ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ଯାଚ, ଦ୍ବିତୀୟ ଦିନରେ ଏପର୍ଯ୍ଯନ୍ତ ଖେଳସୁଦ୍ଧା ଇଂଲଣ୍ଡ ୩୧୩/୩

ଚେନ୍ନାଇରେ ଆରମ୍ଭ ହୋଇଥିବା ଭାରତ-ଇଲଂଣ୍ଡ ଟେଷ୍ଟର ପ୍ରଥମ ମ୍ୟାଚରେ ଇଲଂଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ମଜ୍ବୁତ୍ ସ୍ଥିତିରେ ପହଞ୍ଚିଛି । ଗତକାଲିର ଖେଳ ଶେଷ ସୁଦ୍ଧା ଦଳ ତିନି ୱିକେଟ୍ ହରାଇ ୩୧୩ ରନ୍ କରିବାକୁ ସକ୍ଷମ ହୋଇଛି । ଆଜି ଦ୍ବିତୀୟ ଦିନରେ ଜୋ ରୁଟଙ୍କ ସହିତ ଅଲରାଉଣ୍ଡର ବେନ ଷ୍ଟ୍ରୋକ୍ସ ବ୍ଯାଟିଂ କରୁଥିବା ନଜର ଆସିଛନ୍ତି।

ଇଲଂଣ୍ଡର ଅଧିନାୟକ ଜୋ ରୁଟ୍ ତାଙ୍କର ୧୦୦ତମ ଟେଷ୍ଟ ମ୍ୟାଚରେ  ଦମ୍ଦାର୍ ଶତକୀୟ ପାଳି ଖେଳି ଆଜିର ମ୍ୟାଚରେ ଆକର୍ଷଣ ପାଲଟି ଯାଇଛନ୍ତି । ରୁଟ୍ ୨୫୩ ବଲ ଖେଳି ୧୪୭ ରନ କରିଥିବା ବେଳେ ଷ୍ଟ୍ରୋକ୍ସ ୫୬ ବଲ ଖେଳି ୩୧ ରନ୍ କରିଛନ୍ତି। ଦଳ ମାତ୍ର ୬୩ ରନରେ ୨ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ବେଳେ ରୁଟ୍ ତୃତୀୟ ସ୍ଥାନରେ ଆସି ଚମତ୍କାର ଭାଗିଦାରୀ ନିଭାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.