ରାକ୍ଷୀ ପୂର୍ଣ୍ଣିମାରେ ଭାଇର ରାଶି ଅନୁସାରେ ବାନ୍ଧନ୍ତୁ ରାକ୍ଷୀ, ଚମକିବ ଭାଗ୍ୟ ଦୂର ହେବ ସବୁ ସଂକଟ

ସମ୍ପର୍କର ପ୍ରତୀକ ରାକ୍ଷୀ । ଭାଇ-ଭଉଣୀଙ୍କ ସମ୍ପର୍କକୁ ଆହୁରି ଦୃଢ କରିଦେଇଥାଏ ଏହି ରାକ୍ଷୀ । ଆଗକୁ ଆସୁଛି ଗହ୍ମା ପୂର୍ଣ୍ଣିମା ଅର୍ଥାତ ରାକ୍ଷୀ ପୂର୍ଣ୍ଣିମା । ସଭିଏଁ ଏହି ଦିନକୁ ଆଗ୍ରହ ସହ ଅପେକ୍ଷା କରିଥାନ୍ତି । ଏହି ଦିନରେ ସବୁ ଭଉଣୀ ନିଜ ଭାଇ ହାତରେ ରକ୍ଷାସୂତ୍ର ବାନ୍ଧିଥାଏ। ଆଉ ଭାଇ ବି ଭଉଣୀକୁ କିଛି ଗିଫ୍ଟ ଦେବା ସହିତ ତାର ରକ୍ଷା କରିବାକୁ ବଚନ ଦେଇଥାଏ। ଏହି ପର୍ବରେ ଦୁହେଁ ଦୁହିଁଙ୍କ ପ୍ରତି ଥିବା ସ୍ନେହ ଏବଂ ଭଲପାଇବାକୁ ଦେଖାଇଥାନ୍ତି। ରାକ୍ଷୀ ପାଇଁ ଏବେ ଠାରୁ ବଜାରକୁ ଆସିଛି ଭିନ୍ନ ଭିନ୍ନ ରଙ୍ଗର ଡିଜାଇନ୍ ରାକ୍ଷୀ ।

ସବୁ ଭଉଣୀମାନେ ଭାଇ ହାତରେ ରାକ୍ଷୀ ବାନ୍ଧିବେ । ତାଙ୍କ ସୁଭବିଷ୍ୟତ ପାଇଁ ପ୍ରାର୍ଥନା କରିବା ସହ ଭାଇମାନେ ଭଉଣୀକୁ ରକ୍ଷା କରିବା ନେଇ ସଂକଳ୍ପ ନେଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ରାକ୍ଷୀ ରାଶି ହିସାବରେ ଭାଇଙ୍କୁ ପିନ୍ଧାଇବା ଦ୍ବାରା ଶୁଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ରାଶି ଅନୁସାରେ କେଉଁ ରଙ୍ଗର ରାକ୍ଷୀ ଭାଇକୁ ବାନ୍ଧିବା ଶୁଭ ହୋଇଥାଏ। ଏହାଛଡା ଏହାଦ୍ୱାରା ଭାଇର ଜୀବନରେ ସବୁବେଳେ ଉର୍ଜା ଲାଗିକି ରହିଥାଏ।

rakheeମେଷ ରାଶି – ଯଦି ଭାଇର ରାଶି ମେଷ ହୋଇଥାଏ ତେବେ ରାକ୍ଷୀ ପୂର୍ଣ୍ଣିମା ଦିନ ଲାଲ ରଙ୍ଗର ରାକ୍ଷୀ ପିନ୍ଧାଇବା ଉଚିତ୍ । କାହିଁକି ନା ଏହି ରଙ୍ଗର ରାକ୍ଷୀ ବାନ୍ଧିବା ଦ୍ବାରା ସେ ସଦା ସର୍ବଦା ଶକ୍ତିଶାଳୀ ରହିବା ସହ ଜୀବନରେ ସମୃଦ୍ଧି ଲାଭ କରିବେ ।

ବୃଷ ରାଶି – ତେବେ ବୃଷ ରାଶିଙ୍କୁ ଧଳା ରଙ୍ଗର ରାକ୍ଷୀ ବାନ୍ଧିବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ସହିତ ସେମାନଙ୍କୁ କ୍ଷୀରରେ ପ୍ରସ୍ତୁତ ମିଠା ଖାଇବାକୁ ଦେଲେ ଶୁଭ ହେବ ।

