ହସ୍ତରେଖା ଶାସ୍ତ୍ର : ବଡ଼ ଗମ୍ଭୀର ଓ ଦାୟିତ୍ୱବାନ ହୋଇଥାନ୍ତି ବଡ଼ ହାତ ଥିବା ଲୋକ,ଜାଣନ୍ତୁ ଆପଣଙ୍କ ହାତରୁ ଆପଣଙ୍କ ସ୍ୱଭାବ

ହସ୍ତରେଖା ଶାସ୍ତ୍ର ଅନୁଯାୟୀ ହାତର ରେଖାରୁ ହିଁ ବ୍ଯକ୍ତିଙ୍କ ଜୀବନ ବିଷୟରେ କିଛି ଜାଣିବାକୁ ମିଳିଥାଏ। କୁହାଯାଇଥାଏ ହାତର ରେଖା କୌଣସି ବ୍ଯକ୍ତିଙ୍କ ଜୀବନର ରହସ୍ଯ ବିଷୟରେ ଜଣାଇବାରେ ସକ୍ଷମ ହୋଇଥାଏ। ହାତର ରେଖା ମାଧ୍ଯମରେ ବ୍ଯକ୍ତିଙ୍କ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ଯତ ଏହି ତିନଟି ରାଜ୍ ବିଷୟରେ ଜଣାପଡିଥାଏ। ହସ୍ତରେଖା ଶାସ୍ତ୍ର ଅନୁସାରେ ହାତ ଆକାରରୁ ତାର ସ୍ୱଭାବ ବିଷୟରେ ଜାଣିହେବ  ।

ହାତର ରେଖା ଓ ହାତରେ ଥିବା ଚିହ୍ନ ଆଧାରରେ ବ୍ୟକ୍ତିର ସ୍ୱଭାବ, କ୍ୟାରିଅର,ଆର୍ଥିକ ଓ ବୈବାହିକ ଜୀବନ ଆଦି ସମ୍ପର୍କରେ ଜଣାଯାଇଥାଏ । ସେହିପରି ହସ୍ତରେଖା ଶାସ୍ତ୍ରରେ ବ୍ୟକ୍ତିର ହାତ ଆକାରରୁ ତାର ସ୍ୱଭାବ ବିଷୟରେ ଜାଣିହେବ । କୌଣସି ବ୍ୟକ୍ତିର ହାତର ଆକାର ଯୋଗୁ ତାର ସ୍ୱଭାବ ଓ ଭବିଷ୍ୟତ ସମ୍ପର୍କରେ ଜାଣିହେବ । ଆସନ୍ତୁ ଜାଣିବା ହାତର ଆକାର ଆପଣଙ୍କ ଜୀବନର କେଉଁ ରାଜ ଖୋଲୁଛି ।

ବଡ ହାତ ଥିବା ଲୋକ :

ହସ୍ତରେଖା ଶାସ୍ତ୍ର ଅନୁସାରେ ଯେଉଁ ଲୋକଙ୍କ ହାତର ଆକାର ସାମାନ୍ୟ ହାତର ଆକାର ଠାରୁ ବଡ଼ ହୋଇଥିଲେ ଏପରି ଲୋକ ନିଜର ଫୈସଲା ଓ ଦାୟିତ୍ୱକୁ ନେଇ ବଡ ଗମ୍ଭୀର ହୋଇଥାନ୍ତି । ଏମାନେ ଦୂରଦର୍ଶୀ ହୋଇଥାନ୍ତି, ଯଦ୍ୱାରା ନିଜର ଜୀବନରେ ଆସୁଥିବା ସମସ୍ୟାକୁ ଆଗରୁ ବୁଝି ନିଅନ୍ତି ।

ଛୋଟ ହାତ ଥିବା ଲୋକ

ହସ୍ତରେଖା ଶାସ୍ତ୍ର ଅନୁଯାୟୀ ଯେଉଁ ଲୋକଙ୍କ ହାତ ଛୋଟ ହୋଇଥାଏ, ଏମାନେ ପରିଶ୍ରମ କରିବା ପରିବର୍ତ୍ତେ ଯୋଜନା ତିଆରି କରିବାରେ ଅଧିକ ସମୟ ବ୍ୟୟ କରିଥାନ୍ତି । ଛୋଟ ହାତର ଲୋକ ନିଜର ତାରିଫ କରିବାରେ ବି ପଛକୁ ହଟନ୍ତି ନାହିଁ । ଏମାନେ ଆତ୍ମମୁଗ୍ଧ ହେବା କାରଣରୁ ଲୋକ ବହୁବାର ଜୀବନରେ ଭୁଲ ନିର୍ଣ୍ଣୟର ଶିକାର ହୋଇଥାନ୍ତି । ଏହି ଲୋକଙ୍କ କାର୍ଯ୍ୟ କ୍ଷମତା ଭଲ ହୋଇଥାଏ,ହେଲେ ଏହାର ବ୍ୟବହାର କରିବା ଠିକ ଜାଣି ନଥାନ୍ତି ।

ସାମାନ୍ୟ ହାତର ଲୋକ

କୁହାଯାଏ ଯେଉଁ ଲୋକଙ୍କ ହାତର ଆକାର ନା ବଡ ନା ଛୋଟ ହୋଇଥାଏ ଅର୍ଥାତ ସାମାନ୍ୟ ହୋଇଥାଏ, ଏହି ଲୋକ ଜୀବନରେ ବହୁତ ସତର୍କ ହୋଇଥାନ୍ତି । ଏହି ଲୋକ କେବେ ଖାଲି ବସି ନଥାନ୍ତି, କିଛି ନା କିଛି କରିଥାନ୍ତି । ଏମାନଙ୍କର ଲକ୍ଷ୍ୟପୂର୍ଣ୍ଣ ଜୀବନ ଏମାନଙ୍କୁ ସଫଳତା ଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.