ଆଜି ଭାରତ ଓ ନ୍ୟୁଜିଲାଣ୍ଡ ଟି-୨୦ ବିଶ୍ୱକପ ମ୍ୟାଚ୍‌, ଚୂଡ଼ାନ୍ତ ଏକାଦଶରେ ହୋଇପାରେ ବଡ ପରିବର୍ତ୍ତନ

ଆଜି ଟି-୨୦ ବିଶ୍ୱକପ ମ୍ୟାଚରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ ଟକ୍କର। ଗତ ରବିବାର ପାକିସ୍ତାନ ବିପକ୍ଷରେ ଦଳ ହାରିବା ପରେ ଏ ରବିବାର କେମିତି ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାର ସାମ୍ନା କରିବ ତା’କୁ ନେଇ ଚାଲିଛି କଳ୍ପନାଜଳ୍ପନା। ଏପଟେ ଭାରତୀୟ ଟିମ୍‌ରେ ପ୍ଲେଇଂ ଇଲେଭେନରେ ପରିବର୍ତ୍ତନ କରାଯିବା ନେଇ ମତ ଦେଇଛନ୍ତି। ବିଶେଷ କରି ହାର୍ଦ୍ଦିକ ପାଣ୍ଡ୍ୟା ଓ ଭୁବନେଶ୍ୱର କୁମାରଙ୍କ ବଦଳରେ ଇଶାନ କିଶନ ଏବଂ ଶାର୍ଦ୍ଦୁଲ ଠାକୁରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରିବାକୁ ଅନେକ ମତ ଦେଇଛନ୍ତି। ତେବେ ଏସବୁ ଭିତରେ ଟିମ୍‌ ଇଣ୍ଡିଆର ପ୍ଲେଇଂ ଲଲେଭେନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି।

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ଭାରତ ପାଇଁ ଏକ ପ୍ରକାରର କର ବା ମର ପରିସ୍ଥିତି ସୃଷ୍ଟି କରିଛି। କାରଣ ଏହି ମ୍ୟାଚ୍‌ ହାରିଲେ ଭାରତର ବିଶ୍ୱକପ ଜିତିବା ସ୍ୱପ୍ନ ଭାଙ୍ଗି ଯିବ। ତେଣୁ ଏହି ମ୍ୟାଚ୍‌କୁ ଯେମିତି ହେଲେ ବି ଭାରତକୁ ଜିତିବାକୁ ପଡିବ। ଅଲ୍‌ରାଉଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କ ପ୍ଲେଇଙ୍ଗ ଇଲେଭନରେ ସାମିଲ କରାଯିବାର ସୂଚନା ମିଳିଛି । ବିରାଟ ହାର୍ଦ୍ଦିକ ପାଣ୍ୟାଙ୍କୁ ପୁଣି ଥରେ ଟିମ୍‌ ସାମିଲ କରିବା ପକ୍ଷରେ ଥିବା ଜଣାପଡିଛି । ତେବେ ଶାର୍ଦ୍ଦୁଲ ଠାକୁର କାହା ସ୍ଥାନରେ ଟିମ୍‌ରେ ସାମିଲ ହେବେ , ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । କିନ୍ତୁ ମିଳିଥିବା କିଛି ତଥ୍ୟ ଅନୁସାରେ ଆଜିର ମ୍ୟାଚ୍‌ରେ ଭୁବନେଶ୍ୱର କୁମାରଙ୍କୁ ବାଦ୍‌ ଦେଇ ତାଙ୍କ ସ୍ଥାନରେ ଶାର୍ଦ୍ଦୁଲ ଠାକୁରଙ୍କ ଟିମ୍‌ରେ ସାମିଲ କରାଯାଇପାରେ । ହେଲେ ଏନେଇ କିଛି ସ୍ପଷ୍ଟ ନିଷ୍ପତ୍ତି ନେଇନାହିଁ ଟିମ୍‌ ମ୍ୟାନେଜମେଣ୍ଟ ।

ସମ୍ଭାବ୍ୟ ଏକାଦଶ

ଭାରତ: ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଭୁବନେଶ୍ୱର କୁମାର/ଶର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ଯଶପ୍ରୀତ୍‌ ବୁମରା, ରବିଚନ୍ଦ୍ରନ ଅଶ୍ୱିନୀ ।

ନ୍ୟୁଜିଲାଣ୍ଡ: ମାର୍ଟିନ ଗୁପତିଲ, ଡାରିଲ୍‌ ମିଚେଲ, କେନ୍‌ ୱିଲିୟମସନ୍‌ (ଅଧିନାୟକ), ଡେଭନ କନ୍‌ୱେ, ଗ୍ଲେନ୍‌ ଫିଲିପ୍ସ, ଜେମ୍ସ ନୀଶମ, ଟିମ୍‌ ସିଫର୍ଟ, ମିଚେଲ ସାଣ୍ଟନର, ଟିମ୍‌ ସାଉଦି/ଆଡାମ୍‌ ମିଲ୍‌ନେ, ଇଶ୍‌ ସୋଧି, ଟ୍ରେଣ୍ଟ ବୋଲ୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.