ଆଇପିଏଲ ମ୍ୟାଚ ସ୍ଥଗିତ ପରେ ଅସୁବିଧାରେ ପଡିଲେ ଅଷ୍ଟ୍ରେଲିଆ କ୍ରିକେଟର

କରୋନାର ସଂକ୍ରମଣ ବୃଦ୍ଧିକୁ ନେଇ ଭାରତୀୟ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ପକ୍ଷରୁ ଆଇପିଲଏ କୁ ସ୍ଥଗିତ ରଖାଯାଇଛି । ମହାମାରୀ କାରଣରୁ ଭାରତରେ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ଏହି ସମୟରେ ଖେଳରେ ଥିବା ବିଦେଶୀ ଖେଳାଳୀ କିପରି ଘରକୁ ଫେରିବେ ସେ ସଂପର୍କରେ ଆଲୋଚନା କରାଯାଉଛି ।

ଏହାକୁ ନେଇ ବିସିସିଆଇ ତରଫରୁ ଏକ ବିଶେଷ ପ୍ଲାନ କରାଯାଇଛି । ଆଇପିଏଲରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ବାଙ୍ଗଲାଦେଶ ସମେତ ଅନ୍ୟ ଦେଶର ଖେଳାଳି ଖେଳୁଥିଲେ । ଏଥିମଧ୍ୟରୁ ଇଂଲଣ୍ଡର ୮ଜଣ ଖେଳାଳି ସ୍ୱଦେଶ ଫେରିଛନ୍ତି । ବାକି ରହିଥିବା ୩ ଜଣ ଯିବାପାଇଁ ଖୁବ ଶୀଘ୍ର ବ୍ୟବସ୍ଥା କରାଯାଉଛି ।

ନ୍ୟୁଜିଲାଣ୍ଡର ୮ ଜଣ କ୍ରିକେଟର ସହ ସେମାନଙ୍କ ସହଯୋଗୀ ଓ ଷ୍ଟାଫ ଆସନ୍ତା ୧୦ ମଇ ପର୍ଯ୍ୟନ୍ତ ଭାରତରେ ରହିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାପରେ ସେମାନେ ଚାର୍ଟାର୍ଡ ବିମାନରେ ସ୍ୱଦେଶ ଫେରିଯିବେ ।

ଶେଷରେ ଅଷ୍ଟ୍ରେଲିଆର ୩୮ ଜଣ ଖେଳାଳିଙ୍କ ସହ ତାଙ୍କ ସହଯୋଗୀ ସ୍ୱଦେଶ ଫେରିବାର ଅପେକ୍ଷା କରିଛନ୍ତି । କିନ୍ତୁ ସରକାର ୧୫ ମଇ ପର୍ଯ୍ୟନ୍ତ ଏମାନଙ୍କ ସ୍ୱଦେଶ ଫେରିବା ନିଷ୍ପତ୍ତି ଉପରେ ରୋକ ଲଗାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.