ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍‌ରେ ଭାରତର ଖରାପ ବ୍ୟାଟିଂ, ଜାଣନ୍ତୁ କେତେ ରନ୍‌ରେ ହେଲା ଅଲ୍‌ଆଉଟ୍‌

ସିଡନୀ : ସିଡନୀ : ଟେଷ୍ଟ ସିରିଜ୍‌ ପୂର୍ବରୁ ଭାରତ ଆଜି ତାର ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍‌ ଆରମ୍ଭ କରିଛି । ଅଷ୍ଟ୍ରେଲିଆ ‘ଏ’ ସହ ସିଡନୀରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଆଜି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଛି ଭାରତୀୟ ଦଳ । ହେଲେ ଦୁଇଜଣଙ୍କୁ ଛାଡ଼ି ଅନ୍ୟ ସମସ୍ତେ ଫ୍ଲପ୍‌ ହୋଇଛନ୍ତି । ଓପ୍ନର ପୃଥ୍ଵୀ ସ ୪୦ ଏବଂ ଶୁଭମାନ ଗିଲ୍‌ ୪୩ ରନ୍‌ କରିଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ଶେଷ ଭାଗରେ ବୁମରା ୫୫ ରନ୍‌ କରିଥିଲେ । ଯାହା ଫଳରେ ଭାରତ ତାର ପ୍ରଥମ ଇନିଂସ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇ ମାତ୍ର ୧୯୪ ରନ୍‌ କରି ପାରିଲା । ବୁମରା ୬ଟି ଚୌକା ଓ ୨ଟି ଛକା ମାରି ୫୭ ବଲ୍‌ରେ ୫୫ ରନ୍‌ କରିଥିଲେ । ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ବୁମରାଙ୍କର ଏହା ହେଉଛି ପ୍ରଥମ ଅର୍ଦ୍ଧଶତକ ।

ଅଷ୍ଟ୍ରେଲିଆ ପକ୍ଷରୁ ସିନ୍‌ ଆବଟ୍‌ ୪୬ ରନ୍‌ ଦେଇ ୩ଟି ଏବଂ ଜ୍ୟାକ୍‌ ଓ୍ଵାଇଲଡରମୁଥ ମାତ୍ର ୧୩ ରନ୍‌ ବ୍ୟୟ କରି ୩ଟି ଓ୍ଵିକେଟ୍‌ ନେଇଛନ୍ତି ।

SCORE-1

SCORE-2

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.