଲାକୁ ନିଆଁ ମଧ୍ୟ ଲଗା ଯାଇନଥାଏ ।

ଦଶାନନ ମନ୍ଦିର, କାନପୁର(ଉତ୍ତର ପ୍ରଦେଶ):
କାନପୁର ଠାରେ ଥିବା ରାବଣର ଏହି ମନ୍ଦିର ବର୍ଷକୁ ଠାରେ ମାତ୍ର ଦଶହରା ଦିନ ହିଁ ଖୋଲା ଯାଇଥାଏ । ଦଶହରା ଦିନ ରାବଣଙ୍କ ମୂର୍ତ୍ତିକୁ ସଜାଯାଇ ଆଳତି କରାଯାଇଥାଏ । ବର୍ଷକୁ ମାତ୍ର ଗୋଟିଏ ଦିନ ଦଶହରାରେ ହିଁ ଏହି ପୂଜା କରାଯିବାର ଅନୁମତି ଦିଆଯାଇଥାଏ । ଏହି ମନ୍ଦିର ଟିକୁ ୧୮୯୦ ମସିହାରେ ହିଁ ନିର୍ମାଣ କରାଯାଇଥିଲା । ମାନ୍ୟତା ଅଛି କି ଏହି ମନ୍ଦିରରେ ତେଲ ଦୀପ ଜଳାଇବା ଦ୍ୱାରା ମଣିଷର ସବୁ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.