ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପାରା ପାଓ୍ଵାରଲିଫ୍ଟର ସୁଧିର ଭାରତ ପାଇଁ ଆଣିଛନ୍ତି ଆଉ ଏକ ଗର୍ବ, ଜିତିଲେ ସ୍ୱର୍ଣ୍ଣ ପଦକ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ । ପାରା ପାଓ୍ଵାରଲିଫ୍ଟର ସୁଧିର ଭାରତ ପାଇଁ ଆଣିଛନ୍ତି ଆଉ ଏକ ଗର୍ବ । ଏହି ପଦକ ସହ ଭାରତ ସ୍ୱର୍ଣ୍ଣ ପଦକ ସଂଖ୍ୟା ୬ରେ ପହଞ୍ଚିଛି । ସେହିଭଳି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶ୍ରୀଶଙ୍କରଙ୍କୁ ଐତିହାସିକ ରୌପ୍ୟ । ଲଙ୍ଗ୍‌ ଜମ୍ପର ମୁରଲୀ ଶ୍ରୀଶଙ୍କର ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି । ଶ୍ରୀଶଙ୍କର ୮.୦୮ ମିଟର ଲମ୍ଫ ମାରି ଦ୍ୱିତୀୟ ସ୍ଥାନରେ ରହି ଏହି ପଦକ ହାସଲ କରିଛନ୍ତି ।

୨୩ ବର୍ଷୀୟ କେରଳୀ ଯୁବକ ଶ୍ରୀଶଙ୍କର ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଲଙ୍ଗ ଜମ୍ପରେ ରୌପ୍ୟ ପଦକ ପାଇବାରେ ଗୌରବ ଅର୍ଜନ କରିଛନ୍ତି । ୧୯୭୮ରେ ସୁରେଶ ବାବୁ କାଂସ୍ୟ ପଦକ ଜିତିବା ପରେ ଏହି ସଫଳତା ମିଳିଛି । ମୋଟ ପଦକ ସଂଖ୍ୟା ୨୦ରେ ପହଞ୍ଚିଛି । ଏପର୍ଯ୍ୟନ୍ତ ଭାରତକୁ ୬ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୭ଟି କାଂସ୍ୟ ପଦକ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.