ମନ୍ ଫିଲ୍ମର ସିକ୍ବେଲ୍, ରିୟଲରେ ରିଲର କାହାଣୀ

ପ୍ରେମରେ ଥିବା ଭାବନା ଆଉ ସମର୍ପଣ ଭାବର ଏକ ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛି । ଜଣେ ଯୁବତୀ ହସ୍ପିଟାଲରେ ନିଜର ଚିକିତ୍ସା କରାଉଥିବା ସମୟରେ ଜଣେ ଯୁବକ ତାଙ୍କ ପ୍ରେମରେ ପଡିଯାଇଥିଲେ । ଯୁବତୀ ଜଣଙ୍କ ଦିବ୍ଯାଙ୍ଗ । ତେଣୁ ବିବାହ ବେଳେ ଯୁବକ ଜଣକ ଯୁବତୀଙ୍କୁ କୋଳରେ ଉଠାଇ ପରମ୍ପରା ଅନୁସାରେ ସାତ ଘେରା ବୁଲିଲେ ।

marriageଯୁବକ ଜଣଙ୍କ ନିଜ ବାପା ମାଆଙ୍କ ବିରୋଧ ସତ୍ତ୍ବେଦିବ୍ଯାଙ୍ଗ ଯୁବତୀଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଅମିତ୍ ନାମକ ଏହି ଯୁବକ ଜଣଙ୍କ ହରିୟାଣା କୁହାରାନ୍ ମହଲାର ନିବାସୀ । ସେ ୧୦ମ ପାସ୍ କରିବା ପରେ ବିଲଡିଙ୍ଗମାନଙ୍କରେ ୱେଲଡିଙ୍ଗ୍ କାମ କରନ୍ତି । ଅପରପକ୍ଷେ ଯୁବତୀ ରାନୁ ବିଏ-ବିଡିଏ ପାସ୍ କନ୍ତୁ ଜଣେ ଦିବ୍ଯାଙ୍ଗ। ତାଙ୍କର ଗୋଡ ଏବଂ ହାତ କାମ କରୁନାହିଁ । ଦୁହିଁଙ୍କ ପରିବାରର ବିରୋଧ ସତ୍ତ୍ବେ ଦୁହେଁ ବୁଧବାର ଦିନ ସନାତନ ଧର୍ମ ଚାରିଟେବୁଲ୍ ଟ୍ରଷ୍ଟରେ ପ୍ରେମ ବିବାହ କରିଛନ୍ତି ।

ଅମିତ କହିଛନ୍ତି, ଦୁହିଁଙ୍କ ପରିବାର ଲୋକେ ଏହି ପ୍ରସ୍ତାବରେ ରାଜି ନଥିଲେ ବି ଉଭୟ ନିଜ ସମ୍ମତିରେ ବିବାହ କରି ଖୁସିରେ ଅଛନ୍ତି । ଏହା ସହ ଅମିତ୍ କହିଛନ୍ତି ସେ ବିଲଡିଙ୍ଗ ମାନଙ୍କରେ କାମ କରନ୍ତି । ସେ ଦିନେ ସେବକ ହସ୍ପିଟାଲକୁ ଏହି କାମ କରିବାକୁ ଯାଇଥିଲେ । ସେଠାରେ ସେ ରାନୁଙ୍କୁ ଦେଖିଥିଲେ । ସେ ପହଞ୍ଚିଲା ବେଳକୁ ସେଠାରେ ରାନୁଙ୍କ ସାହାଯ୍ୟ ପାଇଁ କେହି ନଥିଲେ । ସେଥିପାଇଁ ସେ ମାନବିକତା କାରଣରୁ ତାଙ୍କୁ ସାହାଯ୍ୟ କରିବା ପାଇଁ ହସ୍ପିଟାଲରେ ଅଟକି ଯାଇଥିଲେ ।

M2ତା ପରେ ସମ୍ପର୍କ ବଢ଼ିଲା । ପରେ ରାନୁ ସୁସ୍ଥ ହୋଇଯାଇଥିଲେ । ଏହାପରେ ସେ ରାନୁଙ୍କୁ ଅନ୍ଯ ଡାକ୍ତଙ୍କ ପାଖକୁ ଚିକିତ୍ସା ପାଇଁ ମଧ୍ଯ ନେଇଥିଲେ । ଏହି ସମୟ ମଧ୍ଯରେ ଉଭୟଙ୍କ ମଧ୍ଯରେ ଭଲ ପାଇବା ଆରମ୍ଭ ହୋଇଥିଲା ଏବଂ ପରେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ । ସନାତନ ଧର୍ମ ଟାରିଟେବୁଲ୍ ଟ୍ରଷ୍ଟର ସଦସ୍ଯମାନେ ସେମାନଙ୍କ ବିବାହ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.