ଅନଲାଇନରେ ପ୍ରେମ କରି ଫସିଲେ ଇଟାଲିର ଭଲିବଲ ଖେଳାଳି, ବୟସ ନଜାଣି ପ୍ରେମିକା ପାଇଁ ଖର୍ଚ୍ଚ କଲେ ୬ କୋଟି

‘ନା ଉମ୍ର କି ସୀମା ହୋ ନା ଜନ୍ମ କା ହୋ ବନ୍ଧନ’ ଗୀତର ଏହି ଲାଇନ ଆପଣ ତ’ ନିଶ୍ଚିତ ଶୁଣିଥିବେ । ଯେତେବେଳେ ମଣିଷକୁ ପ୍ରେମ ହେଇଥାଏ ତେବେ ସେ ଜାତି, ଧର୍ମ , ଛୋଟ ବଡ଼ , କିଛ ବି ଦେଖି ନଥାଏ । ତା ଉପରେ ଏହି କଥାର କିଛି ବି ଫରକ ପଡିନଥାଏ କି ସାମ୍ନା ବାଲାର ବୟସ କଣ ଥାଏ । ହେଲେ ବୟସ ବିଷୟରେ ନଜାଣି, ଓ ପରସ୍ପରକୁ ନଦେଖି ଭଲପାଇବା ଏବଂ ଟଙ୍କା ଖର୍ଚ୍ଚ କରିବା ଘଟଣା ପ୍ରଥମ କରି ଇଟାଲିରେ ଘଟିଛି।

ନିକଟରେ ଇଟାଲୀର ପ୍ରସିଦ୍ଧ ଭଲିବଲ୍ ଖେଳାଳୀ ରୋବର୍ଟୋ କୈଜାନିଗା ଅନଲାଇନ୍ ଠକେଇର ଶିକାର ହୋଇଛନ୍ତି । ବାସ୍ତବରେ, ସେ ବ୍ରାଜିଲିଆନ ମଡେଲଙ୍କୁ ନଦେଖି ଭର୍ଚୁଆଲ ମୋଡରେ ଡେଟ କରୁଥିଲେ କିନ୍ତୁ ଯେତେବେଳେ ସତ୍ୟତା ପଦାକୁ ଆସିଲା ରୋବର୍ଟୋଙ୍କ ହୋଶ ଉଡ଼ିଗଲା । ଆଲେସାଣ୍ଡ୍ରା ଆମ୍ବ୍ରୋସିଓ ନାମକ ଏହି ମଡେଲ, ଯାହାଙ୍କୁ ରୋବର୍ଟୋ କୈଜାନିଗା ଅନଲାଇନରେ ଡେଟ କରୁଥିଲେ, ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା। କେବଳ ଏତିକି ନୁହେଁ, ରୋବର୍ଟୋ ସେହି ମହିଳାଙ୍କ ପାଇଁ ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ କରିଥିଲେ।

ରୋବର୍ଟୋ କୈଜାନିଗା ଜଣେ ଇଟାଲୀର ଜଣେ ପ୍ରସିଦ୍ଧ ଖେଳାଳି, ସେ ଡିଭିଜନ୍-୨ରେ ଭଲିବଲ୍ ଖେଳନ୍ତି । ସେ ଭାବିଥିଲେ ଯେ ସେ ବ୍ରାଜିଲର ମଡେଲ ଆଲେସାଣ୍ଡ୍ରା ଆମ୍ବ୍ରୋସିଓଙ୍କୁ ଇଣ୍ଟରନେଟରେ ଡେଟ କରୁଛନ୍ତି, ଯଦିଓ ସେମାନେ କେବେ ଦେଖା ହୋଇ ନାହାନ୍ତି। ରୋବର୍ଟୋଙ୍କ କହିବା ମୁତାବକ, ୨୦୦୮ରେ ତାଙ୍କର ଜଣେ ବନ୍ଧୁ ତାଙ୍କୁ ମାୟା ନାମକ ଜଣେ ଯୁବତୀଙ୍କ ନମ୍ବର ଦେଇଥିଲେ। ହେଲେ ରୋବର୍ଟୋ ତାଙ୍କୁ ଫୋନ କରିବା ପରେ ସେ ମାୟା ନୁହନ୍ତି ବରଂ ସେ ବ୍ରାଜିଲିଆନ ମଡେଲ ଏଲେସେଣ୍ଡ୍ରା ଆମ୍ବ୍ରୋସିଓ ବୋଲି ଯୁବତୀଜଣକ କହିଥିଲେ। ରୋବର୍ଟୋ ଅସଲ ପରିଚୟ ଜାଣିବାକୁ ଚେଷ୍ଟା ନକରି ତାଙ୍କ ସହ କଥା ହେବା ଆରମ୍ଭ କରିଥିଲେ। କିଛି ମାସ ପରେ ବିଭିନ୍ନ କାରଣ ଦେଇ ଯୁବତୀଜଣକ ରୋବର୍ଟୋଙ୍କଠାରୁ ଟଙ୍କା ନେବା ଆରମ୍ଭ କରିଥିଲେ। ହେଲେ ଦେଖା କରିବା ପାଇଁ କହିବାରୁ ସେ ମନା କରିଦେଉଥିଲେ।

ରୋବର୍ଟୋ କୈଜାନିଗା କହିଛନ୍ତି ଯେ ସେ ସେହି ମହିଳାଙ୍କ ସ୍ୱରକୁ ଭଲ ପାଉଥିଲେ, ତେଣୁ ସେ ପ୍ରତିଦିନ ତାଙ୍କ ସହ କଥା ହେଉଥିଲେ। ଯେତେବେଳେ ଏହି ଘଟଣା ସାମ୍ନାକୁ ଆସିଲା, ସେତେବେଳେ ଜାଣିବାକୁ ପାଇଲା ଯେ ଏହି ପ୍ରତାରଣାରେ ୩ ଜଣ ଜଡିତ ଅଛନ୍ତି । ତାଙ୍କୁ ରୋବର୍ଟୋ କୈଜାନିଗାଙ୍କ ବନ୍ଧୁ ମନୁଏଲା ମଧ୍ୟ ବିଶ୍ୱାସଘାତକତା କରିଥିଲେ ଯିଏ ଅଭିଯୁକ୍ତ ମଡେଲର ନମ୍ବର ସେୟାର କରିଥିଲେ। ପରେ ସେ ନିଜ ବନ୍ଧୁଙ୍କ ସାହାଯ୍ୟରେ ଛାନଭିନ କରିବା ପରେ ସେ ଯାହା ସହ କଥା ହେଉଛନ୍ତି, ସେ ଜଣେ ବୃଦ୍ଧା ବୋଲି ଜଣାପଡ଼ିଥିଲା। ଏହା ସହ ସେ ବ୍ରାଜିଲିଆନ ମଡେଲ ନୁହନ୍ତି ବୋଲି ସ୍ପଷ୍ଟ ହୋଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.