ଏବେ ବି ସମ୍ପୂର୍ଣ୍ଣ ଫିଟ୍‌ ହୋଇନାହାନ୍ତି ରବିନ୍ଦ୍ର ଜାଡ଼େଜା, ଇଂଲଣ୍ଡ ବିପକ୍ଷରେ ପୂରା ସିରିଜ୍‌ରୁ ହୋଇପାରନ୍ତି ବାହାର

ଭାରତର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜା ଇଂଲଣ୍ଡ ବିପକ୍ଷରେ ଜାରି ରହିଥିବା ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ରୁ ସମ୍ପୂର୍ଣ୍ଣଭାବେ ବାହାରିଯାଇପାରନ୍ତି। ଟେଷ୍ଟ ସିରିଜ୍‌ ବେଳେ ସିଡ୍‌ନୀ ଟେଷ୍ଟରେ ବ୍ୟାଟିଂ କରିବା ବେଳେ ଜାଡ଼େଜା ଆହତ ହୋଇଥିଲେ। ତାଙ୍କ ହାତ ଆଙ୍ଗୁଠିରେ ଆଘାତ ଲାଗିବାରୁ ତାହା ଭାଙ୍ଗିଯାଇଥିଲା। ଏହା ପରେ ସେ ବ୍ରିସ୍‌ବେନ୍‌ରେ ଖେଳାଯାଇଥିବା ଶେଷ ଟେଷ୍ଟ ମ୍ୟାଚ୍‌ରେ ଅଂଶଗ୍ରହଣ କରିପାରିନଥିଲେ।

ଚିକିତ୍ସା ପାଇଁ ଜାଡ଼େଜାଙ୍କୁ ଭାରତ ଫେରିବାକୁ ପଡ଼ିଥିଲା। ତାଙ୍କୁ ବେଙ୍ଗାଲୁରୁର ଜାତୀୟ କ୍ରିକେଟ୍‌ ଏକାଡେମୀ ପଠାଇ ଦିଆଯାଇଥିଲା। ଏହା ପରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଦୁଇଟି ମ୍ୟାଚ୍‌ରେ ତାଙ୍କୁ ଚୟନ କରାଯାଇନଥିଲା। ମାତ୍ର ଆଶା କରାଯାଉଥିଲା ଯଦି ଅହମ୍ମଦାବାଦରେ ତୃତୀୟ ଟେଷ୍ଟ ପୂର୍ବରୁ ସେ ସୁସ୍ଥ ହୋଇଯାଆନ୍ତି ତେବେ ପୁଣିଥରେ ମଇଦାନକୁ ଫେରିବେ। କିନ୍ତୁ କ୍ରିକ୍‌ବଜର ରିପୋର୍ଟ ଅନୁସାରେ ଏଭଳି କୌଣସି ସମ୍ଭାବନା ନଜର ଆସୁନାହିଁ।

କ୍ରିକ୍‌ବଜ୍‌ର ରିପୋର୍ଟ ମୁତାବକ, ୩୧ ବର୍ଷୀୟ ଜାଡ଼େଜାଙ୍କ ଆଙ୍ଗୁଠିର ହାଡ଼ ଏବେ ବି ଯୋଡ଼ି ହୋଇନାହିଁ। ଏଥିପାଇଁ ଆଉ କିଛି ଦିନ ଲାଗିବ। ଏଭଳି ସ୍ଥିତିରେ ଇଂଲଣ୍ଡ ବିପକ୍ଷରେ ଦୁଇଟି ମ୍ୟାଚ୍‌ ବ୍ୟତୀତ ଟି-୨୦ ଶୃଙ୍ଖଳାରେ ମଧ୍ୟ ସେ ଖେଳିବା ନେଇ ସନ୍ଦେହ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.