କ୍ରିଷ୍ଟିୟାନୋ ରୋନାଲ୍ଡୋ : କୋଟିଏରେ ଘର, ନିଜର ହୋଟେଲ୍‌ ଏବଂ ୨୦ ରୁ ଉର୍ଦ୍ଧ୍ୱ ଲକ୍ସରୀ କାର୍‌, ଜାଣନ୍ତୁ ତାଙ୍କ ବିଳାସପୂର୍ଣ୍ଣ ଲାଇଫଷ୍ଟାଇଲ୍‌

ଖେଳ ଓ ଫିଲ୍ମ ଦୁନିଆର ସେଲିବ୍ରେଟିଙ୍କ ଜୀବନଶୈଳୀ ଟିକେ ଭିନ୍ନ । ଉଭୟେ ସଫଳତାର ଶୀର୍ଷରେ ପହଞ୍ଚିବା ସହ ନିଜର ଜୀବନଶୈଳୀ ପାଇଁ ବେଶ ଚର୍ଚ୍ଚିତ ହୋଇଥାନ୍ତି । ଏଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଫୁଟବଲ୍‌ର କ୍ରିଷ୍ଟିୟାନୋ ରୋନାଲ୍ଡୋ । ନିଜର ଖେଳ କୌଶଳ ଦ୍ୱାରା ବିରୋଧୀଙ୍କ ହୋସ ଉଡାଇ ଦିଅନ୍ତି । ଖାଲି ସେତିକି ନୁହେଁ ସେ ମଧ୍ୟ ବିଳାସପୂର୍ଣ୍ଣ ଜୀବନଶୈଳୀର ବହୁତ ସୌକୀନ୍‌ । ଆଜି ଆସନ୍ତୁ ଜାଣିବା ତାଙ୍କ ଜୀବନଶୈଳୀ ସମ୍ପର୍କରେ କିଛି ଖାସ କଥା ।

ronaldo
photo credit: amarujala.com

ରୋନାଲ୍ଡୋ ସପ୍ତାହରେ ୫ ଦିନ ବ୍ୟାୟାମ କରନ୍ତି । ତେବେ ନିଜର ଫିଟ୍‌ନେସକୁ ନେଇ ସେ ବହୁତ ସତର୍କ ଥାଆନ୍ତି । ମୋଟା ନ ହେବାକୁ ସେ ଫ୍ୟାଟ୍‌ ଦ୍ରବ୍ୟରୁ ସର୍ବଦା ଦୂରେଇ ରୁହନ୍ତି । ଏପରିକି ଏଥିପାଇଁ ସେ ମାଂସ ମଧ୍ୟ ଖାଇ ନଥାନ୍ତି । ପୁରା ଦିନ ମଧ୍ୟରେ ରୋନାଲ୍ଡୋ ୬ ଥର ଖାଇଥାନ୍ତି । ଖାଦ୍ୟ ମଧ୍ୟରେ ଫଳ, ପନିପରିବା, ସି ଫୁଡ୍‌ ଓ ଶସ୍ୟ ସହ ହାଇ ପ୍ରୋଟିନ ଖାଦ୍ୟ ନେଇଥାନ୍ତି । ସେ ସିଗାରେଟ୍‌ ଓ ମଦ ଠାରୁ ବହୁତ ଦୂରରେ ରହିଥାନ୍ତି । ରୋନାଲ୍ଡୋ ନିଜର ଆୟ ଫୁଟବଲ୍‌ ଖେଳ ସହ ବିଜ୍ଞାପନ ଓ ବ୍ରାଣ୍ଡ୍‌ ପ୍ରମୋଶନରୁ କରିଥାନ୍ତି ।

ronaldo.
photo credit: amarujala.com

ପ୍ରତି ବର୍ଷ ରୋନାଲ୍ଡୋ ପ୍ରାୟ ୨୦୦ କୋଟି ଟଙ୍କା ଆୟ କରିଥାନ୍ତି । ରୋନାଲ୍ଡୋ ଲକ୍‌ଜରି କାର୍‌ର ସୌକୀନ୍‌ । ତାଙ୍କ ପାଖରେ ୨୦ ରୁ ଅଧିକ ହାଇ ସ୍ପିଡ୍‌ ଲକ୍‌ଜରୀ କାର୍‌ ରହିଛି । ୨୦୨୦ରେ ରୋନାଲ୍ଡୋ ଦୁନିଆର ସବୁଠୁ ଲକ୍‌ଜରୀ ଓ ଦାମୀ କାର୍‌ ବୁଗାଟି ଲା ବାଇଚର କାର୍‌ କିଣିଥିଲେ । ଏହି କାର୍‌ର ମୂଲ୍ୟ ଥିଲା ୭୫ କୋଟି ଟଙ୍କା । ଖାଲି ସେତିକି ନୁହେଁ ତାଙ୍କ ପାଖରେ ଏପରି କୋଟି କୋଟି ଟଙ୍କାର ୨୦ ଟି ଲକ୍‌ଜରୀ କାର୍‌ ରହିଛି । ଏହାଛଡ଼ା ଗତବର୍ଷ ରୋନାଲ୍ଡୋ ୪୬୯ କୋଟି ଟଙ୍କାର ଏକ ଆଲିସାନ ବଙ୍ଗଳା କିଣିଛନ୍ତି ।

ଯେଉଁଥିରେ ସମସ୍ତ ସୁଖ ସୁବିଧା ମହଜୁଦ ରହିଛି । ଖାଲି ସେତିକି ନୁହେଁ ରୋନାଲ୍ଡୋ ନିଜର ଗାର୍ଲ ଫ୍ରେଣ୍ଡ୍‌ ଓ ପିଲାପିଲିଙ୍କ ପାଇଁ ଏକ ଲକ୍‌ଜରୀ ହୋଟେଲ୍‌ ମଧ୍ୟ କିଣିଛନ୍ତି । ଯାହାର ମୂଲ୍ୟ ରହିଛି ୩୩୬ କୋଟି ଟଙ୍କା । ଯଦି ରୋନାଲ୍ଡୋଙ୍କ ସମସ୍ତ ସମ୍ପତ୍ତି କଥା କୁହାଯାଏ ତେବେ ଏହା ୫୦୦ ମିଲିୟନ୍‌ ଡଲାରରୁ ଉର୍ଦ୍ଧ୍ୱ ହେବ ବୋଲି କୁହାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.