ଟିମ୍‌ ଇଣ୍ଡିଆ ବୋଲରଙ୍କ ଆଗରେ ଧରାଶାୟୀ ହେଲା ନ୍ୟୁଜିଲାଣ୍ଡ, ପ୍ରଥମ ଇନିଂସରେ ୬୨ ରନ୍‌ କରି ହେଲା ଅଲଆଉଟ୍‌

ମୁମ୍ବାଇ ଓ୍ଵାଙ୍ଖେଡ ଷ୍ଟାଡିଅମରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଧରାଶୟୀ ହୋଇଛି ନ୍ୟୁଜିଲାଣ୍ଡ । ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ବୋଲର ଏଜାଜ ପଟେଲଙ୍କ ଦମଦାର ବୋଲିଂ ବଳରେ ଭାରତ ୩୨୫ରେ ଅଲଆଉଟ ହୋଇଯାଇଥିଲା ଭାରତ । ଏଜାଜ୍‌ ପଟେଲ ଏକୁଟିଆ ୧୦ଟି ଓ୍ଵିକେଟ ନେଇ ଭାରତର ବ୍ୟାଟିଂ ଅର୍ଡରକୁ ମାତ୍‌ ଦେଇଥିଲେ । ଜବାବରେ ନ୍ୟୁଜିଲାଣ୍ଡ ଦଳ ଖେଳିବା ପାଇଁ ମଇଦାନକୁ ଓହ୍ଲାଇଥିଲା। କିନ୍ତୁ ରବିଚନ୍ଦ୍ରନ ଅଶ୍ବିନ, ଅକ୍ଷର ପଟେଲ ଏବଂ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ବଳରେ ଧରାଶୟୀ ହୋଇଛି ନ୍ୟୁଜିଲାଣ୍ଡ।

ପ୍ରଥମ ଇନିଂସରେ ଭାରତ ୩୨୫ ରନରେ ଅଲଆଉଟ ହୋଇଯିବା ପରେ ବ୍ୟାଟିଂ କରିବାକୁ ଆସିଥିବା ନ୍ୟୁଜିଲାଣ୍ଡ ପ୍ରଥମରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଦଳର ୯ଜଣ ବ୍ୟାଟ୍ସମ୍ୟାନ ୨ ଅଙ୍କ ସ୍କୋର ମଧ୍ୟ ଛୁଇଁପାରି ନାହାନ୍ତି । ଓପନର ଟମ ଲାଥାମ୍‌ ଏବଂ ଓ୍ବିଲ ୟଙ୍ଗ ଫେଲ ମାରିଥିଲେ । ଲାଥାମ୍‌ ବ୍ୟକ୍ତିଗତ ୧୦ ରନ, ୟଙ୍ଗ୍ ୪ରନ କରି ପ୍ୟାଭିଲିୟନ ଫେ ରିଥିଲେ। ସେହିଭଳି ଡାରିଲ୍‌ ମିଚେଲ ୮ରନ କରି ଆଉଟ ହୋଇଥିବା ବେଳେ, ରସ୍‌ ଟେଲର ୧ରନ, ହେନରୀ ନିକୋଲସ୍‌ ୭ରନ, ଟମ ବ୍ଲଣ୍ଡେଲ ୮ରନ, ରଚିନ୍‌ ରବିନ୍ଦ୍ର ୪ରନ, କାଇଲ୍‌ ଜିମିସନ୍‌ ୧୭ରନ, ଟିମ ସାଉଥି ୦ରନ ଏବଂ ଓ୍ବିଲ ସମରଓ୍ବିଲ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ଏଜାଜ୍‌ ପଟେଲ ୦ରନକରି ଅପରାଜିତ ରହିଛନ୍ତି।

ଟିମ୍‌ ଇଣ୍ଡିଆ ବୋଲର ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ଅଶ୍ୱିନ ୪ଟି ଓ୍ଵିକେଟ ନେଇଥିବା ବେଳେ ସିରାଜ ୩ଟି, ଅକ୍ଷର ପଟେଲ ୨ଟି, ଜୟନ୍ତ ଯାଦବ ୧ଟି ଓ୍ଵିକେଟ ନେଇଛନ୍ତି।

scoreboard1

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.