ରାତିରେ କାହିଁକି ବାହାରିଥାଏ କିନ୍ନରଙ୍କ ମୃତଦେହ : ଜାଣନ୍ତି କି ଏହାର ରହସ୍ଯ ?

Rituals Transgender

କିନ୍ନରଙ୍କ ବିଷୟରେ ତ ଆମେ ସମସ୍ତେ ଜାଣିଛେ । କିନ୍ତୁ ଏମିତି ଅନେକ କଥା ଅଛି ଯାହା ଏବେ ବି ଆମ ପାଇଁ ରହସ୍ଯ । ଏମାନଙ୍କ ଜୀବନର କାହାଣୀ ଆମ ସହ ସମାନ ହୋଇନଥାଏ । ଏମାନଙ୍କର ଜୀବନ ଯିଇଁବାର ତରିକା ଓ ରହଣୀ ସହଣୀ ମଧ୍ୟ ସମ୍ପୁର୍ଣ୍ଣ ଅଲଗା ହୋଇଥାଏ । ଏହି ଲୋକ ମାନଙ୍କର ଅଲଗା ସମାଜ ହୋଇଥାଏ ଏବଂ ଏହି ସମାଜରେ ଏମାନେ ରହିଥାନ୍ତି । ସବୁ ସମାଜ ପରି କିନ୍ନରଙ୍କ ସମାଜରେ ବି ଅଲଗା ନିତି ନିୟମ ରହିଥାଏ । ଜନ୍ମରୁ ନେଇ ମୃତ୍ଯୁ ପର୍ଯ୍ଯନ୍ତ ସମସ୍ତ ପ୍ରକାର ନିତି ନିୟମକୁ ସେମାନେ ଅନୁସରଣ କରିଥାନ୍ତି ।

ଆପଣ ମାନେ କେବେ କିନ୍ନର ମାନଙ୍କ ଶବ ଯାତ୍ରା ଦେଖିଛନ୍ତି କି… ଦେଖି ନଥିବେ, କାରଣ ସେମାନେ ଦିନରେ ଅନ୍ତିମ ସଂସ୍କାର କରନ୍ତି ନାହିଁ । ହଁ ଏହା ହିଁ ସତ । କିନ୍ନରଙ୍କ ଶବ ଯାତ୍ରାରେ ଏକ ବଡ ରହସ୍ଯ ଲୁଚି ରହିଛି । କାହା ଘରେ ବାହାଘର ହେଉ ବା ଜନ୍ମ ଦିନ ହେଉ କିନ୍ନର ମାନଙ୍କୁ ଡକାଯାଏ ଏବଂ ଟଙ୍କା ନେଇ ଅନେକ ଆଶୀର୍ବାଦ୍ ଦେଇଯାଆନ୍ତି ଏମାନେ । କିନ୍ତୁ କିନ୍ନରଙ୍କ ମୃତ୍ଯୁ ସମୟରେ ସେମାନେ ଏସବୁ କଥା କାହାରିକୁ ଜଣାନ୍ତି ନାହିଁ । ଏହି କାରଣରୁ ସେମାନଙ୍କ ଶବ ଯାତ୍ରା ରତିରେ ହୋଇଥାଏ । ଯାହାକି ସାଧାରଣତଃ ଶବ ଯାତ୍ରା ଦିନରେ କରାଯାଇଥାଏ ।

କିନ୍ନରଙ୍କର ରାତିରେ ଶବ ଯାତ୍ରା କରିବାର କାରଣ, କେହିବି ଏ ଦୃଶ୍ୟ ନଦେଖନ୍ତୁ । କିନ୍ନର ମାନଙ୍କର ଶବ ଯାତ୍ରା ବହୁତ ଗୁପ୍ତରେ ହୋଇଥାଏ । କିନ୍ନର ସମାଜର ଏ ହେଉଛି ସବୁଠୁ ବଡ କଥା ସେମାନେ ମୃତ୍ଯୁ ସମୟରେ କାନ୍ଦନ୍ତି ନାହିଁ । କିନ୍ନର ସମାଜର ଲୋକଙ୍କର କାହାର ବି ମୃତ୍ଯୁ ହେଲେ ସେମାନେ ଶୋକ ପାଳନ୍ତି ନାହିଁ କାରଣ ସେମାନଙ୍କ ଅନୁଶାରେ ମୃତ୍ଯୁର ମାନେ ଏ ନର୍କରୁ ରକ୍ଷା ପାଇବା । ଏମିତି ଏଥି ପାଇଁ କରନ୍ତି କି ଭଗବାନ୍ ପର ଜନ୍ମରେ ତାଙ୍କୁ ଭଲ ଜୀବନ ଦେବେ । ଏମାନେ ଯେତେ ବି ଦୁଃଖରେ ଥାନ୍ତୁ ପଛେ ଯଦି ସେମାନଙ୍କ ଭିତରୁ କିଏ ମରି ଯାଏ ତେବେ ସେମାନେ ଖୁସି ମନାନ୍ତି । ଏମାନେ ଏହି ଖୁସିରେ ଟଙ୍କା ମଧ୍ୟ ବାଣ୍ଟି ଥାନ୍ତି ।

କିନ୍ନର ସମାଜର ଆଉ ଏକ ଅଜବ ନିତି କରିଥାନ୍ତି  କି ଶବ ସଂସ୍କାର ସମୟ ପୂର୍ବରୁ ଜୋତା ଓ ଚପଲରେ ଶବକୁ ପିଟି ଥାନ୍ତି । କୁହନ୍ତି କି ଏମିତି କରିବା ଦ୍ବାରା ଏ ଜନ୍ମର ସମସ୍ତ ପାପର ପ୍ରାୟଶ୍ଚିତ ହୋଇଯାଇଥାଏ । ଏମିତିରେ ବି କିନ୍ନର ମାନେ ହିନ୍ଦୁ ଧର୍ମକୁ ମାନିଥାନ୍ତି, କିନ୍ତୁ ଶବକୁ ପୋଡନ୍ତି ନାହିଁ ପୋତି ଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.