ୱାଟର ବୋଟିଂ ସାଙ୍ଗକୁ ବଣଭୋଜିର ନେବା ମଜା ପାଇଁ ବୁଲି ଯାଆନ୍ତୁ ତାମ୍ପରା ହ୍ରଦ

ଗଞ୍ଜାମ (କେନ୍ୟୁଜ୍) : ଶୀତ ଋତୁ ଡିସେମ୍ୱର ମାସ ଓ ଜାନୁଆରୀ ନୂଆ ବର୍ଷର ଆଗମନରେ ସମସ୍ତଙ୍କ ବୁଲିବା ଓ ପିକନିକ୍ କରିବା ସମୟ । ପରିବାର ବର୍ଗଙ୍କ ସହ ହେଉ ଅବା ସାଙ୍ଗ ସାଥି ମେଳରେ ବୁଲି ଯିବା ସହ ଭୋଜି ଭାତ କରି ମଉଜ କରିବା ସହ କଲରଫୁଲ ଫଟୋ ଉଠାଇ ସାଇତି ରଖିବା ସମସ୍ତଙ୍କ ମନ । ଏଥିପାଇଁ ନିଜ ମନ ପସନ୍ଦର ସ୍ଥାନ ଚୟନ କରିଥାନ୍ତି ଲୋକେ। ତେବେ ଚଳିତ ସିଜନରେ ଗଞ୍ଜାମ ଜିଲ୍ଲାର ଅନ୍ୟତନ ପର୍ଯ୍ଯଟନ ସ୍ଥଳ ତାମ୍ପରା ହ୍ରଦରେ ପର୍ଯ୍ଯଟନଙ୍କ ନାହିଁ ନଥିବା ଭିଡ ଜମୁଥିବା ଦେଖିବାକୁ ମିଳୁଛି ।

tampara 5ଗଞ୍ଜାମ ଜିଲ୍ଲାର ଅନ୍ୟତମ ଏବଂ ସୌନ୍ଦର୍ଯ୍ୟ ଭରା ପର୍ଯ୍ୟଟନ ସ୍ଥଳୀ ହେଉଛି ଜିଲ୍ଲାର ସଦର ମହକୁମା ଛତ୍ରପୁର ନିକଟରେ ଥିବା ତାମ୍ପରା ହ୍ରଦ । ପ୍ରାୟ ୭କିଲୋମିଟର ଜଳରାଶିରେ ରହିଥିବା ଏହି ସୌନ୍ଦର୍ଯ୍ୟ ତାମ୍ପରା ହ୍ରଦକୁ ଦେଖିବାକୁ ପର୍ଯ୍ୟଟକ ମାନଙ୍କର ସୁଅ ଛୁଟେ ଏଠାକୁ । ବଣଭୋଜି କରିବା ସହିତ ବୋଟିଂରେ ଜଳକ୍ରୀଡ଼ା କରି ମଜା ନେଇଥାନ୍ତି ପର୍ଯ୍ୟଟକ ମାନେ । କେବଳ ଜିଲ୍ଲା ନୁହେଁ ଜିଲ୍ଲା ବାହାରୁ ମଧ୍ୟ ଏହି ତିନି ମାସରେ ଲାଗିଥାଏ ପର୍ଯ୍ୟଟକ ମାନଙ୍କର ଭିଡ଼ ।

tampara 4

କେମିତି ପହଞ୍ଚିବେ ତାମ୍ପରା ହ୍ରଦ:

ଗଂଜାମ ଜିଲ୍ଲା ଛତ୍ରପୁର ନିକଟ ହୁମୁରୀ ଠାରେ ରହିଛି ତାମ୍ପରା ହ୍ରଦ । ଛତ୍ରପୁର ଠାରୁ ମାତ୍ର ଦୁଇ କିଲୋମିଟର ଯିବା ପରେ ଜାତୀୟ ରାଜପଥରୁ ମାତ୍ର ୫ଶହ ମିଟର ଦୂରରେ ପଡେ ଏହି ହ୍ରଦ । ଏହା ଦକ୍ଷିଣ ଓଡିଶାର ପ୍ରମୁଖ ସହର ବ୍ରହ୍ମପରରୁ ସିଧାସଳଖ ଗମନାଗମନ ବ୍ୟବସ୍ଥା ରହିଛି । ଏହା ସହ ଏଠାରେ ବଣ ଭୋଜି କରିବା ଲାଗି ସମସ୍ତ ବ୍ୟବସ୍ଥା ମଧ୍ୟ ରହିଛି ।

