ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ୍‌କୁ ଆଉ ମାତ୍ର ୧୮ଦିନ, ଆସନ୍ତାକାଲିଠୁ ଅନ୍‌ଲାଇନ୍‌ରେ ଆରମ୍ଭ ହେବ ଟିକେଟ ବିକ୍ରି

କଟକ(କେନ୍ୟୁଜ୍): ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ପାଇଁ ସଜେଇ ହେଉଛି ବାରବାଟୀ। ମ୍ୟାଚ୍‌କୁ ଆଉ ମାତ୍ର ୧୮ଦିନ ବାକି ରହିଛି। ଏଥିପାଇଁ ଜୋରସୋରରେ ଆଗେଇ ଚାଲିଛି ପ୍ରସ୍ତୁତି। ଆସନ୍ତାକାଲିଠୁ ଅନ୍‌ଲାଇନ୍‌ରେ ଆରମ୍ଭ ହେବ ଟିକେଟ ବିକ୍ରି। ଏଥର ୭ ନମ୍ବର ଗ୍ୟାଲେରି ବନ୍ଦ ରହୁଥିବାରୁ ଟିକେଟ ସଂଖ୍ୟା କମିଛି। ପୂର୍ବରୁ ୯ହଜାର ୨୦୦ଟିକେଟ୍‌ ବିକ୍ରି ହେଉଥିବାବେଳେ ଚଳିତ ବର୍ଷ ୮ହଜାର ୧୫୦ଟି ଟିକେଟ୍‌ ବିକ୍ରି କରିବାକୁ ଧାର୍ଯ୍ୟ କରାଯାଇଛି। ଅନଲାଇନ୍‌ ଜରିଆରେ ଗ୍ୟାଲେରୀ ନମ୍ବର ୨ ଓ ୪ରେ ୩ହଜାର ଲେଖାଏଁ ଟିକଟ ଉପଲବ୍ଧ ଛି। ଏହି ଟିକେଟର ମୂଲ୍ୟ ୫୦୦ରହିଛି। ଗ୍ୟାଲେରି ନମ୍ବର ୬ରେ ୧୫୦୦ ଟିକେଟ୍‌ ଅନ୍‌ଲାଇନ୍‌ରେ ବିକ୍ରି ହେବ। ଏହି ଟିକେଟର ମୂଲ୍ୟ ୪ହଜାର ରହିଛି। ଡିସେମ୍ବର ୨୨ରେ ବାରବାଟି ଆୟୋଜିତ ହେବ ଭାରତ-େଓ୍ଵଷ୍ଟଇଣ୍ଡିଜ ଏକ ଦିବସିୟ ମ୍ୟାଚ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.