ଜସପ୍ରୀତ ବୁମରାଙ୍କ ସ୍ଥାନରେ ମହମ୍ମଦ ସିରାଜକୁ ସୁଯୋଗ ଦେବାକୁ ନେଇ ବିସିସିଆଇ ଉପରେ ବର୍ଷିଲେ ଫ୍ୟାନ୍ସ, ଦେଲେ ଏମିତି ପ୍ରତିକ୍ରିୟା

ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ଜସପ୍ରୀତ ବୁମରା ଆହତଜନିତ କାରଣରୁ ସାଉଥ ଆଫ୍ରିକା ଏବଂ ଟି-୨୦ ସିରିଜରୁ ବାଦ୍‌ ପଡିଛନ୍ତି। ଆଉ ଏଥିପାଇଁ ଜସପ୍ରୀତ ବୁମରାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ସୁଯୋଗ ଦେଇଛି ବିସିସିଆଇ। ମହମ୍ମଦ ସିରାଜଙ୍କ ବଦଳରେ ମହମ୍ମଦ ସାମିଙ୍କୁ ସୁଯୋଗ ମିଳିପାରିଥାନ୍ତି। କିନ୍ତୁ ସିରାଜଙ୍କୁ ସ୍ଥାନ ମିଳିବା ଯୋଗୁଁ ସୋସିଆଲ ମିଡିଆରେ ଫ୍ୟାନ୍ସ ନିରାଶ ପ୍ରକାଶ କରିଛନ୍ତି। ଫ୍ୟାନ୍ସ ବିସିସିଆଇ ଏବଂ ଚୟନକର୍ତ୍ତା ଟିମ୍‌ର ନିଷ୍ପତ୍ତି ଉପରେ ଅଙ୍ଗୁଳି ଉଠାଇଛନ୍ତି।

ସାଉଥ ଆଫ୍ରିକା ବିପକ୍ଷରେ ବଳକା ଥିବା ୨ଟି ମ୍ୟାଚ୍‌ ଏବଂ ଟି-୨୦ ବିଶ୍ୱକପ୍‌ ପାଇଁ ମହମ୍ମଦ ସରାଜଙ୍କୁ ସୁଯୋଗ ମିଳିଛି। ଏହାକୁ ନେଇ ଫ୍ୟାନ୍ସ ନିରାଶ ରହିଛନ୍ତି। ମହମ୍ମଦ ସାମି କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ ଟିମରେ ତାଙ୍କୁ ସୁଯୋଗ ମିଳିନାହିଁ। ଯାହାକୁ ନେଇ ଫ୍ୟାନ୍ସ ସୋସିଆଲ ମିଡିଆରେ ନିଜର ଜାହିର କରିଛନ୍ତି।

ଦେଖନ୍ତୁ କିଛି ପ୍ରତିକ୍ରିୟା :

ବିସିସିଆଇ ନିଜ ବୟାନରେ କହିଛି କି, ଚୟନକର୍ତ୍ତା ଟିମ୍‌ ମହମ୍ମଦ ସିରାଜଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଟିମରେ ସୁଯୋଗ ଦେଇଛି। ଜସପ୍ରୀତ ବୁମରା ଆହତଜନିତ କାରଣ ଯୋଗୁଁ ଟିମରୁ ବାଦ୍‌ ପଡିଛନ୍ତି। ବୁମରାଙ୍କ ପିଠିରେ ଯନ୍ତ୍ରଣା ଯୋଗୁଁ ବିସିସିଆଇର ମେଡିକାଲ ଟିମ୍‌ ବୁମରାଙ୍କୁ ଦେଖାଶୁଣା କରୁଛି। ହେଲେ ଦକ୍ଷିଣ ଆଫ୍ରିକା ସିରିଜରେ ବାକିଥିବା ଆଉ ୨ଟି ମ୍ୟାଚ୍‌ ଖେଳିବେନି ବୁମରା। ତେଣୁ ସେ ଆଗାମୀ ବିଶ୍ୱକପ୍‌ ଖେଳିବା ନେଇ ଦେଖାଦେଇଛି ଅନିଶ୍ଚିତତା । ପୂର୍ବରୁ ମହମ୍ମଦ ସାମି ଏବଂ ରବିନ୍ଦ୍ର ଜାଡେଜା ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଛନ୍ତି।

ମହମ୍ମଦ ସିରାଜଙ୍କ ବୋଲିଂ ଜବରଦସ୍ତ। ଟିମ୍‌ ଇଣ୍ଡିଆକୁ ଅନେକ ମ୍ୟାଚ ଜିତାଇଛନ୍ତି। ତେବେ ଯଦି ସିରାଜଙ୍କ ବୋଲିଂରେ ଲାଇନ ଏବଂ ଲେନ୍ଥ ସବୁକିଛି ଠିକ୍‌ ନୁହେଁ, ତେବେ ଟି-୨୦ ବିଶ୍ୱକପରେ କମାଲ କରିପାରନ୍ତି ସିରାଜ। ୨୮ ବର୍ଷୀୟ ସିରାଜ ଭାରତୀୟ ଟିମ ପାଇଁ ଶେଷ ଟି-୨୦ ମ୍ୟାଚ୍‌ ଫେବୃଆରୀରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ।

ମହମ୍ମଦ ସିରାଜ ଟିମ୍‌ ଇଣ୍ଡିଆ ପାଇଁ ୩ଟି ଫର୍ମାଟରେ କ୍ରିକେଟ ଖେଳିଛନ୍ତି। ଭାରତ ପାଇଁ ୧୩ଟି ଟେଷ୍ଟ ମ୍ୟାଚରେ ୪୦ ଓ୍ଵିକେଟ ନେଇଥିବା ବେଳେ ୧୦ଟି ଦିନିକିଆ ମ୍ୟାଚ୍‌ରେ ୧୦ଟି ଓ୍ଵିକେଟ ଏବଂ ଟି-୨୦ ମ୍ୟାଚରେ ୫ଟିଓ୍ଵିକେଟ ନେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆଜକୁ ବିଜୟ ଦେଇଥିଲେ।

ଦକ୍ଷିଣ ଆଫ୍ରିକା ସିରିଜ୍ ପାଇଁ ଭାରତୀୟ ଦଳ :

ରୋହିତ ଶର୍ମା (ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ଆର ଅଶ୍ଵିନ, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ୍, ଅର୍ଶଦୀପ ସିଂହ, ହର୍ଷଲ ପଟେଲ୍, ଦୀପକ ଚହର,  ଉମେଶ ଯାଦବ, ଶ୍ରେୟସ ଆୟର, ଶାହବାଜ ଅହମ୍ମଦ, ମହମ୍ମଦ ସିରାଜ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.