କାହିଁକି ଭଗବାନ ଶିବ ଓ ଗଣେଶଙ୍କ ପୂଜାରେ ଲାଗେ ନାହିଁ ତୁଳସୀପତ୍ର, ଜାଣନ୍ତୁ ଏହା ପଛରେ ଥିବା ବିଶେଷ କାରଣ

ହିନ୍ଦୁ ଧର୍ମର ପ୍ରତ୍ୟେକ ପୂଜା ପାଠରେ ତୁଳସୀର ନିଜର ଏକ ଅଲଗା ମହତ୍ତ୍ୱ ରହିଥାଏ। ବିଭିନ୍ନ ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ ତୁଳସୀ ଗଛର ବିଶେଷ ମହତ୍ତ୍ବ ରହିଥାଏ। ଭଗବାନ ଶ୍ରୀ ବିଷ୍ଣୁଙ୍କ ପ୍ରିୟ ହୋଇଥିବା କାରଣରୁ ଲକ୍ଷ୍ମୀ ରୂପୀ ମାଆ ତୁଳସୀଙ୍କ ବିନା ଭଗବାନ କୌଣସି ପ୍ରସାଦ ସେବନ କରନ୍ତି ନାହିଁ। କିନ୍ତୁ ତୁଳସୀ ଭଗବାନ ଶିବ ଏବଂ ଶ୍ରୀ ଗଣେଶଙ୍କ କୌଣସି ପୂଜାରେ ଅର୍ପଣ କରାଯାଏନାହିଁ। ତେବେ ଏହା ପଛରେ କ’ଣ କାରଣ ରହିଛି ଯେଉଁଥିପାଇଁ ମାତା ତୁଳସୀ ଭଗବାନ ଶିବ ଏବଂ ଗଣେଶଙ୍କୁ ପସନ୍ଦ ଆସିନଥାଆନ୍ତି। ଆସନ୍ତୁ ଜାଣିବା ଏହା ପଛରେ ଥିବା ବିଶେଷ କାରଣ।

ପୂର୍ବ ଜନ୍ମରେ ତୁଳସୀଙ୍କ ନାଁ ବୃନ୍ଦା ଥିଲା ଏବଂ ସେ ଜଳନ୍ଧର ନାମକ ରାକ୍ଷସଙ୍କ ପତ୍ନୀ ଥିଲେ। ଏହି ରାକ୍ଷସ ବୃନ୍ଦାଙ୍କ ଉପରେ ଖୁବ୍ ଅତ୍ୟାଚାର କରୁଥିଲେ। ଏଥିପାଇଁ ଜଳନ୍ଧରଙ୍କୁ ଦଣ୍ଡ ଦେବାପାଇଁ ଭଗବାନ ଶିବ ବିଷ୍ଣୁଙ୍କୁ ନିବେଦନ କରିଥିଲେ। ଏହା ପରେ ବିଷ୍ଣୁ ଛଳ କରି ବୃନ୍ଦାଙ୍କ ପତିବ୍ରତ ଧର୍ମ ଭଙ୍ଗ କରି ଦେଇଥିଲେ। ବୃନ୍ଦା ଯେତେବେଳେ ଜାଣିଲେ ଯେ ଭଗବାନ ବିଷ୍ଣୁ ତାଙ୍କ ପତିବ୍ରତା ଧର୍ମ ଭଙ୍ଗ କରିଛନ୍ତି ସେତେବେଳେ ସେ ବିଷ୍ଣୁଙ୍କୁ ପଥର ହୋଇଯିବାର ଅଭିଶାପ ଦେଲେ।

