ବର୍ଷା ଧୋଇ ନେଲା ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦

ମେଲବର୍ଣ୍ଣ : ଭାରତର ଲଗାତର ୭ଟି ଟି-୨୦ ସିରିଜ୍‌ ଜିତିବାର ସ୍ୱପ୍ନ ପୂରଣ ହୋଇ ପାରିଲାନି । କାରଣ ଏଠାରେ ଆଜି ଖେଳା ଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି । ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୪ ରନ୍‌ରେ ଜିତିଥିଲା । ତୃତୀୟ ତଥା ଶେଷ ମ୍ୟାଚ୍‌ ୨୫ ତାରିଖ ଦିନ ସିଡନୀରେ ଖେଳାଯିବ ।

2ND MATCH
ଆଜି ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ୧୯ ଓଭର ସୁଦ୍ଧା ଅଷ୍ଟ୍ରେଲିଆ ୭ ଓ୍ଵିକେଟ୍‌ ହରାଇ ୧୩୨ ରନ୍‌ କରିଥିବା ବେଳେ ବର୍ଷା ଯୋଗୁଁ ଆଉ ଖେଳ ସମ୍ଭବ ହେଲା ନାହିଁ । ତେଣୁ ମ୍ୟାଚ୍‌କୁ ନୋରେଜଲ୍‌ଟ ଘୋଷଣା କରାଯାଇଥିଲା । ଘରୋଇ ଦଳର ବେନ୍‌ ମାକଡର୍ମଟ୍‌ ସର୍ବାଧିକ ଅପରାଜିତ ୩୨ ରନ୍‌ କରିଥିଲେ । ଭାରତୀୟ ଦଳର ଦୁଇ ପେସ୍‌ ବୋଲର ଭୁବନେଶ୍ୱର କୁମାର ଓ ଖଲିଲ ଅହମଦ ୨ଟି ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.