ପ୍ରଥମ ଟେଷ୍ଟ ପ୍ରଥମ ଇନିଂସ୍‌: ଅଷ୍ଟ୍ରେଲିଆକୁ ପଛରେ ପକାଇଲେ ଅଶ୍ୱିନ୍‌-ଉମେଶ ଯୋଡ଼ି

ଆଡିଲେଡ୍‌ : ସ୍ପିନର ରବିଚନ୍ଦ୍ର ଅଶ୍ୱିନ୍‌ ଏବଂ ପେସ୍‌ ବୋଲର୍‌ ଉମେଶ ଯାଦବ ଆଜି ଅଷ୍ଟ୍ରେଲିଆକୁ ଝାଡ଼ି ଦେଇଛନ୍ତି । ତେଣୁ ପ୍ରଥମ ଇନିଂସ୍‌ରେ ଭାରତ ୫୩ ରନ୍‌ରେ ଆଗୁଆ ରହିଛି । ଅଷ୍ଟ୍ରେଲିଆର ପ୍ରଥମ ପାଳି ୧୯୧ ରନ୍‌ରେ ଶେଷ ହୋଇଛି ।

ଆଜି ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତ ୨୪୪ ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା । ଜବାବରେ ଘରୋଇ ଦଳ କିଛି ଅଧିକ କରିବ ବୋଲି ଆଶା ଥିଲା । ହେଲେ ଉମେଶ ଯାଦବ ୪୦ ରନ୍‌ରେ ୩ଟି ଏବଂ ଅଶ୍ୱିନ୍‌ ୫୫ ରନ୍‌ରେ ୪ଟି ଓ୍ଵିକେଟ୍‌ ନେଇଥିବା ବେଳେ ଯଶପ୍ରୀତ ବୁମରା ୨ଟି ଓ୍ଵିକେଟ୍‌ ଦଖଲ କରିଥିଲେ । ଯାହାଫଳରେ ଅଷ୍ଟ୍ରେଲିଆ ୭୨.୧ ଓଭରରେ ୧୯୧ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି ।
ଅଷ୍ଟ୍ରେଲିଆ ପକ୍ଷରୁ ଲାବୁସେନ୍‌ ୪୭ ଏବଂ ଅଧିନାୟକ ଟିମ୍‌ ପେନ୍‌ ସର୍ବାଧିକ ୭୩ ରନ୍‌ କରିଥିଲେ ।

ଏହାପରେ ଭାରତ ତାର ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିଛି । ତେବେ ପ୍ରଥମ ପାଳି ଭଳି ଦ୍ୱିତୀୟରେ ମଧ୍ୟ ପୂରା ଫ୍ଲପ୍‌ ହୋଇଛନ୍ତି ଯୁବ ଓପ୍ନର ପୃଥ୍ଵୀ ସ । ମାତ୍ର ୪ ରନ୍‌ କରି କମିନ୍‌ସଙ୍କ ବଲ୍‌ରେ କ୍ଲିନ୍‌ ବୋଲଡ୍‌ ହୋଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.