ଋଷଭ ପନ୍ତଙ୍କ ପିଲାଳିଆମି ଯୋଗୁଁ ଫାଟିଥାନ୍ତା ଦୀନେଶ କାର୍ତ୍ତିକ ମୁଣ୍ଡ, ବଞ୍ଚିଗଲେ ଏମିତି : ଦେଖନ୍ତୁ ଭିଡିଓ

ମୁଣ୍ଡ ଫାଟିବାରୁ ଅଳ୍ପକେ ବର୍ତ୍ତିଗଲେ କାର୍ତ୍ତିକ। ଦିଲ୍ଲୀ କ୍ୟାପିଟାଲ ଓ କୋଲକତା ନାଇଟ୍ ରାଇଡର୍ସ୍ ମଧ୍ୟରେ ଖେଳା ଯାଇଥିବା ଆଇପିଏଲ ୨୦୨୧ର ୪୧ତମ ମୁକାବିଲାରେ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ଦୀନେଶ କାର୍ତ୍ତିକ ଏବଂ ଋଷଭ ପନ୍ତ। କିନ୍ତୁ ସୌଭାଗ୍ୟବଶତଃ ସେମାନେ ଏକ ବଡ଼ ବିପଦରୁ ରକ୍ଷା ପାଇଯାଇଥିଲେ। ୧୭ତମ ଓଭରରେ ପନ୍ତ ବଲକୁ ଅଟକାଇବାକୁ ଯାଇ ଏମିତି ବିପଦଜନକ ଭାବେ ବ୍ୟାଟ୍ ବୁଲାଇଥଲେ ଯେ, କାର୍ତ୍ତିକ ନିଜକୁ ରକ୍ଷା କରିବାକୁ ଯାଇ ତଳେ ପଡ଼ି ଯାଇଥିଲେ।

କୋଲକତା ନାଇଟ ରାଇଡର୍ସ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ବୋଲିଂ କରୁଥିବା ବେଳେ ପ୍ରଥମ ବଲ୍‌କୁ ପନ୍ତ ଡ୍ରାଇଭ୍ ଖେଳିବାକୁ ଚାଁହୁଥିଲେ ହେଲେ ବଲ୍ ତାଙ୍କ ବ୍ୟାଟ ତଳେ ରହି ଷ୍ଟମ୍ପ ପାଖକୁ ପଳାଇଥିଲା। ଏତିକି ବେଳେ କାର୍ତ୍ତିକ ବଲଟିକୁ ଧରିବାକୁ ଚେଷ୍ଟା କରି ଠିକ୍ ଏହି ସମୟରେ ବଲ୍‌କୁ ଅଟକାଇବାକୁ ଯାଇ ପଛକୁ ନଦେଖି ବ୍ୟାଟ୍ ବୁଲାଇ ଦେଇଥିଲେ ପନ୍ତ।

ସେ ବ୍ୟାଟ୍‌କୁ ଏତେ ଜୋରରେ ବୁଲାଇଥିଲେ ଯେ, ଦୀନେଶ କାର୍ତ୍ତିକ ନିଜକୁ ସମ୍ଭାଳିବାକୁ ସମୟ ନପାଇ ତଳେ ପଡ଼ିଯାଇଥିଲେ। ପନ୍ତଙ୍କ ବ୍ୟାଟ୍ କାର୍ତ୍ତିକଙ୍କ ହେଲମେଟ୍ ନିକଟରେ ତେବେ କାହାର କିଛି କ୍ଷତି ହୋଇନଥିଲା। ତେବେ ଏହାପରେ ଋିଷଭ କାର୍ତ୍ତିକଙ୍କୁ କ୍ଷମା ମାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.