ଆଉ ଚାରିଟି ମ୍ୟାଚ୍ : ଶେଷ ହେବ ଫୁଟବଲ୍ ମହାସମର ଫିଫା ବିଶ୍ୱକପ୍

fifa-world-cupନୂଆଦିଲ୍ଲୀ : ଫିଫା ବିଶ୍ୱକପରେ ଆଜି ପ୍ରଥମ ସେମିଫାଇନାଲ। କାହାକୁ ମିଳିବ ଫାଇନାଲ୍ ଟିକେଟ୍ ? ଆଜିଠୁ ଆରମ୍ଭ ହେବ ସେମି ଫାଇନାଲ୍ ଲଢ଼େଇ। ଫ୍ରାନ୍ସ-ବେଲଜିୟମ ମଧ୍ୟରେ ମୁକାବିଲା ହେବ। ବ୍ରାଜିଲକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି ରେଡ୍ ଡେଭିଲ ଦଳ। କୁହାଯାଉଛି, ଏବେ ବିଶ୍ୱକପ୍ ବିଜୟ ପାଇଁ ପ୍ରବଳ ଦାବିଦର ବେଲଜିୟମ୍। ଦଳର ଷ୍ଟାର ଖେଳାଳି, ରୋମେଲୁ ଲୁକାକୁ । ନିଜେ ବିଶ୍ୱକପରେ ୪ଟି ଗୋଲ୍ କରିଛନ୍ତି, ଏହାସହ ଅନେକ ଗୋଲ୍ ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି।

ସେପଟେ ଫ୍ରାନସ୍ ବି ଟପ୍ ଫର୍ମରେ ଅଛି। ପ୍ରି-କ୍ୱାର୍ଟରରେ ଆର୍ଜେଣ୍ଟିନାକୁ ୪-୩ ଓ କ୍ୱାର୍ଟରରେ ଉରୁଗୁଏକୁ ୨-୦ ଗୋଲରେ ହରାଇ ସେମିରେ ପହଞ୍ଚିଛି ଫ୍ରାନ୍ସ। ତେଣୁ ଆଜି କଡ଼ା ମୁକାବିଲା ଦେଖିବାକୁ ମିଳିପାରେ। ସେହିପରି ଆସନ୍ତାକାଲି ଦ୍ୱିତୀୟ ସେମିରେ କ୍ରୋଏସିଆକୁ ଭେଟିବ ଇଂଲଣ୍ଡ। ତେବେ ୪ଟି ଯାକ ସେମିଫାଇନାଲିଷ୍ଟ ୟୁରୋପିଆନ । ଆସନ୍ତା ୧୫ ତାରିଖରେ ହେବ ଫାଇନାଲ୍ ଟକ୍କର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.