ଜନ୍ମଦିନ ପାଳନ ବେଳେ ଛାତ୍ର ପିଠିରେ ନିର୍ଦୁମ ଛେଚିଲେ ସାର, କାରଣ କଣ ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ

ସ୍କୁଲ ସମୟକୁ କିଏବା ଭୁଲିପାରିବ । ଏହି ସମୟରେ ମାତ୍ର ଗୋଟିଏ ଭୁଲ ପାଇଁ ସାରଙ୍କୁ ଏତେ ରାଗ ଆସିଯାଏଯେ ସେ ଆଉ ଆଗ ପଛ କିଛି ନଭାବି ସିଧା ହାତ ଉଠାଇ ଦିଅନ୍ତି । ଆଉ ମାଡ ଖାଇବା ପରେ ପିଲାଙ୍କ ପିଠିରେ ନୋଳା ନୋଳା ଦାଗ ବସିଯାଏ । ଆଉ ଶିକ୍ଷକମାନେ ଆମ ପିଠିରେ ଏମିତି ଦାଗ ବସାନ୍ତି ଯେ ତାର ଶବ୍ଦ କ୍ଳାସ ରୁମ ସାରା ଶୁଭାଯାଏ । ଆଉ ପିଲାମାନେ ଡରି ଥର ହର ହୋଇଯାନ୍ତି । ଆଉ ସେସମୟରେ ତଳେ ଛୁଞ୍ଚି ପଡିଲେ ବି ଶବ୍ଦ ଶୁଭାଯାଏ । ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଖୁବ ଭାଇରଲ ହେଉଛି ଯେଉଁଠି ଜଣେ ଶିକ୍ଷକ ଓ ଛାତ୍ରଙ୍କର ଜନ୍ମଦିନ ସେଲିବ୍ରେଟ ହେଉଛି । ଆଉ ଏହି ସମୟରେ ଜଣେ ଛାତ୍ର ଏମିତି ଉତ୍ସାହିତ ହୋଇଯାଉଛିଯେ ଏକ ବଡ ଧରଣର ଭୁଲ କରି ବସୁଛି । ଆଉ ଏହାପରେ ଶିକ୍ଷକ ଜଣକ ମୁଥା ମାରି ଛାତ୍ରଟିକୁ ଦଣ୍ଡ ଦେଉଛନ୍ତି । କିନ୍ତୁ ଭିଡିଓଟି କେଉଁଠି ଓ କେବେ ସୁଟ ହୋଇଛି ସେ ବିଷୟରେ ଠିକରେ ଜଣାପଡ଼ି ନାହିଁ | ଏହି କିଛି ସେକେଣ୍ଡର ଭିଡିଓର କ୍ୟାପ୍ସନରେ ” ହ୍ୟାପି ବାର୍ଥଡେ ସାର” ଲେଖାଯାଇଛି । ଯେଉଁଥିରେ ଆମେ ଦେଖିପାରିବା କିଛି ପିଲା ସ୍କୁଲ ୟୁନିଫର୍ମରେ ଥିବା ବେଳେ କିଛି ଜଣ ଘର ଡ୍ରେସ ପିନ୍ଧିଛନ୍ତି | ଯେବେକି ଶିକ୍ଷକ ମହାଶୟ ନିଜ ଚୌକି ଉପରେ ହିଁ ବସିଛନ୍ତି । ଆଉ ଛାତ୍ରମାନେ ତାଙ୍କ ଜନ୍ମଦିନ ପାଳି ଜୋର ଜୋରସେ ତାଳି ମାରୁଛନ୍ତି ।

 

View this post on Instagram

 

A post shared by Be Harami (BH) (@be_harami)

ଆଉ ଏହି ସମୟରେ କଣ ହେଇଛିନା ଜଣେ ପିଲା ସାରଙ୍କ ଉପରେ ସ୍ନୋ ସ୍ପ୍ରେ କରୁଛନ୍ତି | କିନ୍ତୁ ସେ କଣ ଅବା ଜାଣିଥିଲା ସ୍ନୋ ସିନା ସ୍ପ୍ରେ କରିଦେବ । କିନ୍ତୁ ତା ପରେ ସାରଙ୍କ ଠାରୁ ନିର୍ଦ୍ୱଦୁମ ମାଡ଼ ଖାଇବ ବୋଲି । ପ୍ରକୃତରେ ସ୍ନୋ ମାରିବା ମାତ୍ରେ ସାରଙ୍କୁ ପ୍ରବଳ ରାଗ ଆସିଯାଉଛି । ଆଉ ସେ ଏହି ସମୟରେ ପିଲାଟିକୁ ଟେବଲ ଉପରେ ମୁହଁ ମାଡ଼ି ପକେଇ ତା ପିଠିରେ କୋରି ଦେଉଛନ୍ତି । ଯାହାର ଶବ୍ଦ ଆପଣ ସ୍ପଷ୍ଟ ଭାବରେ ଶୁଣିପାରିବେ । ଏହି ଭିଡିଓଟି ଇନ୍ଷ୍ଟଗ୍ରାମ ହ୍ୟାଣ୍ଡଲରୁ ସେୟାର କରାଯାଇଥିଲା । ଆଉ କ୍ୟାପ୍ସନରେ ଲେଖାଯାଇଛିକି- “ମୁଝେ କ୍ୟୁନ ତୋଡ଼ା ??” । ଏହି କ୍ଲିପ ଟିକୁ ଏଭିତରେ ୧୦ ଲକ୍ଷରୁ ଅଧିକ ଜଣ ଦେଖିସାରିଥିବା ବେଳେ ୧ ଲକ୍ଷରୁ ଅଧିକ ସଂଖ୍ୟକ ଲାଇକ୍ସ ମିଳିସାରିଲାଣି । ଆଉ ଅନେକ ଛାତ୍ର ତ ପିଲାଟିକୁ ପିଟା ଯାଉଥିବାର ଦେଖି କମେଣ୍ଟ ସେକ୍ସନରେ ନିଜ ହୃଦୟର କଥା କହି ବସିଛନ୍ତି । ଜଣେ ୟୁଜର ଲେଖିଛନ୍ତିଯେ, ଏହି ତରିକାରେ ପିଲାଟିକୁ ହୁଏତ ଆଶୀର୍ବାଦ ମିଳିଛି । ଯେବେକି ଅନେକ ଜଣ ଲେଖିଛନ୍ତିଯେ ଏହା ବୋଧହୁଏ ତାଙ୍କ ପାଇଁ ଏକ ପ୍ରକାର ରିଟର୍ଣ୍ଣ ଗିଫଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.