ଏହା ପରେ ଭଗବାନ ବିଷ୍ଣୁ ମାତା ତୁଳସୀଙ୍କୁ କହିଥିଲେ ଯେ ସେ ଜଳନ୍ଧରଙ୍କ କବଳରୁ ତାଙ୍କୁ ରକ୍ଷା କରିବାପାଇଁ ଏହା କରିଥିଲେ। କିନ୍ତୁ ଏବେ ବିଷ୍ଣୁ ତାଙ୍କୁ କାଠ ହୋଇଯିବାର ଅଭିଶାପ ଦେଇଦେଲେ। ଆଉ ଏହି ଅଭିଶାପ ପରେ ମାତା ତୁଳସୀ, ସବୁଦିନ ପାଇଁ ତୁଳସୀ ଗଛ ହୋଇଗଲେ। ତେଣୁ ଶିବଙ୍କ ପୂଜାରେ ତୁଳସୀ ପରିବର୍ତ୍ତେ ବେଲପତ୍ର ଚଢ଼ାଯାଇଥାଏ କାରଣ ତୁଳସୀ ଅଭିଶପ୍ତ। ଦ୍ବିତୀୟରେ ଶିବଙ୍କ ପୂଜାରେ ତୁଳସୀ ପତ୍ର ଏଥିପାଇଁ ଚଢ଼ାଯାଇନଥାଏ କାରଣ ତୁଳସୀ ଭଗବାନ ବିଷ୍ଣୁଙ୍କ ପାଟରାଣୀ। ତୁଳସୀ ମାତା ତାଙ୍କ ତପସ୍ୟା ବଳରେ ବିଷ୍ଣୁଙ୍କୁ ତାଙ୍କ ପତି ଭାବେ ପ୍ରାପ୍ତ କରିଥିଲେ।

shivaସେହିପରି ଥରେ ଗଣେଷ ଗଙ୍ଗା କୂଳରେ ତପସ୍ୟା କରୁଥିଲେ। ଆଉ ମାତା ତୁଳସୀ ନିଜ ବିବାହର ଇଚ୍ଛାକୁ ପୂର୍ଣ୍ଣ କରିବା ପାଇଁ ତୀର୍ଥ ଯାତ୍ରା କରୁଥିଲେ। ସମସ୍ତ ତୀର୍ଥସ୍ଥଳୀ ଭ୍ରମଣ କରିବା ପରେ ଦିନେ ସେହି ଗଙ୍ଗା ତଟରେ ଆସି ପହଁଚିଲେ, ଯେଉଁଠି ଭଗବାନ ଗଣେଶ ତପସ୍ୟ କରୁଥିଲେ। ଭଗବାନ ଗଣେଶଙ୍କୁ ତପସ୍ୟା କରୁଥିବାର ଦେଖି ତୁଳସୀ ମୋହିତ ହୋଇଗଲେ ଏବଂ ସେ ଭଗବାନ ଗଣେଶଙ୍କୁ ବିବାହ କରିବାକୁ ମନସ୍ଥ କରିନେଲେ। ଆଉ ସେ ଗଣେଶଙ୍କ ତପସ୍ୟା ଭଙ୍ଗ କରି ତାଙ୍କ ସାମ୍ନାରେ ବିବାହ ପ୍ରସ୍ତାବ ରଖିଦେଲେ। ତପସ୍ୟା ଭଙ୍ଗ ହେବା କାରଣରୁ ଗଣେଶ କ୍ରୋଧାନ୍ଵିତ ହୋଇଗଲେ ଏବଂ ତାଙ୍କ ବିବାହ ପ୍ରସ୍ତାବକୁ ଖଣ୍ଡନ କରିଦେଲେ। ଆଉ କହିଲେ ତୁମେ ବ୍ରହ୍ମଚାରୀ। ଆଉ ଏହା ଶୁଣି ମାତା ତୁଳସୀ ମଧ୍ୟ ଗଣେଶଙ୍କୁ ଅଭିଷାପ ଦେଇଦେଲେ ଆଉ କହିଲେ ତାଙ୍କର ଦୁଇଟି ବିବାହ ହେବ।

ଏହା ଶୁଣି ଗଣେଶ ତାଙ୍କୁ ଅଭିଷାପ ଦେଇଦେଲେ ଏବଂ କହିଲେ ତାଙ୍କ ବିବାହଏକ ଅଶୁର ଶଙ୍ଖଚୁର୍ଣ୍ଣଙ୍କ ସହ ହୋଇଗଲା। ଏହାପରେ ତୁଳସୀ ଗଣେଶଙ୍କୁ କ୍ଷମା ମାଗିଲେ। ତେବେ ଗଣେଶ ତ କ୍ଷମା କରିଦେଲେ କିନ୍ତୁ ତାଙ୍କ ପୂଜାରେ ଚଢ଼ାଇଲେ ଅଶୁଭ ବୋଲି ଧରାଯିବ ବୋଲି କହିଲେ। ସେହିଦିନ ଠାରୁ ଭଗବାନ ଗଣେଶଙ୍କ ପୂଜାରେ କେବେବି ତୁଳସୀଙ୍କୁ ଚଢ଼ା ଯାଏନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.