ପ୍ରଥମ ଦିନିକିଆ : ବଞ୍ଚାଇ ଦେଲେ ଆୟର ଓ ପନ୍ତ

ଚେନ୍ନାଇ : ପ୍ରଥମ ଦିନିକିଆରେ େଓ୍ଵଷ୍ଟଇଣ୍ଡିଜ୍‌କୁ ୨୮୮ ରନ୍‌ର ଲକ୍ଷ୍ୟ ଦେଲା ଟିମ୍‌ ଇଣ୍ଡିଆ । ଅଧିନାୟକ ବିରାଟ କୋହଲି ଓ ଓପ୍ନର କେ.ଏଲ୍‌ ରାହୁଲ ଫ୍ଲପ୍‌ ହୋଇଥିବା ବେଳେ ଦଳକୁ ଏତେଦୂର ଆଣିଲେ ଯୁବ ବ୍ୟାଟସ୍‌ମ୍ୟାନ୍‌ ଶ୍ରେୟଶ ଆୟର ଏବଂ ଋଷଭ ପନ୍ତ । ଆୟର ୭୦ ଏବଂ ପନ୍ତ ୭୧ ରନ୍‌ କରିଛନ୍ତି । ରୋହିତ ଶର୍ମାଙ୍କ ୩୬ ଏବଂ କେଦାର ଯାଦବଙ୍କ ୪୦ ରନ୍‌ କରିଥିଲେ । ଫଳରେ ଭାରତ ନିର୍ଦ୍ଧାରିତ ୫୦ ଓଭର୍‌ରେ ୮ ଓ୍ଵିକେଟ୍‌ ହରାଇ ୨୮୭ ରନ୍‌ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.