ଆସନ୍ତାକାଲି ଭାରତ ଓ ନ୍ୟୁଜିଲାଣ୍ଡ ଟି-୨୦ ମ୍ୟାଚ୍‌, ଯିଏ ଜିତିବ ସେ ସେମିରେ ଏଣ୍ଟ୍ରି ମାରିବ

ଆସନ୍ତାକାଲି ଭାରତ ଓ ନ୍ୟୁଜିଲାଣ୍ଡ ଟି-୨୦ ବିଶ୍ୱକପ୍‌ ମୁକାବିଲା । ଉଭୟ ଟିମ ପାଇଁ କର ବା ମର ସ୍ଥିତି । ପ୍ରଥମ ମ୍ୟାଚରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଠାରୁ ୧୦ ଓ୍ଵିକେଟରେ ହରିବା ପରେ ଭାରତ ଚିନ୍ତାରେ ରହିଛି। ସେହିପରି ନ୍ୟୁଜିଲାଣ୍ଡ ମଧ୍ୟ ପାକିସ୍ତାନ ଠାରୁ ହାର ଗ୍ରହଣ କରିସାରିଛି। ଆସନ୍ତାକାଲିର ମ୍ୟାଚ ଯିଏ ଜିତିବ ସେମିରେ ଏଣ୍ଟ୍ରି ମାରିବା ପାଇଁ ବାଟ ସହଜ ହେବ। ବିଶ୍ୱ ଟି୨୦ ର‍୍ୟାଙ୍କିଂରେ ଭାରତ ନମ୍ବର ୨, ନ୍ୟୁଜିଲାଣ୍ଡର ନମ୍ବର ୪ । କିଏ କାହାଠାରୁ କମ୍‌ ନୁହନ୍ତି ।

ଭାରତ ନ୍ୟୁଜିଲାଣ୍ଡକୁ ହରାଇଲେ ଆଫଗାନିସ୍ତାନ, ନାମ୍ବିଆ ଓ ସ୍କଟଲାଣ୍ଡକୁ ସହଜରେ ପରାସ୍ତ କରିପାରିବ । ୮ ପଏଣ୍ଟ ପାଇ ସେମିକୁ ଏଣ୍ଟ୍ରି ମାରିବ । ଟି-୨୦ ବିଶ୍ୱକପ୍‌ ଇତିହାସରେ ଭାରତ କେବେବି ନ୍ୟୁଜିଲାଣ୍ଡକୁ ହରାଇ ନାହିଁ । ୨୦୦୭ରୁ ଏଯାଏଁ ଉଭୟ ଟିମ ଟି-୨୦ ମୁକାବିଲାରେ ୧୬ ଥର ମୁହାଁମୁହିଁ ହୋଇଛନ୍ତି । ଭାରତ ୬ଟି ମ୍ୟାଚରେ ଜିତିଥିବା ବେଳେ ୮ଟି ମ୍ୟାଚରେ ବାଜି ମାରିଛି ନ୍ୟୁଜିଲାଣ୍ଡ । ୨ଟି ମ୍ୟାଚ ଟାଏ ରହିଛି । ଏଭଳି ସ୍ଥିତିରେ ଭାରତ ପାଇଁ ଏହି ମୁକାବିଲା ସହଜ ନୁହେଁ ।

ଟିମ୍‌ ଇଣ୍ଡିଆ ଗତ ଦୁଇବର୍ଷ ହେଲାଣି ବୋଲିଂରେ ଭଲ ପ୍ରଦର୍ଶନ କରୁଛି। ଟିମର ସ୍ପିଡ ବୋଲିଂ କରୁଥିବା ନଜର ଆସିଛି। ପାକିସ୍ତାନ ବିପକ୍ଷ ମ୍ୟାଚରେ ଗୋଟିଏ ଓ୍ଵିକେଟ ନେଇପାରିନଥିଲା ଟିମ୍‌ ଇଣ୍ଡିଆ। ଏପଟେ ମହମ୍ମଦ ଶାମୀ ଏବଂ ଭୁବନେଶ୍ୱର କୁମାର ସଂଘର୍ଷ କରୁଥିବା ବେଳେ ସ୍ପିନ ବୋଲିଂକୁ ନେଇ ଟିମ୍‌ ଦ୍ୱନ୍ଦ୍ୱରେ ରହିଛି। ଗତ ମ୍ୟାଚରେ ଅଶ୍ୱିନଙ୍କୁ ବସାଇ ବରୁଣଙ୍କୁ ଖେଳିବାକୁ ସୁଯୋଗ ମିଳିଥିଲା। ଯାହା ଟିମ୍‌ ଇଣ୍ଡିଆ ପାଇଁ ଭୁଲ୍‌ ନିଷ୍ପତ୍ତି ରହିଥିଲା। ଅଶ୍ୱିନଙ୍କ ଛଡା ରାହୁଲ ଚହର ମଧ୍ୟ ବିକଳ୍ପ ରହିଥିଲେ। ତେବେ ଟିମ୍‌ ଇଣ୍ଡିଆର ବୋଲିଂ ବର୍ତ୍ତମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ସୂଚନାଯୋଗ୍ୟ, ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୫୧ ରନ କରିଥିଲା। ଦଳ ପକ୍ଷରୁ ଅଧିନାୟକ ବିରାଟ କୋହଲି ୫୭ ରନର ଇନିଂସ କରିଥିବା ବେଳେ ଋଷଭ ପନ୍ତ ୩୯ ରନ କରିଥିଲେ। ଜବାବରେ ପାକିସ୍ତାନ ଦୁଇ ଓପନର ବାବର ଆଜମ ୬୮ ଏବଂ ରିଜଓ୍ଵାନଙ୍କ ୭୯ ଦମଦାର ଅର୍ଦ୍ଧଶତକୀୟ ଅପରାଜିତ ଇନିଂସ ବଳରେ ୧୭.୫ ଓଭରରେ ୧୦ ଓ୍ଵିକେଟ୍ ହରାଇ ସହଜରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲେ।୧୫୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପାକିସ୍ତାନକୁ ଦୁଇ ଓପନର ଅଧିନାୟକ ବାବର ଆଜମ ଏବଂ ମହମ୍ମଦ ରିଜଓ୍ଵାନ ଦମଦାର ବ୍ୟାଟିଂ କରି ମ୍ୟାଚ ଜିତିନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.