ଟି-୨୦ ବିଶ୍ୱକପରେ ନିରାଶଜନକ ପ୍ରଦର୍ଶନକୁ ଭୁଲି ନ୍ୟୁଜିଲାଣ୍ଡକୁ ମାତ୍‌ ଦେଇପାରେ ଟିମ୍‌ ଇଣ୍ଡିଆ !

ଆଇସିସି ଟି-୨୦ ବିଶ୍ୱକପ୍‌ରେ ନିରାଶଜନକ ପ୍ରଦର୍ଶନକୁ ଭୁଲି ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ ଖେଳିବ ଟିମ୍‌ ଇଣ୍ଡିଆ। ଆଜିର ମ୍ୟାଚରେ ଦମଦାର ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି। ଏହି ସିରିଜରୁ ୨୦୨୨ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ଭାରତର ପ୍ରସ୍ତୁତି ଅଭିଯାନ ଆରମ୍ଭ ହେବ । ଏହି ସିରିଜରେ ବିସିସିଆଇ ବିରାଟ କୋହଲି, ମହମ୍ମଦ ସାମି ଏବଂ ଜସପ୍ରୀତ ବୁମରାହଙ୍କୁ ବିଶ୍ରାମ ଦିଆଯାଇଛି। କୋଚ ଭାବେ ନୂଆ ନିଯୁକ୍ତ ହୋଇଥିବା ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଆରମ୍ଭ ହେବ । ରୋହିତ ମଧ୍ୟ ସ୍ଥାୟୀ ଅଧିନାୟକ ଭାବେ ଦଳର ଦାୟିତ୍ୱ ନେବେ । ପ୍ରଥମ ଟି-୨୦ ମ୍ୟାଚରେ ଭାରତ ତରଫରୁ କେତେ ଜଣ ଖେଳାଳି ଡେବ୍ୟୁ କରିପାରନ୍ତି। ଭାରତୀୟ ସମୟ ଅପରାହ୍ଣ ୭ଟା ସମୟରେ ମ୍ୟାଚ୍‌ ଆରମ୍ଭ ହେବ ।

ଏପର୍ଯ୍ୟନ୍ତ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୧୨ଟି ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳାଯାଇଛି। ସେଥିରୁ ୯ଟି ନ୍ୟୁଜିଲାଣ୍ଡ ଏବଂ ୬ଟି ଭାରତ ମ୍ୟାଚ ଜିତିଛି। ଆଉ ୨ଟି ମ୍ୟାଚ ଟାଏ ରହିଛି। ଅର୍ଥାତ୍‌ ନ୍ୟୁଜିଲାଣ୍ଡ ଭାରତ ଉପରେ ପ୍ରଭାବ ପକାଇପାରେ। ଟିମି୍‌ ଇଣ୍ଡିଆ ଏବଂ ନ୍ୟୁଜିଲାଣ୍ଡ ଏପର୍ଯ୍ୟନ୍ତ ୫ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ଏଥରୁ ୨ଟି ମ୍ୟାଚ ଭାରତ ଏବଂ ୩ଟି ମ୍ୟାଚ ନ୍ୟୁଜିଲାଣ୍ଡ ଜିତିଛି। କିନ୍ତୁ ଆଜିର ମ୍ୟାଚ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନିର୍ଭର କରୁଛି।

ଟି- ୨୦ ବିଶ୍ୱକପ୍‌ ଫାଇନାଲ୍‌ ଖେଳି ଭାରତ ଆସିଥିବା କ୍ଳାନ୍ତ ନ୍ୟୁଜିଲାଣ୍ଡ ଦଳ ଅଭ୍ୟାସ ଛାଡ଼ି ବିଶ୍ରାମକୁ ପ୍ରାଥମିକତା ଦେଇଛି । ଆଗକୁ ଟେଷ୍ଟ ସିରିଜ ରହିଥିବାରୁ କେନ ୱିଲିମସନ ଟି-ଟ୍ୱେଣ୍ଟି ସିରିଜରୁ ବିଶ୍ରାମ ନେବେ । ଟ୍ରେଣ୍ଟ ବୋଲ୍ଟ, ଡେଭନ କନୱେ, ଲୋକି ଫର୍ଗୁସନ ଖେଳୁ ନଥିବାରୁ ଟିମ ସାଉଦି ଦଳର ନେତୃତ୍ୱ ନେବେ ।

ସୂଚନାଥାଉକି, ଦଳ ୧୪ ନଭେମ୍ବରରେ ଫାଇନାଲ ଖେଳିବା ପରଦିନ ଭାରତ ଗସ୍ତ କରିଥିଲା । ସୂଚନା ଯୋଗ୍ୟ, ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍ ୧୭ ନଭେମ୍ବର ଜୟପୁରରେ ହେବ । ସେହିଭଳି ୧୯ ନଭେମ୍ବରରେ ରାଞ୍ଚିରେ ଦ୍ୱିତୀୟ ଟି -୨୦ ଏବଂ ୨୧ ନଭେମ୍ବରେ କୋଲକାତାରେ ତୃତୀୟ ଟି -୨୯ ଖେଳିବ ନ୍ୟୁଜଲାଣ୍ଡ। ଏହା ପରେ ନଭେମ୍ବର ୨୫ରୁ କାନପୁରରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏଥି ସହିତ ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୩ରୁ ମୁମ୍ବାଇର ୱାନଖେଡ଼େ ଷ୍ଟାଡିୟମରେ ଆରମ୍ଭ ହେବ ।

ଭାରତ: ରୋହିତ ଶର୍ମା(ଅଧିନାୟକ), ଲୋକେଶ ରାହୁଲ, ଇଶାନ କିଷନ, ଭେଙ୍କଟେଶ ଆୟର/ଶ୍ରେୟାସ ଆୟର/ ଋତୁରାଜ ଗାଏକୱାଡ, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଅକ୍ଷର ପଟେଲ, ଆର ଅଶ୍ୱିନ, ଭୁବନେଶ୍ୱର କୁମାର, ମହମ୍ମଦ ସିରାଜ, ୟୁଝବେନ୍ଦ୍ର ଚହଲ ।

ନ୍ୟୁଜିଲାଣ୍ଡ: ମାର୍ଟିନ ଗପତିଲ, ଡାରିଲ ମିଚେଲ, ଗ୍ଲେନ ଫିଲିପ୍ସ, ମାର୍କ ଚାପମାନ, ଟିମ ସାଇଫର୍ଟ, ଜେମ୍ସ ନୀଶମ, ମିଚେଲ ସାଣ୍ଟନର, କେଲି ଜାମିସନ, ଟିମ୍‌ ସାଉଦି, ଆଡାମ ମିଲନେ, ଆଇସ ସୋଦ୍ଧି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.