ଧୋନିଙ୍କ ନାଁରେ ଅଭିଯୋଗ ଆଣିଲେ ବୋଲର ଈଶ୍ୱର ପାଣ୍ଡେ, କହିଲେ ‘ଧୋନିଙ୍କ ଯୋଗୁଁ ମୋ କ୍ୟାରିଅର ନଷ୍ଟ’

ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ନାମରେ ଅଭିଯୋଗ ଆଣିଲେ ବୋଲର ଈଶ୍ୱର ପାଣ୍ଡେ। ଧୋନିଙ୍କ ଯୋଗୁଁ ତାଙ୍କ କ୍ୟାରିଅର ବରବାଦ ହୋଇଛି ବୋଲି ଈଶ୍ୱର ଅଭିଯୋଗ କରିଛନ୍ତି । ନିକଟରେ ଈଶ୍ୱର ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି।

ଖବର ମୁତାବକ, ନିକଟରେ କ୍ରିକେଟକୁ ବାଏ ବାଏ କରିଛନ୍ତି ଈଶ୍ୱର ପାଣ୍ଡେ। ସେ ନିଜେ ସୋସିଆଲ ମିଡିଆ ଜରିଆରେ ନିଷ୍ପତ୍ତି ସମସ୍ତଙ୍କୁ ଜଣାଇଛନ୍ତି। ସନ୍ନ୍ୟାସ ନେବା ପରେ ଈଶ୍ୱର ନିଜ କ୍ରୋଧ ଜାହରି କରିଛନ୍ତି। ଈଶ୍ୱର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଉପରେ ଅଭିଯୋଗ ଲଗାଇଛନ୍ତି। ଈଶ୍ୱର କହିଛନ୍ତି କି, ଧୋନି ଯଦି କିଛିଟା ବିଶ୍ୱାସ କରିଥାନ୍ତେ କିମ୍ବା ସୁଯୋଗ ଦେଇଥାନ୍ତେ, ତେବେ ତାଙ୍କ କ୍ୟାରିଅର ଆଜି ଭଲ ହୋଇପାରିଥାନ୍ତା।

ଏକ ସାକ୍ଷାତକାରରେ ଈଶ୍ୱର କହିଛନ୍ତି, ମୋତେ ଯଦି ମହେନ୍ଦ୍ର ସିଂ ଧୋନୀ ସୁଯୋଗ ଦେଇଥାନ୍ତେ, ତେବେ ମୁଁ କିଛି ଖାସ୍‌ କରିପାରିଥାନ୍ତି। ମୋ କ୍ୟାରିଅରର ମୋଡ ବଦଳିଯାଇଥାନ୍ତା। ସେତେବେଳେ ମୁଁ ୨୩/୨୪ ବର୍ଷର ଥିଲି। ସେତେବେଳେ ମୋ ଫିଟନେସ ଭଲ ଥିଲା। ଯଦି ଧୋନି ଭାଇ ଭାରତୀୟ ଟିମରେ ସୁଯୋଗ ଦେଇଥାନ୍ତେ, ତେବେ ମୁଁ ଭଲ ପ୍ରଦର୍ଶନ କରିପାରିଥାନ୍ତି।

 

View this post on Instagram

 

A post shared by Ishwar pandey (@ishwar22)

ସୂଚନାଯୋଗ୍ୟ, ଈଶ୍ୱର ପାଣ୍ଡେ କେବେ ବି ଭାରତ ପାଇଁ ଇଣ୍ଟରନ୍ୟାସନାଲ କ୍ରିକେଟ ଖେଳିନାହାନ୍ତି। କିନ୍ତୁ ଆଇପିଏଲ ପାଇଁ ଭଲ ଖେଳିଛନ୍ତି। ଆଇପିଏଲରେ ୨୫ଟି ମ୍ୟାଚ୍‌ ଖେଳି ୧୮ ଓ୍ଵିକେଟ ନେଇଛନ୍ତି। ସେହିପରି ୭୫ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୨୬୩ ଓ୍ଵିକେଟ ନେଇଛନ୍ତି। ଈଶ୍ୱର ପାଣ୍ଡେ ୨୦୧୪ରେ ନ୍ୟୁଜିଲାଣ୍ଡ ଗସ୍ତରେ ଟେଷ୍ଟ ଟିମରେ ସ୍ଥାନ ପାଇଥିଲେ। ସେହି ସମୟରେ ଧୋନି ଅଧିନାୟକ ରହିଥିଲେ, କିନ୍ତୁ ଧୋନି ଈଶ୍ୱର ପାଣ୍ଡେଙ୍କୁ ସୁଯୋଗ ଦେଇନଥିଲେ।

ଈଶ୍ୱର ପାଣ୍ଡେ ମଧ୍ୟପ୍ରଦେଶ ଟିମକୁ ପ୍ରଥମ ଥର ପାଇଁ ରଣଜୀ ଟ୍ରଫି ଜିତାଇଥିଲେ। ୩୩ ବର୍ଷୀୟ ଈଶ୍ୱରଙ୍କୁ ଦୁଇଥର ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ସିରିଜ ଲାଗି ଭାରତୀୟ ଟିମରେ ସୁଯୋଗ ମିଳିଥିଲା। ତେବେ ଈଶ୍ୱର ରୋଡ ସେଫ୍ଟି ସହ ଅନ୍ୟାନ୍ୟ ଅନ୍ତର୍ଜାତୀୟ ଲିଗରେ ଖେଳିବେ।

 

View this post on Instagram

 

A post shared by Satish Kumar (@getfitwithsatish)

Also Read : ଉର୍ବଶୀଙ୍କୁ ଇନଷ୍ଟାଗ୍ରାମରେ ଫଲୋ କରି ପୁଣି ଅନଫଲୋ କଲେ ପାକିସ୍ତାନୀ କ୍ରିକେଟର ନସିମ ଶାହା, ଏବେ ଫ୍ୟାନ୍ସ କରୁଛନ୍ତି ଟ୍ରୋଲ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.