ଗୋଟିଏ ସମୟରେ ଗୋଟିଏ ଷ୍ଟେପ୍‌: ଏଭଳି ଏକ କ୍ୟାପସନ୍‌ ଲେଖି ଫଟୋ ସେୟାର କଲେ ରବୀନ୍ଦ୍ର ଜାଡେଜା

ଗୋଟିଏ ସମୟରେ ଗୋଟିଏ ଷ୍ଟେପ୍‌ । ଏଭଳି ଏକ କ୍ୟାପସନ୍‌ ଲେଖି ଫଟୋ ସେୟାର କରିଛନ୍ତି ରବୀନ୍ଦ୍ର ଜାଡେଜା । କ୍ରଚେସ୍‌ ସାହାଯ୍ୟରେ ଚାଲିବାକୁ ଚେଷ୍ଟା କରୁଛନ୍ତି । ଏଭଳି ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଜାଡେଜା । ଫଟୋରେ କ୍ୟାପସନ୍‌ ଲେଖିଛନ୍ତି ଗୋଟିଏ ସମୟରେ ଗୋଟିଏ ଷ୍ଟେପ୍‌ । ସାହାରା ବାଡ଼ି ସାହାଯ୍ୟରେ ସେ ଚାଲିବାକୁ ଚେଷ୍ଟା କରୁଛନ୍ତି । ଏସିଆ କପରେ ଦୁଇଟି ମ୍ୟାଚ ଖେଳିବା ପରେ ଆଣ୍ଠୁରେ ଆଘାତ ଲାଗିଥିଲା । ଫଳରେ ଅବଶିଷ୍ଟ ମ୍ୟାଚ ଓ ଟି-୨୦ ବିଶ୍ୱକପରୁ ବାଦ୍‌ ପଡ଼ିଛନ୍ତି ରବୀନ୍ଦ୍ର ଜାଡେଜା । ଅନ୍ୟପଟେ ଜାଡେଜାଙ୍କ ଏହି ଫଟୋରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ କ୍ରିକେଟର ସୁରେଶ ରୈନା । କହିଛନ୍ତି, ଖୁବଶୀଘ୍ର ସୁସ୍ଥ ହୁଅ, ଖୁବଶୀଘ୍ର ଦେଖାହେବ ।

ଆଣ୍ଠୁରେ ଆଘାତ ଲାଗିବା ଯୋଗୁଁ ଏସିଆ କପ୍‌ ୨୦୨୨ରୁ ବାଦ୍‌ ପଡିଥିଲେ ଭାରତୀୟ ଟିମର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା। ନିକଟରେ ତାଙ୍କ ଆଣ୍ଠୁରେ ଅସ୍ତ୍ରୋପଚାର ସଫଳ ହୋଇଛି । ଜାଡେଜା ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଆଣ୍ଠୁ ସର୍ଜରୀ ସଫଳ ହୋଇଥିବା ଖବର ଜଣାଇଥିଲେ। ଖୁବଶୀଘ୍ର ସେ ଫିଟନେସ ଫେରିପାଇବାକୁ ପ୍ରସ୍ତୁତି ଆରମ୍ଭ କରିବେ । ତେବେ ତାଙ୍କୁ ନେଇ ଚାଲିଥିବା ସମସ୍ତ ପ୍ରକାରର ଚର୍ଚ୍ଚା ଉପରେ ବିରାମ ଲଗାଇ ଦ୍ରାବିଡ କହିଥିଲେ, ଖୁବଶୀଘ୍ର ବିଶ୍ୱକପ ପାଇଁ ଜାଡେଜା ଫେରିବା ନେଇ ଆଶା ରଖିଛି ଟିମ୍‌ ମ୍ୟାନେଜମେଣ୍ଟ  ।

ଜାଡେଜା ଇନଷ୍ଟାଗ୍ରାମରେ ଲେଖିଥିଲେ, ‘ସର୍ଜରୀ ସଫଳ ହେଲା, ବିସିସିଆଇ, ମୋ ସହଯୋଗୀ, ଷ୍ଟାଫ, ଫିଜିଓ, ଡାକ୍ତର ଏବଂ ଫ୍ୟାନ୍ସଙ୍କ ସମର୍ଥନ ପାଇଁ ଧନ୍ୟବାଦ। ମୁଁ ଖୁବଶୀଘ୍ର ଅଭ୍ୟାସ ଆରମ୍ଭ କରିବି ଆଉ କ୍ରିକେଟ ମଇଦାନକୁ ଓହ୍ଲାଇବି। ଆପଣ ସମସ୍ତଙ୍କ ଶୁଭକାମନା ପାଇଁ ଧନ୍ୟବାଦ।

ଟ୍ୱିଟର ଓ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରି ଜାଡେଜା ଅସ୍ତ୍ରୋପଚାର ସଫଳ ହୋଇଥିବା ସମର୍ଥକଙ୍କୁ ଜଣାଇଥିଲେ । ଖୁବ୍ ଶୀଘ୍ର ଫିଟ୍ ହୋଇ ଦଳକୁ ଫେରିବେ ବୋଲି ମଧ୍ୟ ଜାଡେଜା ଟ୍ୱିଟ୍ କରି ଜଣାଇଥିଲେ । ଟିମ୍‌ ଇଣ୍ଡିଆ ଅଲରାଉଣ୍ଡର ଜାଡେଜା ସବୁ ଫର୍ମାଟ ପାଇଁ ଦମଦାର ଖେଳାଳି। ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଜାଡେଜା ମ୍ୟାଚ୍‌କୁ କୌଣସି ସମୟରେ ପରିବର୍ତ୍ତନ କରିବାର ଶୈଳୀ ରଖନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଜାଡେଜା। ଜାଡେଜା ଅଭ୍ୟାସ ସମୟରେ ଆହତ ହୋଇଥିଲେ । ତାଙ୍କ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଦଳରୁ ବାଦ ଦିଆଯାଇଥିଲା।  ତେବେ ପାକିସ୍ତାନ ସହିତ ଖେଳିବା ବେଳେ ଜାଡେଜା ୨ ଓଭର ବୋଲିଂ କରି ମାତ୍ର ୧୧ ରନ୍‌ ଦେଇଥିଲେ। ଭାରତ ୧୪୮ ରନର ପିଛା କରୁଥିବା ସମୟରେ ୪ ନଂ ରେ ବ୍ୟାଟିଂ କରିବାକୁ ଆସି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଜାଡେଜା ଏବଂ ହାର୍ଦ୍ଦିକ ମିଶି ୫୨ ରନର ସହଭାଗିତାରେ ୨୯ ବଲରେ ୩୫ ରନ୍‌ କରିଥିଲେ। ତା’ ପରେ ମହମ୍ମଦ ନଓ୍ଵାଜଙ୍କ ବଲରେ ଆଉଟ୍‌ ହୋଇଥିଲେ। ପରେ ମ୍ୟାଚକୁ ଛକା ମାରି ସମାପ୍ତ କରିଥିଲେ ପାଣ୍ଡ୍ୟା।

Leave A Reply

Your email address will not be published.