ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା, ବାଦ୍ ପଡିଲେ ଅଷ୍ଟ୍ରେଲିଆରେ ଦମଦାର ପ୍ରଦର୍ଶନ କରିଥିବା ଏହି ଖେଳାଳି

ଆସନ୍ତା ଫେବ୍ରୁଆରୀ ୫ ତାରିଖରୁ ଭାରତ-ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ଟେଷ୍ଟ ସିରିଜ୍। ଏଥିପାଇଁ ଟେଷ୍ଟ ସ୍କ୍ବାର୍ଡ ଘୋଷଣା କରିଛି ଟିମ୍ ଇଣ୍ଡିଆ। ବିସିସିଆଇର ନୂଆ ଚୟନକର୍ତ୍ତା ଚେତନ ଶର୍ମାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇଟି ସିରିଜ ପାଇଁ ୧୮ ଜଣିଆ ଦଳ ଘୋଷଣା ହୋଇଛି।

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଅଧିନାୟକ ବିରାଟ କୋହଲି, ଈଶାନ୍ତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ପ୍ରତ୍ୟାବର୍ତ୍ତିନ କରୁଥିବା ବେଳେ ବୋଲର ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି। ଅନ୍ୟପଟେ ଅଷ୍ଟ୍ରେଲିଆରେ ଟେଷ୍ଟ ଡେବ୍ୟୁ କରି ଦମଦାର ପ୍ରଦର୍ଶନ କରିଥିବା ଟି-ନଟରାଜନଙ୍କୁ ଦଳରେ ସ୍ଥାନ ମିଳିନାହିଁ। ସେହିପରି ସିଡନୀ ଟେଷ୍ଟର ହିରୋ ହନୁମା ବିହାରୀ ମଧ୍ୟ ବାଦ ପଡ଼ିଛନ୍ତି। ଅପରପକ୍ଷେ ପୃଥ୍ବୀ ଶ’ ଓ ନଭଦୀପ ସାଇନି ମଧ୍ୟ ମଧ୍ୟ ଦଳରୁ ବାଦ ପଡ଼ିଛନ୍ତି। ରୋହିତ ଶର୍ମା ଏବଂ ଶୁଭମନ ଗିଲ ପୁଣି ଥରେ ଓପନିଂ କରିବେ। ବ୍ରେକ ପରେ ପୁଣି ବିରାଟ ଟିମ ଇଣ୍ଡିଆର ଅଧିନାୟକ ପଦ ସମ୍ଭାଳିବେ।

cricket

ମୁଖ୍ୟ ଦଳ ବ୍ୟତୀତ କେଏସ୍ ଭରତ (ଓ୍ବିକେଟ କିପର), ଅଭିମନ୍ୟୁ ଇଶ୍ବରଣ, ସାହାବାଜ ନଦିମ ଓ ରାହୁଲ ଚାହାରଙ୍କୁ ଷ୍ଟାଣ୍ଡବାଏ ଭାବେ ଦଳରେ ସାମିଲ କରିଛି ବିସିସିଆଇ। ଘୋଷିତ ହୋଇଥିବା ଦଳରେ ଯଦି କୌଣସି ଖେଳାଳି ଆହତ ହୋଇ ବାଦ୍ ପଡ଼ନ୍ତି ତେବେ ଏହି ଷ୍ଟାଣ୍ଡ ବାଏ ଖେଳାଳିଙ୍କୁ ଦଳରେ ସାମିଲ କରାଯିବ। ଏଥିସହିତ ନେଟ ବୋଲର ଭାବେ ଅଙ୍କିତ ରାଜପୁତ, ଆଭେଶ ଖାନ୍, ସନ୍ଦିପ ଓବାରିୟର, କୃଷ୍ଣପ୍ପା ଗୌତମ ଓ ସୌରଭ କୁମାରଙ୍କୁ ଦଳରେ ସାମିଲ କରାଯାଇଛି।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ଚେତେଶ୍ବର ପୂଜାରା, ଶୁବମନ ଗିଲ୍, ମୟଙ୍କ ଅଗ୍ରଓ୍ବାଲ, ଋଷଭ ପନ୍ତ, ଋଦ୍ଧିମାନ ଶାହ, ହାର୍ଦ୍ଦିକ ପାଣ୍ଡ୍ୟା, କେଏଲ ରାହୁଲ, ଆର ଅଶ୍ବିନୀ, ଓ୍ବାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ଅକ୍ଷର ପଟେଲ, ଜଶପ୍ରୀତ୍ ବୁମରା, ଈଶାନ୍ତ ଶର୍ମା, ମହମ୍ମଦ ସିରାଜ, ଶର୍ଦ୍ଦୁଲ ଠାକୁର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.