ଆଜିଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ୍, କେ ଏଲ ରାହୁଲଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ

କେନ୍ଯୁଜ୍: ଆଜିଠାରୁ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବ ଦିନିକିଆ ସିରିଜ। ଟେଷ୍ଟରେ ପରାଜୟ ପରେ ଏବେ ଟିମ ଇଣ୍ଡିଆ ନଜରରେ ଓ୍ଵାନଡେ ସିରିଜ । କେଏଲ ରାହୁଳଙ୍କ ନେତୃତ୍ୱରେ ଦଳ ୩ଟି ଦିନିକିଆ ସିରିଜ ଖେଳିବ । ବିରାଟ କୋହଲିଙ୍କ ପାଇଁ ସିରିଜ ଗୁରୁତ୍ୱପୂର୍ଣ୍ଣ । ଓ୍ଵାନଡେ ଅଧିନାୟକ ପଦରୁ ହଟିବା ପରେ ବିରାଟଙ୍କ ଏହା ପ୍ରଥମ ସିରିଜ ।

୨୦୧୭ ପରେ ପ୍ରଥମ ଥର ପାଇଁ ବିରାଟ ଅନ୍ୟ ଜଣେ ଦିନିକିଆ କ୍ୟାପଟେନଙ୍କ ଅଧିନରେ ମ୍ୟାଚ ଖେଳୁଛନ୍ତି । ମହେନ୍ଦ୍ର ସିଂହ ଧୋନୀଙ୍କ ପରେ କେଏଲ ରାହୁଳ ଦ୍ୱିତୀୟ କ୍ୟାପଟେନ ଯାହାଙ୍କ ଅଧିନାୟିକତ୍ୱରେ କୋହଲି ମ୍ୟାଚ ଖେଳିବେ । ଦକ୍ଷିଣ ଆଫ୍ରିକା ବିପକ୍ଷ ଭାରତୀୟ ଦଳ ଘୋଷଣା ବେଳେ ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଯାଇଥିଲାା ଆଜି ପ୍ରଥମ ଦିନିକିଆ ଥିବା ବେଳେ ଆସନ୍ତା ୨୧ରେ ଦ୍ୱିତୀୟ ଓ ୨୩ରେ ତୃତୀୟ ଓ୍ଵାନଡେ ଖେଳାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.