ସିଂହର ସାମ୍ନାରେ ଠିଆହୋଇ ମହିଳା କରିବାକୁ ଲାଗିଲେ ମସ୍ତି, ତାପରେ ହେଲା କିଛି ଏପରି ଦେଖନ୍ତୁ ଭିଡିଓ

ସିଂହକୁ ଜଙ୍ଗଲର ରାଜା କୁହାଯାଇଥାଏ କାରଣ ତାଠାରୁ ବେଶୀ ଭୟଙ୍କର ପଶୁ ଆଉ କେହି ନାହାନ୍ତି । ସାଧାରଣତଃ ସିଂହର ନାମ ଶୁଣିବା ମାତ୍ରେ ଲୋକମାନେ ଭୟରେ ଥରି ଉଠନ୍ତି । ଯଦି ଏହାକୁ ସାମ୍ନାରେ ଦେଖିବେ ତାହେଲେ ଅବସ୍ଥା ଯାହା ହେବ ଭାବିବାକୁ ବି ଡରଲାଗେ । କିନ୍ତୁ ଆମେରିକା ନ୍ୟୁୟର୍କର ଜଣେ ମହିଳା କିଛି ଏପରି କରିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ସୂଚନା ଅନୁଯାୟୀ ନ୍ୟୁୟର୍କର ବ୍ରୋଙ୍କସ ଜୁ ରେ ଜଣେ ମହିଳା ମସ୍ତି କରିବାପାଇଁ ସିଧାସଳଖ ଏକ ସିଂହର ଏନକ୍ଲୋଜର ମଧ୍ୟକୁ ଡେଇଁପଡ଼ିଲେ ଓ ତାକୁ ଚିଡ଼ାଇବାକୁ ଲାଗିଲେ । ଯଦିଓ ସିଂହଟି ତାଙ୍କର କିଛି କ୍ଷତି କରିନଥିଲା ସେ କେବଳ ତାଙ୍କୁ ଦେଖୁଥିଲା । ଆଉ କିଛି ସମୟ ପରେ ମହିଳା ଜଣକ ଫେରି ଆସିଥିଲେ । ବର୍ତ୍ତମାନ ମହିଳାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏହି ଭିଡିଓକୁ ‘ରିୟଲସୋବରୀନା’ ନାମକ ଜଣେ ବ୍ୟକ୍ତି ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିଲେ ଓ ଭିଡ଼ିଓଟି ଭାଇରଲ ହେବାପରେ କିଛିଲୋକ ମହିଳାଙ୍କର ଏହି କାର୍ଯ୍ୟକୁ ପାଗଳାମି ବୋଲି କହିଛନ୍ତି ।

ଏହାସହ ପଢନ୍ତୁ କଣ ବିବାହ କରିସାରିଛନ୍ତି ସଲମାନ ଖାନ ? ଅଦାଲତରେ ଉପସ୍ଥାପନା କରାଗଲା ଏପରି ଫଟୋ

ଅନ୍ୟପଟେ ବ୍ରୋଙ୍କସ ଜୁ ରେ ଏହି ଘଟଣାକୁ ନେଇ ଏକ ବୟାନ ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ ମହିଳାଜଣକ ଚିଡ଼ିଆଖାନାର ନିୟମକୁ ଉଲ୍ଲଙ୍ଘନ କରିଛନ୍ତି । ଏହି କାରଣରୁ ତାଙ୍କ ଜୀବନ ଯିବାର ମଧ୍ୟ ସମ୍ଭାବନା ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.