ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ; ସ୍ବଦେଶୀ ମାଟିରେ ମ୍ଯାଚ୍ ଛଡାଇନେଲା ଇଂଲଣ୍ଡ

ଚେନ୍ନାଇରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ଯାଚରେ ଭାରତକୁ ୨୨୭ ରନରେ ହରାଇଛି ଇଂଲଣ୍ଡ। ସ୍ବଦେଶୀ ମାଟିରେ ଭାରତକୁ ମାତ୍ ଦେଇଛି। ଟେଷ୍ଟ ଆରମ୍ଭ ଦିନରୁ ଭଲ ଫର୍ମରେ ଖେଳିଥିଲା ଟିମ ଇଂଲଣ୍ଡ। ରୁଟଙ୍କ ଧୂଆଁଦାର ବ୍ଯାଟିଂ ଆଗରେ କାମ କରିନଥିଲା ଟିମ୍ ଇଣ୍ଡିଆ ବୋଲରଙ୍କ ବଲ୍। ପ୍ରଥମ ଇଂନିସରେ ୫୭୮ ରନର ଟାର୍ଗେଟ ଦେଇଥିବା ବେଳେ ଇଣ୍ଡିଆ ୩୩୭ ରନ୍ କରିପାରିଥିଲା। ସେହିଭଳି ଦ୍ବିତୀୟ ଇଂନିସରେ ୧୭୮ ରନ କରି ଭାରତକୁ ଖେଳିବାକୁ ସୁଯୋଗ ଦେଇଥିଲେ ଇଂଲଣ୍ଡ। ଏହାପରେ ୪୨୦ ରନର ପିଛା କରି ଟିମ୍ ଇଣ୍ଡିଆ ମାତ୍ର ୧୯୨ ରନ୍ କରିଅଲଆଉଟ ହୋଇଥିଲା।

ଭାରତକୁ ଫଲୋଅନ ନଦେଇ ଇଂଲଣ୍ଡ ଦ୍ଵିତୀୟ ଇନିଂସ ଆରମ୍ଭ କରିଥିଲା। ଦଳ ଆରମ୍ଭରୁ ଓ୍ଵିକେଟ୍ ହରାଇଥିଲା। ଦ୍ଵିତୀୟ ଇନିଂସର ୧୭୮ ରନ କରି ଭାରତକୁ ବ୍ଯାଟିଂ କରିବାର ମଉକା ଦେଇଥିଲା।

eng
photo credit: ESPNcricinfo.com

୪୨୦ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତ ଦ୍ୱିତୀୟ ଇନିଂସରେ ଜଲଦି ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରାଙ୍କ ଓ୍ୱିକେଟ୍ ହରାଇଥିଲା । ରୋହିତ ୧୨ ଓ ପୂଜାରା ୧୫ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ପରେ ପଞ୍ଚମ ଦିନରେ ଶୁଭମନ୍ ଗିଲ୍ ୫୦ ରନ୍ କରି ପ୍ୟାଭିଲିୟନ ଫେରିଥିଲା । ଏହାପରେ ଆଜିଙ୍କ୍ୟ ରାହାଣେ ମଧ୍ୟ ବିନା କୌଣସି ରନରେ ଆଉଟ୍ ହୋଇଥିଲେ । ଏବେ ବିରାଟ କୋହଲି ୭୨ ରନ୍ କରି ଆଉଟ ହୋଇଥିଲେ। ତାପରେ ପନ୍ତ ୧୧ ରନ ଏବଂ ସୁନ୍ଦର ଶୂନ, ଅଶ୍ବିନ ୯ ରନ୍ କରି ଆଉଟ ହୋଇଛନ୍ତି। ଇଂଲଣ୍ଡ ପକ୍ଷରୁ ଜ୍ୟାକ ଲେଚ୍ ୩ଟି ଓ ଜେମ୍ସ ଆଣ୍ଡରସନ୍ ୩ଟି ଓ୍ୱିକେଟ୍, ଡମ, ବେସ ଏବଂ ଷ୍ଟ୍ରୋକ୍ସ ୧ଟି ୱିକେଟ ନେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.