ଭାରତ ଓ ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ: ପ୍ରାରମ୍ଭରୁ ଅଷ୍ଟ୍ରେଲିଆକୁ ଝଟକା, ଲଞ୍ଚ ବ୍ରେକ ସୁଦ୍ଧା କଙ୍ଗାରୁ ଟିମ୍ ସ୍କୋର ୯୪/୩

ଆଜିଠାରୁ ଆରମ୍ଭ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ୍ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଲଞ୍ଚ ବ୍ରେକ ବେଳକୁ କଙ୍ଗାରୁ ୩ ଓ୍ୱିକେଟ୍ ହରାଇ ୯୪ ରନ୍ କରିଛି ।

ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ପ୍ରଥମରୁ ଦୁଇଟି ଓ୍ଵିକେଟ ହରାଇଛି କଙ୍ଗାରୁ ଟିମ୍ । ଦଳର ସ୍କୋର  ୪ ଥିବା ବେଳେ ଡେଭିଡ୍ ଓ୍ୱାର୍ଣ୍ଣର ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ୧୭ ରନରେ ଦଳ ମାର୍କସ୍ ହାରିସଙ୍କ ଓ୍ୱିକେଟ୍ ହରାଇଥିଲା । କ୍ରିଜରେ ଏବେ ମାର୍ଣ୍ଣସ ଲାବୁସେନ ୧୯ ଓ ଷ୍ଟିଭ୍ ସ୍ମିଥ୍ ୩୦ ରନରେ ବ୍ୟାଟିଂ କରୁଛନ୍ତି । ଭାରତ ପକ୍ଷରୁ ମହମ୍ମଦ ସିରାଜ ଓ ଶାର୍ଦ୍ଦୁଳ ଠାକୁର ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି । ଓ୍ଵାଶିଂଟନ ସୁନ୍ଦର ଓ ଟି ନଟରାଜନ ଶେଷ ଟେଷ୍ଟରେ ଡେବ୍ୟୁ କରିଛନ୍ତି । ବାମ ହାତୀ ପେସ୍ ବୋଲର ଟି ନଟରାଜନ ୩୦୦ ତମ ଖେଳାଳି ଭାବେ ଟେଷ୍ଟ ମ୍ୟାଚ୍ ଖେଳିବାକୁ ମଇଦାନକୁ ଓହ୍ଲାଇଛନ୍ତି ।

ଆହତ କାରଣରୁ ଜଶପ୍ରୀତ ବୁମରା, ଆର ଅଶ୍ୱିନୀ ବାଦ ପଡିଛନ୍ତି । ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ମଇଦାନକୁ ଓହ୍ଲାଇଛି । ଶେଷ ଟେଷ୍ଟ ଜିତି ଅଷ୍ଟ୍ରେଲିଆ ବିରୋଧରେ ଲଗାତାର ୩ଟି ସିରିଜ ଜିତବାକୁ ଭାରତ ପାଖରେ ସୁଯୋଗ ରହିଛି । ବ୍ରିସବେନ୍ରେ ଗତ ୩୨ ବର୍ଷ ହେଲା ପରାସ୍ତ ହୋଇ ନାହିଁ କଙ୍ଗାରୁ ଦଳ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.