ଜାଣିଛନ୍ତି କି ବିସିସିଆଇ ଅଧ୍ୟକ୍ଷ ହେଲେ କେତେ ଦରମା ପାଇବେ ରାହୁଲ? ଜାଣନ୍ତୁ ଏହି ରିପୋର୍ଟରୁ

ନୂଆଦିଲ୍ଲୀ:ଟିମ୍‌ ଇଣ୍ଡିଆରେ ପୁଣି ଆରମ୍ଭ ହୋଇପାରେ ଦ୍ରାବିଡ ଯୁଗ । ହେଡ୍‌ କୋଚ୍‌ ପାଇଁ ବିସିସିଆଇର ପ୍ରଥମ ପସନ୍ଦ ରାହୁଲ ଦ୍ରାଭିଡ । ରବି ଶାସ୍ତ୍ରୀଙ୍କ ପରେ ହେବେ ସେ ମୁଖ୍ୟ କୋଚ୍‌ । ଟି-ଟେ୍ଵଣ୍ଟି ଓ୍ଵାର୍ଲଡ କପ୍‌ ପରେ ଦାୟିତ୍ୱ ନେଇପାରନ୍ତି । ଏଥିପାଇଁ ରାଜି ହୋଇଛନ୍ତି ଦି ଓ୍ଵାଲ୍‌ । ତାଙ୍କୁ ମନାଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହ । ଆଇପିଏଲ୍‌ ଫାଇନାଲ ପରେ ଦୁବାଇରେ ଦ୍ରାବିଡଙ୍କ ସହ ହୋଇଥିଲା ବୈଠକ । ଏଥିରେ ସେ ସହମତି ଦେଇଥିବା ସୂଚନା ମିଳିଛି । ଟି-ଟେ୍ଵଣ୍ଟି ବିଶ୍ୱକପ୍‌ ପରେ ମୁଖ୍ୟ କୋଚ୍‌ ଭାବରେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସରୁଛି । ତାପରେ ଦାୟିତ୍ୱ ନେଇପାରନ୍ତି ଦ୍ରାବିଡ । ୨୦୨୩ ବିଶ୍ୱକପ୍‌ ଯାଏ ହେଡ୍‌ କୋଚ୍‌ ପଦରେ ରହିବେ । ବୋଲିଂ କୋଚ୍‌ ହୋଇପାରନ୍ତି ପାରସ ମାମ୍ବ୍ରେ । ସେ ଭରତ ଅରୁଣଙ୍କ ସ୍ଥାନ ନେବେ । ଫିଲ୍ଡଡିଂ କୋଚ୍‌ ଆର୍‌. ଶ୍ରୀଧରଙ୍କୁ ପରିବର୍ତ୍ତନ ନେଇ କୌଣସି ନିଷ୍ପତ୍ତି ହୋଇନି । ବ୍ୟାଟିଂ କୋଚ୍‌ ରହିବେ ବିକ୍ରମ ରାଠୋର

ରାହୁଲ ଦ୍ରାବିଡ ଏବେ ବେଙ୍ଗାଳୁରୁ ସ୍ଥିତ ନ୍ୟାସନାଲ୍‌ କ୍ରିକେଟ ଏକାଡେମୀ ମୁଖ୍ୟ ଅଛନ୍ତି । ଭାରତୀୟ ଟିମର କୋଚ୍‌ ହେଲେ ଏହି ପଦରୁ ସେ ଇସ୍ତଫା ଦେବେ । ନିକଟରେ ଭାରତର ଶ୍ରୀଲଙ୍କା ଗସ୍ତରେ ଦ୍ରାବିଡ ଭାରତୀୟ ଦଳର ମଧ୍ୟବର୍ତ୍ତିକାଳୀନ କୋଚ୍‌ ଦାୟିତ୍ୱ ତୁଲାଇଥିଲେ । ତାଙ୍କ କୋଚିଂରେ ଟିମ୍‌ ଇଣ୍ଡିଆ ୩ଟି ଦିନିକିଆ ଖେଳିଛି । ୨ଟି ଜିତିଥିବା ବେଳେ ହାରିଛି ଗୋଟିଏ ମ୍ୟାଚ୍‌ । ସେହିପରି ୩ଟି ଟି-ଟେ୍ଵଣ୍ଟିରୁ ଗୋଟିଏରେ ବିଜୟ ଓ ୨ଟି ପରାଜିତ ହୋଇଛି । ଟିମ୍‌ ଇଣ୍ଡିଆର ଦି ଓ୍ଵାଲ୍‌ ଥିଲେ ଦ୍ରାଭିଡ । ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ୍‌ ଥିଲେ । ଅଧିନାୟକ ଦାୟିତ୍ୱ ବି ତୁଲାଇଛନ୍ତି । ଆଶା କରାଯାଉଛି ତାଙ୍କ କୋଚିଂରେ ଟିମ୍‌ ଇଣ୍ଡିଆ ଅଧିକ ଶକ୍ତିଶାଳୀ ହେବ । ୨୦୨୩ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ ହେବ ରୋଡମ୍ୟାପ୍‌ । ସେହିପରି ୨୦୨୩ରେ ଓ୍ଵାର୍ଲଡ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌ ବି ରହିଛି । ରାହୁଲ ମୁଖ୍ୟ କୋଚ୍‌ ହେବା ଖବର ପରେ ବିଶ୍ୱର କ୍ରିକେଟ ଟିମକୁ ସତର୍କ କରାଇଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍‌ ଭନ୍‌ । ଟ୍ଵିଟ୍‌ କରି ସେ ଲେଖିଛନ୍ତି, ଦ୍ରାବିଡ କୋଚ୍‌ ହେଲେ ଅନ୍ୟ ଟିମକୁ ସାବଧାନ ରହିବାକୁ ପଡ଼ିବ ।

