ରାହୁଲ ଦ୍ରାବିଡ ହେବେ ଟିମ୍ ଇଣ୍ଡିଆର ନୂଆ କୋଚ୍, ୨୦୨୩ ପର୍ଯ୍ୟନ୍ତ ନେବେ ଦଳର ଦାୟିତ୍ୱ

କେନ୍ଯୁଜ୍: ରାହୁଲ ଦ୍ରାବିଡ ହେବେ ଟିମ ଇଣ୍ଡିଆର ନୂଆ କୋଚ । ୨୦୨୩ ପର୍ଯ୍ୟନ୍ତ ଦଳର ଦାୟିତ୍ୱ ନେବେ । କୋଚ ହେବା ନେଇ ଦ୍ରାବିଡ ରାଜି ଥିବା ବିସିସିଆଇର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଟି-୨୦ ବିଶ୍ୱକପ ପରେ ଟିମ ଇଣ୍ଡିଆର କୋଚ ଦାୟିତ୍ୱ ନେବେ । ଏ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି ।

ଗତକାଲି ଆଇପିଏଲ ଫାଇନାଲ ବେଳେ ୟୁଏଇରେ ଦ୍ରାଭିଡଙ୍କ ସହ ଆଲୋଚନା କରିଥିଲେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସଂପାଦକ ଜୟ ଶାହା । ତେବେ ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ନେବା ପୂର୍ବରୁ ଜାତୀୟ କ୍ରିକେଟ ଏକାଡେମୀ ମୁଖ୍ୟ ପଦରୁ ଇସ୍ତଫା ଦେବେ ଦ୍ରାବିଡ । ସେହିପରି ପାରସ ମାହାମ୍ପ୍ରେ ଭାରତୀୟ ଦଳର ବୋଲିଂ କୋଚ ହେବେ । ଦଳର ବ୍ୟାଟିଂ କୋଚ୍‌ ଭାବେ ବିକ୍ରମ ରାଠୋଡ ଏବଂ ଫିଲ୍ଡିଂ କୋଚ୍‌ ପଦ ବଜାୟ ରଖିପାରନ୍ତି ଆର. ଶ୍ରୀଧର ।

ପୂର୍ବରୁ ଟି-୨୦ ବିଶ୍ୱକପ ପରେ ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ ରବି ଶାସ୍ତ୍ରୀ । ତେଣୁ ନ୍ୟୁଜିଲାଣ୍ଡ ସିରିଜ ବେଳକୁ ଦାୟିତ୍ୱ ଗ୍ରହଣ କରିପାରନ୍ତି ଦ୍ରାବିଡ । ଆଗାମୀ ୨ ବର୍ଷ ପାଇଁ ଅର୍ଥାତ ୨୦୨୩ ଯାଏଁ ମୁଖ୍ୟ କୋଚ୍‌ ପଦରେ ରହିବା ପାଇଁ ରାହୁଲ ଦ୍ରାବିଡଙ୍କ ସହ ଚୁକ୍ତି କରାଯିବ । ଏଥିପାଇଁ ତାଙ୍କୁ ୧୦ କୋଟି ଟଙ୍କା ଦରମା ଆକାରରେ ମିଳିବ ।

ତେବେ ଶୁଣିବାକୁ ମିଳୁଛି ଯେ ଅକ୍ଟୋବର ୧୭ ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ ୟୁଏଇ ଏବଂ ଓମାନରେ ଅନୁଷ୍ଠିତ ହେବାକୁ ଥିବା ଟି-20 ବିଶ୍ୱକପ ପରେ ବର୍ତ୍ତମାନର କୋଚ୍‌ ରବି ଶାସ୍ତ୍ରୀ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦରୁ ଇସ୍ତଫା ଦେବେ। ଏଥି ସହିତ ପରାସ ମହମ୍ବ୍ରେଙ୍କୁ ବୋଲିଂ କୋଚ୍ କରିବାର ସମ୍ଭାବନା ରହିଛି।

ନ୍ୟୁଜ୍ ଏଜେନ୍ସି ସୂତ୍ରରୁ ପ୍ରକାଶ ଯେ, ‘ବିକ୍ରମ ରାଠୋର ବ୍ୟାଟିଂ କେଚ୍‌ ଭାବରେ କାର୍ଯ୍ୟ କରୁଥିବାବେଳେ ଅନ୍ୟ ପଦବୀକୁ ନେଇ ପରବର୍ତ୍ତୀ ସମୟରେ ବିଚାର କରାଯିବ। ଯୁବ ଖେଳାଳିଙ୍କ ଆଗମନ ସହିତ ଭାରତୀୟ ଦଳ ଏକ ପରିବର୍ତ୍ତନର ସମୟ ଦେଇ ଗତି କରୁଛି। ସମସ୍ତେ ଦ୍ରାବିଡଙ୍କ ସହ କାମ କରିଛନ୍ତି। ଏହା ଦ୍ୱାରା ଭାରତୀୟ କ୍ରିକେଟ୍ ପିଚରେ ବିଶ୍ୱ ଚାମ୍ପିଅନ୍ ହେବା ପଥରେ ଏହା ବେଶ୍‌ ସହଜ ହେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.