ସିଡନୀ ଦିନିକିଆରେ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ, ୪ ରନ୍‌ରେ ପ୍ୟାଭିଲିୟନ୍‌ ଫେରିଲେ ତିନି ଖେଳାଳି

ସିଡ୍‌ନୀ ଦିନିକିଆରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ । ଅଷ୍ଟ୍ରେଲିଆ ରଖିଥିବା ୨୮୯ ରନର ଟାର୍ଗେଟର ପିଛା କରି ଆରମ୍ଭରୁ ଟିମ୍‌ ଇଣ୍ଡିଆକୁ ଝଟକା ଲାଗିଛି । ମାତ୍ର ଗୋଟିଏ ରନ୍‌ରେ ପ୍ୟାଭିଲିୟନ୍‌ ଫେରିଥିଲେ ଶିଖର ଧଓ୍ଵନ। ଏହାପରେ ଦଳୀୟ ସ୍କୋର ୪ରନ ଭିତରେ ଆଉଟ ହୋଇଥିଲେ କ୍ୟାପଟେନ୍‌ ବିରାଟ କୋହଲି ଓ ଅମ୍ବାତି ରାୟଡୁ । ସିଡନୀରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୫ ଓ୍ଵିକେଟରେ ୨୮୮ ରନ୍‌ କରିଥିଲା । ଦଳ ପକ୍ଷରୁ ପିଟର ହ୍ୟାଣ୍ଡସକମ୍ବ ସର୍ବାଧିକ ୭୨ ରନ୍‌ କରିଥିବା ବେଳେ ଉସମାନ ଖଓ୍ଵାଜା ୫୯ ଓ ସନ୍‌ ମାର୍ଶ କରିଥିଲେ ୫୪ ରନ୍‌। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଓ କୁଳଦୀପ ଯାଦବ ୨ଟି ଲେଖାଏଁ ଓ୍ଵିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜାଙ୍କୁ ମିଳିଛି ଗୋଟିଏ ଓ୍ଵିକେଟ। ୧୧ ବର୍ଷ ହେଲା ଅଷ୍ଟ୍ରେଲିଆ ମାଟିରେ ଓ୍ଵାନଡେ ସିରିଜ ଜିତିନଥିବା ମ୍ୟାନ ଇନ ବ୍ଲୁ ଇତିହାସ ରଚିବାକୁ ପଡିଆକୁ ଓହ୍ଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.