ସମଗ୍ର ରାଜ୍ୟରେ ଏହି ପର୍ୟ୍ୟଟନ ସ୍ଥଳିର ସ୍ୱତନ୍ତ୍ରତା ନିଆରା । ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଏଠାରେ ଭରପୁର ସୁଯୋଗ ରହିଛି । ୭ କିଲୋମିଟରରେ ରହିଥିବା ଜଳରାଶିରେ ବୋଟିଂ ଦ୍ୱାରା ଜଳକ୍ରୀଡ଼ା କରି ବେଶ୍ ମଜା ନେଉଛନ୍ତି ପର୍ଯ୍ୟଟକ ମାନେ । କିଏ କାଠ ଡ଼ଙ୍ଗାରେ ବସି ଜଳକ୍ରୀଡ଼ାର ମଜା ନେଉଛି ତ କେହି ଜେଟ୍ରେ ବସି ମଜା ନେଉଛନ୍ତି ତ ଅନ୍ୟ ମାନେ ପ୍ୟାଡ଼େଲ୍ ଡ଼ଙ୍ଗାରେ ବସି ମଜା ନେଉଛନ୍ତି । ଏହାଛଡ଼ା ବଣ ଜଙ୍ଗଲ ଭରା ବଣଭୋଜି କରିବା ନିମନ୍ତେ ସ୍ଥାନ ରହିଛି ।

tampara 6

ଯାହାଫଳରେ ଏହି ଶୀତ ଋତୁରେ ଗଛର ଛାଇ ତଳେ ରହି ପର୍ୟ୍ୟଟକ ମାନେ ବିଭିନ୍ନ ପ୍ରକାରର ସୁସ୍ୱାଦ ଖାଦ୍ୟ ରୋଷେଇ କରି ମଜା ନେଇଥାନ୍ତି । ସୁନ୍ଦର ଓ ମମୋରମ ପରିବେଶରେ ପର୍ଯ୍ୟଟକ ମାନେ ନାଚ ଗୀତ ସହ ସେଲଫି ଉଠାବାରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଥାଏ । ମନ ମୁଗ୍ଧକର ପରିବେଶ ଭରା ଏହି ତାମ୍ପରା ହ୍ରଦକୁ ଆସି ବେଶ୍ ଉତ୍ସାହିତ ଥିବା କହିନ୍ତି ପର୍ଯ୍ୟଟକ ମାନେ ।

tampara 3

ଏହି ତାମ୍ପରା ହ୍ରଦ ଗତ ୨୦୧୩ ଫାଇଲିନ ବାତ୍ୟାରେ ବେଶି ପ୍ରଭାବିତ ହୋଇଥିଲା । ବର୍ତ୍ତମାନ ଏହାର ପୁନଃରୁଦ୍ଧାର ଧିରେ ଧିରେ କରାଯାଇଛି । ବର୍ଷସାରା କାମ ଏବଂ ନିଜର ନିତ୍ୟକର୍ମରେ ବ୍ୟସ୍ତ ରହିଥିବା ପର୍ଯ୍ୟଟକ ମାନେ ଏଠାକୁ ଆସି ବେଶ୍ ଆନନ୍ଦ ଲାଭ କରୁଥିବା ସେମାନେ ପ୍ରକାଶ କରିଛନ୍ତି । ଏହାଛଡ଼ା ଏହି ସ୍ଥାନକୁ ଆସି ବୋଟିଂ ଦ୍ୱାରା ଜଳକ୍ରୀଡ଼ା କରିବା ତାହାର ମଜା ନିଆରା ବୋଲି ମଧ୍ୟ ସେମାନେ ପ୍ରକାଶ କରିଛନ୍ତି । ବର୍ତ୍ତମାନ ପ୍ରତ୍ୟେକ ଦିନ ହଜାର ହଜାର ପର୍ଯ୍ୟଟକ ମାନଙ୍କର ସୁଅ ଛୁଟୁଛି ଏଠାକୁ। ପର୍ଯ୍ୟଟକ ମାନଙ୍କ ନିମନ୍ତେ ଉଭୟ ଜିଲ୍ଳା ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାରର ବ୍ୟବସ୍ଥା କରାଯାଇଛି । ପର୍ଯ୍ୟଟକ ମାନେ କିଭଳି ସୁରକ୍ଷିତ ଭାବେ ବଣଭୋଜି କରିବେ ଜଳକ୍ରୀଡ଼ା କରିବେ ସେ ନେଇ ସମସ୍ତ ପ୍ରକାରର ଧ୍ୟାନ ଦିଆଯାଇଛି ।

tampara 7

ତାମ୍ପରା ହ୍ରଦରେ ଉଭୟ ବଣଭୋଜି ଏବଂ ଜଳକ୍ରୀଡ଼ା କରିବା ନିମନ୍ତେ ଡ଼ିସେମ୍ବର, ଜାନୁୟାରୀ ଏବଂ ଫେବୃୟାରୀ ଏହି ତିନି ମାସ ହଜାର ହଜାର ସଂଖ୍ୟାରେ ଲାଗିଥାଏ ପର୍ୟ୍ୟଟକ ମାନଙ୍କର ଭିଡ଼ । ଏହି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ମାନଙ୍କ ନିମନ୍ତେ ଆହୁରୀ ଅଧିକା ବ୍ୟବସ୍ଥା କରାଗଲେ ବିଶ୍ୱ ପର୍ଯ୍ୟଟନ ସ୍ଥଳୀରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ।

ଗଞ୍ଜାମ ଜିଲ୍ଲା ତାମ୍ପରା ହ୍ରଦରୁ ମାନସ ବିଷୋୟୀଙ୍କ ରିପୋର୍ଟ, କେନ୍ୟୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.