ଆସନ୍ତାକାଲିଠୁ ଭାରତ-ଅଷ୍ଟ୍ରେଲିଆ ମେଲବର୍ଣ୍ଣ ଟେଷ୍ଟ , ରୋମାଞ୍ଚକର ସ୍ଥିତିରେ ସିରିଜ୍‌

କେନ୍ୟୁଜ୍ : ଆସନ୍ତାକାଲିଠୁ ଆରମ୍ଭ ହେଉଥିବା ଭାରତ-ଅଷ୍ଟ୍ରେଲିଆ ମେଲବର୍ଣ୍ଣ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ନୂଆ ମୁହଁ ଭାବେ ଦଳରେ ସାମିଲ ହୋଇଛନ୍ତି ମୟଙ୍କ ଅଗ୍ରଓ୍ଵାଲ । ସେହିପରି ରୋହିତ ଶର୍ମା ଓ ରବୀନ୍ଦ୍ର ଜାଡେଜା ଦଳକୁ ଫେରିଛନ୍ତି । ଦୁଇ ଓପନର ମୁରଲୀ ବିଜୟ ଓ ଲୋକେଶ ରାହୁଲ ଦଳରୁ ବାଦ ପଡ଼ିଛନ୍ତି । ସେହିପରି ଉମେଶ ଯାଦବ ମଧ୍ୟ ଦଳରେ ସାମିଲ ହୋଇନାହାନ୍ତି ।

inଡେବ୍ୟୁ କରୁଥିବା ମୟଙ୍କ ଅଗ୍ରଓ୍ଵାଲ ହନୁମା ବିହାରୀଙ୍କ ସହ ଓପନିଂ କରିପାରନ୍ତି । ଆହତ ଯୋଗୁ ରବୀନ୍ଦ୍ର ଜାଡେଜା ପ୍ରଥମ ଦୁଇଟି ଟେଷ୍ଟ ଖେଳିନଥିଲେ । ସେହିପରି ଆହତ ଯୋଗୁ ରୋହିତ ଶର୍ମା ଦ୍ୱିତୀୟ ଟେଷ୍ଟରୁ ବାଦ୍‌ ପଡ଼ିଥିଲେ । ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ ଏବେ ୧-୧ରେ ବାରବର ଅଛି । ପ୍ରଥମ ଟେଷ୍ଟ ଭାରତ ଜିତିଥିବା ବେଳେ ଦ୍ୱିତୀୟ ଟେଷ୍ଟରେ ଘରୋଇ ଦଳ ବିଜୟୀ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.