ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌, ଲଢ଼େଇ କରି ବେଲଜିୟମ ଠାରୁ ୩-୨ ଗୋଲ୍‌ରେ ହାରିଗଲା ଭାରତ

ଭୁବନେଶ୍ୱର (କେ ନ୍ୟୁଜ୍‌) : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ହକି ପ୍ରୋ-ଲିଗ୍‌ ୨୦୨୦ ଦ୍ୱିତୀୟ ମ୍ୟାଚରେ ଜିତିଲା ବେଲଜିୟମ୍‌ । ହାରିଲା ଭାରତ । ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତକୁ ୩-୨ଗୋଲରେ ହରାଇଛି ଭ୍ରମଣକାରୀ ଦଳ । ଖେଳ ଆରମ୍ଭର ୩ମିନିଟ୍‌ ରେ ବେଲଜିୟମ ପ୍ରଥମ ଗୋଲ ଦେଇ ମ୍ୟାଚକୁ ନିଜ ଆୟତକୁ ନେଇଥିଲା । ପ୍ରଥମ କ୍ୱାର୍ଟରରେ ଶେଷ ୬ ସେକେଣ୍ଡରେ ଗୋଲ୍‌ ଶୁଝିଥିଲା ଟିମ୍‌ ଇଣ୍ଡିଆ । ଦ୍ୱିତୀୟ କ୍ୱାର୍ଟରରେ ଦେଖିବାକୁ ମିଳିଥିଲା କଡ଼ା ମୁକାବିଲା । ତୃତୀୟ କ୍ୱାର୍ଟରରେ ପରସ୍ପର ଦେଇଥିଲେ ଗୋଟିଏ ଲେଖାଏଁ ଗୋଲ୍‌ । ଶେଷ କ୍ୱାର୍ଟରରେ ଆଟାକିଂ ଖେଳି ଆଉ ଗୋଟିଏ ଗୋଲ୍‌ ଦେବା ସହ ୩-୨ରେ ମ୍ୟାଚକୁ ଜିତି ନେଇଥିଲା ବେଲଜିୟମ୍‌ । ଗତକାଲି ବେଲଜିୟମକୁ ୨-୧ଗୋଲରେ ପରାସ୍ତ କରିଥିଲା ଭାରତ । ଆସନ୍ତା ୨୧ତାରିଖରେ ଅଷ୍ଟ୍ରେଲିଆକୁ ସହ ଟିମ୍‌ ଇଣ୍ଡିଆର ମୁକାବିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.