ରାହୁଲଙ୍କ କାର୍ଯ୍ୟକାଳ ୨ ବର୍ଷ ରହିଛି। ତାଙ୍କୁ ଯେତିକି ବେତନ ମିଳିବ ତାହା ଟି-୨୦ ବିଶ୍ଵ କପ୍‌ର ବିଜେତା ଦଳର ପୁରସ୍କାର ରାଶି ସହ ସମାନ। ଟୁର୍ଣ୍ଣାମେଣ୍ଟ ଜିତିବା ଦଳକୁ ଏଥର ମିଳିବ ୧୨ କୋଟି ଟଙ୍କାର ପୁରସ୍କାର ରାଶି। ଆଉ ଭାରତୀୟ ଦଳର କୋଚ୍ ଭାବେ ରାହୁଲଙ୍କୁ ଦୁଇ ବର୍ଷ ପାଇଁ ବେତନ ଭାବେ ମିଳିବ ୧୦ କୋଟି ଟଙ୍କା।

ସୂଚନା ରହିଛ ଦ୍ରାବିଡ ବିଗତ କିଛି ବର୍ଷ ଧରି ଇଣ୍ଡିଆ-ଏ ଏବଂ U-19 ଦଳର କୋଚ୍ ରହିଛନ୍ତି । ଦ୍ରାବିଡ ଋଷଭ ପନ୍ତ, ଆବେଶ ଖାନ, ପୃଥ୍ୱୀ ଶ, ହନୁମା ବିହାରୀ ଏବଂ ଶୁବମନ ଗିଲଙ୍କ ଭଳି ଖେଳାଳିଙ୍କୁ ଗଢିଛନ୍ତି । ସେ ବର୍ତ୍ତମାନ ବେଙ୍ଗାଲୁରୁର ଜାତୀୟ କ୍ରିକେଟ୍ ଏକାଡେମୀର ମୁଖ୍ୟ ରହିଛନ୍ତି।

ଦ୍ରାବିଡଙ୍କ ବିଶ୍ୱସ୍ତ ସହାୟକ ପାରାସ ମମ୍ବ୍ରେ ବୋଲିଂ ପ୍ରଶିକ୍ଷକ ହୋଇଥିବାବେଳେ ବିକ୍ରମ ରଥୋଡ ବ୍ୟାଟିଂ ପ୍ରଶିକ୍ଷକ ଭାବରେ ଜାରି ରଖିବାର ସମ୍ଭାବନା ରହିଛି। ତଥାପି, ବିଶ୍ୱାସ କରାଯାଏ ଯେ ବିସିସିଆଇ ଏହି ପଦବୀ ପାଇଁ ଏକ ଦରମା ପିକ୍ସ କରିଛି । ଶାସ୍ତ୍ରୀ 8.5 କୋଟି ଟଙ୍କା ଫି ପାଇଁ ଦଳର କୋଚ୍ ଥିଲେ ଏବଂ ବିସିସିଆଇ ଦ୍ରାବିଡଙ୍କୁ ଏକ ମହତ୍ତ୍ୱପୂର୍ଣ୍ଣ ବୃଦ୍ଧି ପ୍ରଦାନ କରୁଥିବା ଜଣା ପଡୁଛି । ଯାହା ତାଙ୍କ ଏନସିଏ ଦରମା ଠାରୁ ଅଧିକ ଓ ଶାସ୍ତ୍ରୀଙ୍କ ବର୍ତ୍ତମାନର ବେତନ ଚେକ୍ ଠାରୁ ଅଧିକ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.