ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା, ମୁହାଁମୁହିଁ ହେବେ ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍‌ ଟିମ୍‌

କଟକ: ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା। କମ୍ପିବ ବାରବାଟୀ ଷ୍ଟାଡିୟମ୍‌। ମୁହାଁମୁହିଁ ହେବେ ଇଣ୍ଡିଆ-ୱେଷ୍ଟଇଣ୍ଡିଜ୍‌ ଟିମ୍‌। ଆଜି ଦୁଇ ଦଳ ପ୍ରାକ୍‌ଟିସ୍‌ ପାଇଁ ଭୁବନେଶ୍ୱର ମେଫେୟାର ହୋଟେଲରୁ କଟକ ଯିବେ। ସେଠାରେ ନେଟ୍‌ ପ୍ରାକ୍‌ଟିସ୍‌ କରିବେ। ଏଥିପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସେପଟେ କାଉଣ୍ଟରରେ ୧୯ ଓ ୨୦ ଦୁଇ ଦିନ ଧରି ଟିକେଟ୍‌ ବିକ୍ରି ପାଇଁ ତାରିଖ ଘୋଷଣା ହୋଇଥିଲେ ମଧ୍ୟ ଗୋଟିଏ ଦିନରେ ସବୁ ଟିକଟ ବିକ୍ରି ହୋଇଯାଇଛି। ଫଳରେ ଟିକେଟ୍‌ ନପାଇ ନିରାଶ ହୋଇଛନ୍ତି ଅନେକ କ୍ରୀଡାପ୍ରେମୀ। ହେଲେ ଯେଉଁମାନେ ଟିକେଟ୍‌ ପାଇଛନ୍ତି ସେମାନଙ୍କ ଖୁସି କହିଲେ ନସରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.