ମିଥୁନ ରାଶି – ଯଦି ଭାଇର ରାଶି ମିଥୁନ ହୋଇଥାଏ ତେବେ ତାଙ୍କୁ ସବୁଜ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । ଏହି ରଙ୍ଗ ବାନ୍ଧିବା ଦ୍ବାରା ତାଙ୍କର ସମସ୍ତ ସଂକଟ ଦୂର ହେବ।

କର୍କଟ ରାଶି – କର୍କଟ ରାଶି ବ୍ୟକ୍ତିଙ୍କୁ ଧଳା କିମ୍ବା ହଳଦିଆ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । ଏହି ରଙ୍ଗ ସେମାନଙ୍କ ଜୀବନରେ ସୁଖ-ଶାନ୍ତି ଆଣିଥାଏ ।

ସିଂହ ରାଶି – ଯଦି ଆପଣଙ୍କ ଭାଇଙ୍କ ରାଶି ସିଂହ ହୋଇଥାଏ ତେବେ ତାଙ୍କୁ ଲାଲ୍ କିମ୍ବା ହଳଦିଆ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । ଉଭୟ ରଙ୍ଗ ଥିବା ରାକ୍ଷୀ ଏହି ରାଶିର ଲୋକଙ୍କ ପାଇଁ ଶୁଭ ହୋଇଥାଏ ।

କନ୍ୟା ରାଶି – କନ୍ୟା ରାଶିର ଲୋକଙ୍କ ପାଇଁ କମଳା ରଙ୍ଗର ରାକ୍ଷୀ ବାନ୍ଧିଲେ ଶ୍ରେଷ୍ଠ ବୋଲି ମନେ କରାଯାଏ । ଏହି ରଙ୍ଗର ରାକ୍ଷୀ ବାନ୍ଧିବା ଦ୍ବାରା ତାଙ୍କ ଜୀବନରେ ସାହାସ ଓ ଉତ୍ସାହ ସୃଷ୍ଟି ହୋଇଥାଏ ।

rakhya bandhanତୁଳା ରାଶି – ତୁଳା ରାଶିର ଲୋକଙ୍କ ପାଇଁ ଧଳା ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ । ଏହା ସହ ଧଳା ରଙ୍ଗର ମିଠା ଖାଇବାକୁ ଦେଲେ ଶୁଭ୍ ହୋଇଥାଏ ।

ବିଛା ରାଶି – ଏହି ବିଛା ରାଶିର ଲୋକମାନଙ୍କ ହାତରେ ଲାଲ୍ କିମ୍ବା ଗୋଲାପୀ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ୍ ।

ଧନୁ ରାଶି – ଧନୁ ରାଶିର ଭାଇ ହାତରେ ହଳଦିଆ କିମ୍ବା ସୁନେଲି ରଙ୍ଗର ରାକ୍ଷୀ ବାନ୍ଧିବା ସହ ହଳଦିଆ ରଙ୍ଗର ମିଠା ଖାଇବାକୁ ଦେଲେ ଶୁଭ ହୋଇଥାଏ । ଏହା ଦ୍ବାରା ଭାଇର ଧନ ବୃଦ୍ଧି ହୋଇଥାଏ ।

ମକର ରାଶି – ଏହି ରାଶିର ଲୋକମାନଙ୍କୁ ନୀଳ ରାଖି ବାନ୍ଧିବା ଦ୍ବାରା ତାଙ୍କୁ ଲାଭଦାୟକ ହୋଇଥାଏ ।

କୁମ୍ଭ ରାଶି – ଏହି ରାଶିର ଭାଇ ଥିବା ଭଉଣୀ ନିଜ ଭାଇଙ୍କୁ ଡିପ୍‌ ଗ୍ରୀନ ରଙ୍ଗର ରାକ୍ଷୀ ବାନ୍ଧିବା ଉଚିତ। ଏହା ବାନ୍ଧିବା ଦ୍ବାରା ସେମାନଙ୍କ ଜୀବନରେ ଶୁଭଫଳ ମିଳିବ ।

ମୀନ ରାଶି – ଏହି ରାଶିର ଭାଇମାନଙ୍କୁ ହଲଦିଆ କିମ୍ବା ସୁନେଲି ରଙ୍ଗର ଏକ ସୁନ୍ଦର ରାକ୍ଷୀ ବାନ୍ଧିବା ଶୁଭ ବୋଲି କୁହାଯାଏ । ରାକ୍ଷୀ ପୂର୍ଣ୍ଣିମା ଦିନ ଭଉଣୀମାନେ ଭାଇଙ୍କୁ ହଳଦିଆ ରଙ୍ଗର ମିଠା ଖୁଆନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.