ବ୍ରିସ୍‌ବେନ୍‌ରେ ଚତୁର୍ଥ ଟେଷ୍ଟରେ ପୁଣି ବୋଲରଙ୍କ କମାଲ୍, ଅଷ୍ଟ୍ରେଲିଆର ଗଲାଣି ୪ଟି ଓ୍ଵିକେଟ୍‌

କେନ୍ଯୁଜ୍: ବ୍ରିସ୍‌ବେନ୍‌ରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ପୁଣି ବୋଲରଙ୍କ କମାଲ । ଆଜି ଖେଳ ଆରମ୍ଭ ହେବାଠାରୁ ବର୍ତ୍ତମାନ ସୁଦ୍ଧା ଅଷ୍ଟ୍ରେଲିଆର ୪ଟି ଓ୍ଵିକେଟ୍‌ ଗଲାଣି । ମହମ୍ମଦ ସିରାଜ ୨ଟି ଓ୍ଵିକେଟ୍‌ ନେଇଥିବା ବେଳେ ଓ୍ଵାଶିଂଟନ୍‌ ସୁନ୍ଦର ଓ ସାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଛନ୍ତି ।

ଅଷ୍ଟ୍ରେଲିଆ ପକ୍ଷରୁ ହାରିସ୍‌ ୩୮, ଓ୍ଵାର୍ଣ୍ଣର ୪୮, ମାର୍ନସ ଲାବୁସନ୍‌ ୨୫ ଓ ମାଥ୍ୟୁ ୱେଡ୍‌ କୌଣସି ରନ୍‌ ନକରି ପ୍ୟାଭିଲିୟନ୍‌ ଫେରିଛନ୍ତି । ପ୍ରଥମ ଇନିଂସରେ ୩୬୯ ରନ୍‌ କରି ଅଲଆଉଟ୍‌ ହୋଇଥିଲା । ଏହାର ଜବାବରେ ଭାରତ ପ୍ରଥମ ଇନିଂସରେ ୩୩୬ ରନ୍‌ କରିପାରିଥିଲା । ପାଳି ସମ୍ଭାଳିଥିଲେ ଓ୍ଵାଶିଂଟନ୍‌ ସୁନ୍ଦର ଓ ସାର୍ଦ୍ଦୁଲ ଠାକୁର । ଦୁଇ ଜଣ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.