ଆସନ୍ତାକାଲି ଅନ୍ତିମ ଟି-୨୦ : ନାଗପୁର ପିଚ୍‌ରେ ରାଜ୍‌ କରି ପାରନ୍ତି ସ୍ପିନର୍‌

ନାଗପୁର : ଆସନ୍ତାକାଲି ନାଗପୁରରେ ଖେଳାଯିବ ଭାରତ ଓ ବାଂଲାଦେଶ ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ଟି-୨୦ ମ୍ୟାଚ୍‌ । ପ୍ରଥମ ମ୍ୟାଚ୍‌ ବାଂଲାଦେଶ ଜିତିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଇନିଂସ୍‌ ବଳରେ ଭାରତ ଅତି ସହଜରେ ବିଜୟୀ ହୋଇଥିଲା । ଏବେ ତିନି ମ୍ୟାଚ୍‌ ସିରିଜ୍‌ ୧-୧ରେ ସମାନ ସ୍ଥିତିରେ ରହିଛି । ତେଣୁ ଉଭୟ ଦଳ ଶେଷ ମ୍ୟାଚ୍‌ ଜିତି ସିରିଜ୍‌ କବଜା କରିବାକୁ ଚେଷ୍ଟା କରିବେ ।
ଏପଟେ ନାଗପୁର ପିଚ୍‌ ସ୍ପିନରଙ୍କୁ ସୁହାଇବ ବୋଲି କୁହାଯାଉଛି । ତେବେ ଏଠାରେ ଗତ ୧୧ଟି ମ୍ୟାଚ୍‌ରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୮ଥର ଜିତିଛି । ଆସନ୍ତାକାଲି ମ୍ୟାଚ୍‌ରେ ବାମହାତୀ ଯୁବ ପେସ୍‌ ବୋଲର୍‌ ଖଲିଲ ଅହମଦଙ୍କୁ ଭାରତ ବାଦ୍‌ ଦେଇ ପାରେ । କାରଣ ସେ ତାଙ୍କ ୮ ଓଭର୍‌ ବୋଲିଂରେ ୮୦ ରନ୍‌ ଦେଇ ସାରିଲେଣି । ତେଣୁ ତାଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁର ଖେଳି ପାରନ୍ତି ।

NAGPUR-2

ପାଗ ଭଲ ଥିବାରୁ କାଲି ଗୋଟିଏ ଭଲ ମ୍ୟାଚ୍‌ ଦେଖିବାକୁ ମିଳିବ । ତେବେ ଯଦି ଭାରତୀୟ ଦଳ ଗତ ମ୍ୟାଚ୍‌ ଭଳି ପୂରା ଦମ୍‌ରେ ଖେଳେ ତାହାହେଲେ ପୁଣି ମ୍ୟାଚ୍‌ ଏକତରଫା ହେବ ।

ଆଜି ଉଭୟ ଦଳ ମ୍ୟାଚ୍‌ ଖେଳାଯିବାକୁ ଥିବା ବିଦର୍ଭ କ୍ରିକେଟ୍‌ ଆସୋସିଏସନ୍‌ ପଡ଼ିଆରେ ଅଭ୍ୟାସ କରିଥିଲେ । ଭାରତୀୟ ଖେଳାଳିମାନେ କିଛି ସମୟ ପାଇଁ ଫୁଟ୍‌ବଲ୍‌ ଖେଳିଥିଲେ । କାଲି ପାଇଁ ସେମାନେ ପୂରା ପ୍ରସ୍ତୁତ ବୋଲି ଜଣାଇ ଦେଇଥିଲେ । ଏହି ଅବସରରେ ସ୍ଥାନୀୟ କ୍ରିକେଟ୍‌ ଆସୋସିଏସନ୍‌ ପକ୍ଷରୁ ଭାରତୀୟ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.